/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650024360.jpg)
Bureacracy's Rising
କିଏ ହଟିବେ, କିଏ ପଶିବେ। କାହା ମୁଣ୍ଡରେ ମୁକୁଟ ପିନ୍ଧାଇବେ ନବୀନ। ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସଂପ୍ରସାରଣକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ, ସାଧାରଣ ଲୋକଙ୍କ ଭିତରେ କିନ୍ତୁ ଏହାକୁ ନେଇ ଉତ୍କଣ୍ଠା ନାହିଁ। କାରଣ ଏଠି ରିମୋଟରେ ନିୟନ୍ତ୍ରିତ ନେତା। ମନ୍ତ୍ରୀଙ୍କ ଅପେକ୍ଷା ଅଫିସରଙ୍କ ପାୱାର ଅଧିକା।
ପଣା ସଂକ୍ରାନ୍ତି ପରେ ପରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରାଯିବ ବୋଲି ରାଜନୈତିକ ପଣ୍ଡିତ ଆଲୋଚନା କରୁଛନ୍ତି। ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଯଦି ଏବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୁଏ, ତେବେ ଅନେକ ବଡ଼ବଡ଼ିଆ ବିଦା ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।
ପ୍ରଥମେ ବଳି ପଡ଼ିପାରନ୍ତି ବିବାଦୀୟ ହୋଇପଡ଼ିଥିବା ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର ଓ ବିକ୍ରମ କେଶରୀ ଆରୁଖଙ୍କ ଭଳି ମନ୍ତ୍ରୀ। କାରଣ ଏମାନଙ୍କ ପାଇଁ ଦଳର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ସେହିପରି ପଞ୍ଚାୟତ ଓ ପୌର ନିର୍ବାଚନରେ ଯାହା ଅଞ୍ଚଳରେ ଦଳ ଭଲ ପ୍ରଦର୍ଶନ କରିପାରି ନାହିଁ, ସେ ମନ୍ତ୍ରୀ ମଧ୍ୟ ଖସି ପାରନ୍ତି।
ଏପଟେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ପରେ, ବିଜେଡିର ଆଶାୟୀଙ୍କ ତାଲିକା ବଢ଼ିବାରେ ଲାଗିଛି । କ୍ଷମତା କେନ୍ଦ୍ରର ନିକଟତର ହେବାକୁ ଭିତରେ ଭିତରେ ଆରମ୍ଭ ହୋଇଛି ଉଦ୍ୟମ। ହେଲେ ସବୁ କେବଳ ଅନ୍ଧାରରେ ବାଡ଼ି ବୁଲେଇବା କଥା। କାହାକୁ ଜଣାନାହିଁ କିଏ ଖସିବ କିଏ ଆସିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)