/odishatv-khabar/media/post_attachments/uploadimage/library/16_9/16_9_0/pcc__1649916384.jpg)
pcc
କିଏ ହେବ ନୂଆ ପିସିସି ମଙ୍ଗୁଆଳ ? ପଂଚାୟତ ଓ ପୌର ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ପିସିସି ସଭାପତି ପରିବର୍ତ୍ତନ ଦାବି ଜୋର ଧରିଛି ।ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଜୋରସୋରରେ ଚାଲିଛି ଲବି । ଏହାରି ଭିତରେ ପରିବର୍ତ୍ତନ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।
ସେ କହିଛନ୍ତି, ପିସିସି ପରବର୍ତ୍ତନ ନୂଆ କଥା ନୁହେଁ । ପ୍ରତି ଦୁଇ ତିନି ବର୍ଷରେ ସଭାପତି ପରିବର୍ତ୍ତନ ହୁଏ । ଯେତେ ଶୀଘ୍ର ପରିବର୍ତ୍ତନ ହେବ ସେତେ ଭଲ । ପିସିସି ପରିବର୍ତ୍ତନ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ୨୦୧୯ରୁ ସେ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଏଆଇସିସି ଯେବେ ଚାହିଁବ ନିଷ୍ପତ୍ତି ନେବ । କାହାକୁ ପରବର୍ତ୍ତୀ ପିସିସି ସଭାପତି କରିବେ ସେ ନିଷ୍ପତ୍ତି ଏଆଇସିସିର ।
ସଭାପତି ପଦ ପାଇଁ ଦଳରେ ବହୁତ ଯୋଗ୍ୟ ଲୋକ ଅଛନ୍ତି । ଯିଏ ଦଳକୁ ସମ୍ଭାଳି ପାରିବ, ଦଳକୁ ଆଗକୁ ନେଇ ପାରିବ ସେମିତି ଲୋକ ବାଛିବା କଥା । ତେବେ ଯିଏ ବି ପିସିସି ସଭାପତି ପଦ ପାଇବେ ତାଙ୍କୁ ସହଯୋଗ କରିବି ବୋଲି କହିଛନ୍ତିନ ନିରଂଜନ ।
ସୂଚନାଯୋଗ୍ୟ ନିକଟରେ ବିଧାନସଭା ନିର୍ବାଚନ ସରିଥିବା ୫ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବା ପରେ ଓଡ଼ିଶାରେ ବି ମଙ୍ଗୁଆଳ ବଦଳିବା ଏକ ପ୍ରକାର ନିଶ୍ଚିତ । ରାଜ୍ୟର କିଛି ନେତା କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି ।
ରେସ୍ରେ ଆଗରେ ଅଛନ୍ତି ଦଳର ଦୁଇ ବରିଷ୍ଠ ନେତା ଶରତ ପଟ୍ଟନାୟକ ଓ ଜୟଦେବ ଜେନା । ଏହା ପୂର୍ବରୁ ଶରତ ପଟ୍ଟନାୟକ ଥରେ ଓ ଜୟଦେବ ଜେନା ଦୁଇ ଦୁଇ ଥର ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)