• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାବା ସାହେବ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ବିଭୁ ପ୍ରସାଦ ତରାଇ ଅଭିଯୋଗ କରିଛନ୍ତି ଯେ, ଦଳିତଙ୍କ ସ୍ୱାର୍ଥ ରକ୍ଷା କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଦଳିତଙ୍କ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନର ବାଟମାରଣା ହେଉଛି ।

ଜାତିବିହୀନ ସମାଜ ତିଆରି ଥିଲା, ଆମ୍ବେଦକରଙ୍କ ଲକ୍ଷ୍ୟ । ସେହି ଲକ୍ଷ୍ୟ ଦିଗରେ କାମ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଦ୍ରା ଯୋଜନାରେ ଏସସି, ଏସଟି ଏବଂ ଓବିସି ହିତାଧିକାରୀଙ୍କୁ ୧୮ ଲକ୍ଷ ୬୦ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି । ଉଜ୍ଜଳା ଯୋଜନାରେ ମାଗଣା ୩ କୋଟି ୧୦ ଲକ୍ଷ, ଏଲପିଜି ସଂଯୋଗ ଆବାସ ଯୋଜନାରେ ଏସସି ଏସଟି ହିତାଧିକାରୀଙ୍କୁ ୧ କୋଟି ୩୧ ଲକ୍ଷ ପକ୍କା ଘର ଦିଆଯାଇଥିବା ବେଳେ ଏହି ବର୍ଗର ଛାତ୍ରଛାତ୍ରୀଙ୍କ ସ୍କଲାରସିପ୍ ମଧ୍ୟ ବୃଦ୍ଧି କରାଯାଇଛି ।

ତେବେ ଓଡ଼ିଶା ସରକାର ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଭୁ ତରାଇ । ସେ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ଆଡଭାଇଜାରି କମିଟିର ଥରେ ମଧ୍ୟ ବୈଠକ ବସିନାହିଁ । ରାଜ୍ୟରେ ଦଳିତ ବର୍ଗର ଲୋକ ଅସୁରକ୍ଷିତ । ସେମାନଙ୍କ ପାଇଁ ଆସୁଥିବା ଟଙ୍କା ଠିକ୍ ଭାବେ ଖର୍ଚ୍ଚ କରାଯାଉନି ।

ସରକାରଙ୍କ ଏଭଳି ମନୋଭାବ ନ ବଦଳିଲେ, ଦଳିତ ବର୍ଗ କ୍ଷମା ଦେବେ ନାହିଁ ବୋଲି ଚେତାଇ ଦେଇଛନ୍ତି ବିଭୁ ତରାଇ । ଏହାର ଜବାବରେ ବିଜେଡିର ମୁନ୍ନା ଖାଁ କହିଛନ୍ତି, କାହା ପ୍ରତି କିଛି ବାଛବିଚାର ନାହିଁ ସବୁ ବର୍ଗକୁ ଗୁରୁତ୍ୱ ଦିଆଯାଉଛି ।