Advertisment

‘ଯଦି ତଦନ୍ତ ନ ହୁଏ, ସପ୍ତାହେ ପରେ ପୁଣି ଥରେ ମନେ ପକାଇବି’

ରାଜଧାନୀ ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣ କରା ନଯିବା ପ୍ରସଙ୍ଗରେ ପୁଣି ଆଜି ଟ୍ୱିଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯଦି ତଦନ୍ତ ନ ହୁଏ, ତେବେ ସପ୍ତାହେ ପରେ ପୁଣି ଥରେ ମନେ ପକାଇବି ବୋଲି ସାଂସଦ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
MP Aparajita Sarangi

MP Aparajita Sarangi

ରାଜଧାନୀ ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣ କରା ନଯିବା ପ୍ରସଙ୍ଗରେ ପୁଣି ଆଜି ଟ୍ୱିଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଥିବା ଚିଠିକୁ ଦର୍ଶାଇ ତୁରନ୍ତ ଏହି ଘଟଣାର ତଦନ୍ତ କରାଯିବ ବୋଲି ସେ ଆଶାବାଦୀ ବୋଲି କହିଛନ୍ତି। ରାଜଧାନୀବାସୀ ସରକାରଙ୍କ ଜବାବକୁ ଅପେକ୍ଷା କରିଛନ୍ତି। ଯଦି ତଦନ୍ତ ନ ହୁଏ, ତେବେ ସପ୍ତାହେ ପରେ ପୁଣି ଥରେ ମନେ ପକାଇବି ବୋଲି ସାଂସଦ କହିଛନ୍ତି।

Advertisment

ଅନ୍ୟପକ୍ଷେ, ରାଜଧାନୀ ପ୍ରତିଷ୍ଠା ଦିବସରେ ଅପରାଜିତାଙ୍କୁ ନିମନ୍ତ୍ରଣ କରାନଯିବା ଘଟଣାରେ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କ’ଣ ହୋଇଛି ଅଫିସିଆଲି ବୁଝିବୁ, ଅନୁଧ୍ୟାନ କରିବୁ। ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିବାରୁ ଆମେ କଣ ନିରବ ରହିବୁ ? ଅନେକ ସମୟରେ ବରପୁତ୍ରଙ୍କ ପୁଣ୍ୟ ତିଥିରେ ଅନେକ ଆସୁ ନାହାନ୍ତିି ବୋଲି ରଘୁନନ୍ଦନ କହିଛନ୍ତି।

Advertisment

ରାଜଧାନୀର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ଯାହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ନିମନ୍ତ୍ରଣ ନ ଥିବାରୁ ଟ୍ୱିଟ୍ କରି ଅସନ୍ତୋଷ ଝାଡ଼ିଥିଲେ ଅପରାଜିତା। ଟ୍ୱିଟ୍‌ କରି ସେ କହିଥିଲେ, ମୋତେ ଛାଡ଼ି ପ୍ରାୟ ସମସ୍ତଙ୍କୁ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଥିଲା। ଏହି ମହାନ ଦିବସ ଅବସରରେ ମୁଁ ଉତ୍ସବରେ ଯୋଗ ଦେବାକୁ ଚାହୁଁଥିଲି। ହେଲେ ମୋତେ କାହିଁକି ନିମନ୍ତ୍ରଣ କରାଗଲାନି ? ମୋର ଦୋଷ କ’ଣ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଥିଲେ।  

CM Naveen Patnaik MP Aparajita Sarangi Rajdhani Pratistha Diwas Bhubaneswar Foundation Day
Advertisment
Advertisment