• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀ ଜନ୍ମଦିନ ଉତ୍ସବରେ ଭୁବନେଶ୍ୱର ସାଂସଦ ଅଲୋଡ଼ା । ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବରେ ସ୍ଥାନୀୟ ଲୋକପ୍ରତିନିଧି ଭାବେ ସାଂସଦ ଅପରାଜିତା ଷ଼ଡଙ୍ଗୀଙ୍କୁ ଡକା ନଯିବାକୁ ନେଇ ତେଜିଛି ରାଜନୀତି । ଖୋଦ୍ ଅପରାଜିତା ଏନେଇ କ୍ଷୋଭ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବର୍ଷିବା ସହ ଏଭଳି ଅସୌଜନ୍ୟତାର କାରଣ ଜାଣିବାକୁ ଚାହିଁଛନ୍ତି । ସବୁଠୁ ବଡ଼ କଥା ହେଉଛି ଆୟୋଜକ କମିଟି ସଭାପତି ଏନେଇ ଅବଗତ ନଥିବା କହିଥିବା ବେଳେ ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ମଧ୍ୟ ଏନେଇ ବିଶେଷ କିଛି ଜାଣି ନଥିବା କହିଛନ୍ତି ।

ତେବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିକଟରେ ଓଟିଭି ଦ୍ୱାରା ପ୍ରସାରିତ ଶୋ ‘ଖୋଲା କଥା’ରେ ରାଜ୍ୟ ସରକାର ଉପରେ ବର୍ଷିଥିବାର ଦେଖିବାକୁ ମିଳିଥିଲା । ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବରେ ତାଙ୍କର ଅନୁପସ୍ଥିତିକୁ ନେଇ ସେ କହିଥିଲେ ଯେ, ‘ରାଜ୍ୟ ସରକାରଙ୍କ ଦ୍ୱାରା ଆୟେଜିତ ସରକାରୀ କାର୍ଯ୍ୟକ୍ରମରେ ମତେ ଡକା ଯାଇନଥିଲା । ତେବେ କୌଣସି ସାମ୍ବିଧାନିକ ପଦରେ ଯେକୌଣସି ବ୍ୟକ୍ତି ବସିଛି, ତାଙ୍କୁ ସରକାର ଦ୍ୱାରା ସମ୍ମାନ ଦେବା ଉଚିତ୍‌ । ମତେ ସମ୍ମାନ ନ ମିଳୁ କୁନ୍ତୁ ସାଂସହ ପଦକୁ ସମ୍ମାନ ମିଳୁ । କିନ୍ତୁ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକୁ କଡ଼ା ନିନ୍ଦା କରୁଛି । ସମସ୍ତଙ୍କୁ ଡକା ଗଲା କିନ୍ତୁ ଭୁବନେଶ୍ୱର ସାଂସଦଙ୍କୁ ରାଜଧାନୀର ପ୍ରତିଷ୍ଠା ଦିବସରେ ଡକା ଗଲା ନାହିଁ’।

ସେ ଆହୁରି କହିଛନ୍ତି ଯେ, ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ‘ଏହା ଓମିସନ୍‌ ନା କମିଶନ ? ଏହା ପଛରେ କାହାର କିଏ ରହିଛି ଏହାର ଦାୟିତ୍ୱ କାହାକୁ ଦିଆଯାଇଛି ତାହା ନିର୍ଦ୍ଧାରିତ କରାଯାଉ । ଯେତେବେଳେ ସାଢ଼େ ୪ କୋଟି ଓଡ଼ିଶାବାସୀ ଏସମ୍ପର୍କରେ ଅବଗତ ଅଛନ୍ତି, ତେବେ ମୁଖ୍ୟମନ୍ତ୍ରୀ ମଧ୍ୟ ଏକଥା ଜାଣିଥିବେ । ଯେହେତୁ ଆମେ ତାଙ୍କୁ ଏକ ସମ୍ବିଧାନ ପଦରେ ବସେଇଛୁ, ତାଙ୍କ ବିନା ଅବଗତରେ କିପରି ଏଭଳି କାର୍ଯ୍ୟ ହେଉଛି। ମୁଖ୍ୟମନ୍ତ୍ରୀ କଦାପି ଏନେଇ କହିପାରିବେନି କି ସେ ଜାଣିନାହାନ୍ତି’ ।

ସେ କହିଛନ୍ତି ଯେ ‘ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମେଲ୍‌ ମାଧ୍ୟମରେ ଚିଠି ଦେଇଛି, ହାର୍ଡ କପି ମଧ୍ୟ ଦେଇଛି, କେବଳ ଏତିକି ନୁହେଁ ବରଂ ଜଣେ ଲୋକ ଯିଏ ସେକ୍ରେଟେରିଏଟ୍‌ ଯାଉଥିଲେ ତାଙ୍କ ହାତରେ ମଧ୍ୟ ଚିଠି ପଠାଇଛି । ତିନୋଟି ବାଟରେ ମୁଖ୍ୟମନ୍ତ୍ରୀ ମୁଁ ଚିଠି ଦେଇଛି, ଏବଂ ଆଶା କରୁଛି କି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିଠିଟି ନିଶ୍ଚୟ ପହଞ୍ଚିବ । ପ୍ରତିଷ୍ଠା ଦିବସ ନିମନ୍ତ୍ରଣ କାର୍ଡରେ ମୋ ନାଁ ନ ରହିବା ମୋର ଅସନ୍ତୋଷ ନୁହେଁ ବରଂ ମୋ ଅଧିକାରରୁ ମତେ ବଞ୍ଚିତ କରିବା । ତେବେ ଏହା କେତେଦୂର ଠିକ୍‌ ତାହା ମୁଖ୍ୟମନ୍ତ୍ରୀ ଉତ୍ତର ଦେବେ’।