ବିଜେଡି କର୍ପୋରେଟର ଅମରେଶ ଜେନା ଦଳରେ ବିଭୀଷଣ ଥିବା କହିଥିବାବେଳେ ଦଳୀୟ ବୁଝାମଣାରୁ ପରାଜୟ କହି, ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ।
ହେମନ୍ତ ଜେଲ ଯିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ।
୨୪ ନିର୍ବାଚନରେ ମାଟି କାମୁଡ଼ିବା ପରଠୁଁ ଚବିଶ ବର୍ଷର ଶାସକ ବିଜେଡିରେ ଏବେ ଫାଟ ଜଳ ଜଳ । ଯେତେ ଲୁଚାଇଲେ ବି ଆଉ ଲୁଚୁନି ।
ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ନୂଆ ନୁହେଁ । ଗତ ସାଧାରଣ ନିର୍ବାଚନରେ ଟିକେଟ୍ ବଣ୍ଟା ସମୟରୁ ହିଁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଲାଗି ଆସୁଛି ।
ଆସନ୍ତା ୫ ତାରିଖରେ ବସିପାରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ। ଅଳଙ୍କାର ଗଣତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ୍ ପଶାୟତ ତା ପୂର୍ବଦିନ ଅର୍ଥାତ୍ ଜୁଲାଇ ୪ ତାରିଖରେ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି। ସେ ପୁରୀରେ ୨୭ ତାରିଖ ଯାଏ ରହିବେ।
ବିଜେଡି କର୍ପୋରେଟର ଅମରେଶ ଜେନା କହିଛନ୍ତି, କିଛି ଲୋକ ଆମ ଭିତରେ ବିଭାଜନ ଉଦ୍ୟମ କରୁଛନ୍ତି । କିନ୍ତୁ ଆମେ ଏକଜୁଟ ଅଛୁ।
ନବୀନ ପଟ୍ଟନାୟକ ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । କେଉଁଠି ନା କେଉଁଠି ଆଣ୍ଟି ଇନକମ୍ବେନ୍ସୀ ବା ଦଳ ବିରୋଧୀ ହାୱା ଗୋଟିଏ ବଡ଼ ଫ୍ୟାକ୍ଟର ଭାବରେ କାମ କରିଛି ।
ବିଜେଡି କର୍ପୋରେଟରଙ୍କୁ ଧରି ଦୁଇ ଗୋଷ୍ଠୀ କରାଯାଉଥିବାରୁ ସୁପ୍ରିମୋଙ୍କ ମୁଣ୍ଡ ବିନ୍ଧା ବଢିଛି । ଅନ୍ୟପଟେ ତୁ ତୁ ମେ ମେ ଜାରି ରହିଛି ।
ଗୋଟିଏ ପଟେ ପିସିସି ସଭାପତିଙ୍କ ବିରୁଦ୍ଧରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ତ ଅନ୍ୟପଟେ ଦଳର ଜଣକ ପରେ ଜଣେ ନେତା ବି ମଙ୍ଗୁଆଳଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି ।
ଆଜି ତାଲା ଖୋଲିଥିଲେ ବି କଂଗ୍ରେସ ଅଫିସ୍ ଖାଁ ଖାଁ । AICCକୁ ସବୁ ଜଣାଇଛି କହିଲେ ଶରତ ।
ଅଣ ଓଡ଼ିଆଙ୍କୁ କାମ ଦେବା ପାଇଁ ଛୋଟ ଛୋଟ କାମକୁ ମିଶାଇ ହଜାରେ କୋଟିରୁ ଅଧିକ ବଡ଼ ଟେଣ୍ଡର କରାଯାଉଥିଲା। ଏସବୁର ଖୋଳତାଡ ନିହାତି ଆବଶ୍ୟକ ବୋଲି ମଧ୍ୟ ସେ ଦାବି କରିଛନ୍ତି।
୨୦୨୪ ନିର୍ବାଚନରେ ଓଡ଼ିଶାର ବିଜେପିର ଅପୂର୍ବ ସଫଳତା କଥା ମନେ ପକାଇ ଏହାକୁ ଜଗନ୍ନାଥଙ୍କ ଭରପୁର ଆଶୀର୍ବାଦ ବୋଲି ମଧ୍ୟ କହିଛନ୍ତି।
ବିଜେପି ଆଡ଼କୁ ଢଳୁଛନ୍ତି କି ବିଜେଡି କର୍ପୋରେଟର ? ଖୋଦ ବିଜେଡି କର୍ପୋରେଟର ଏଭଳି ବଡ଼ ଖୁଲାସା କରିବା ପରେ ରାଜଧାନୀ ବିଜେଡି ରାଜନୀତି ଏବେ ଚର୍ଚ୍ଚାରେ ।
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଲଙ୍କାକାଣ୍ଡ । ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଛାତ୍ର କଂଗ୍ରେସ କର୍ମୀ ।
ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ଓଡ଼ିଶା ନିର୍ବାଚନ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଓଡ଼ିଶାବାସୀ ଆମ ଉପରେ ଭରସା କରିଛନ୍ତି, ଆମକୁ ଭରପୁର ଆଶୀର୍ବାଦ ମିଳିଛି ।
ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି ।
ଲୋକସଭାରେ ହିନ୍ଦୁମାନଙ୍କୁ ହିଂସ୍ର ଓ ମିଛୁଆ କହିବାକୁ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, କଂଗ୍ରେସ ବିରୋଧୀ ସିଟରେ ବସିବାରୁ ଅଣନିଃଶ୍ୱାସୀ ହୋଇଛନ୍ତି ।
ବିଜେଡିରେ ଫାଟ ଆଶଙ୍କା । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ଇଙ୍ଗିତ ପରେ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି।
ଗଣତନ୍ତ୍ର ପୁରୀରେ ହିଁ ହୋଇଛି । ଲୋକସଭାରେ ନିଜ ପ୍ରଥମ ଅଭିଭାଷଣରେ ଏପରି କିଛି କହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର।
୧୬ ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଲୋକଙ୍କ ଅଭିଯୋଗ ଶୁଣିଲେ ମୋହନ ସରକାର। ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ୱାନ ଟୁ ୱାନ ଆଲୋଚନା। ଆଉ ଫୈସଲା ବି ଅନ୍ ଦି ସ୍ପଟ୍।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା।
ପ୍ରଥମ ଦିନରେ ୧୫୫୦ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ଓ ଟିମ୍ । ଅନ୍ ଦି ସ୍ପଷ୍ଟ ଫୈସଲା ପାଇ କୃତ୍ୟ କୃତ୍ୟ ଜନତା ।
ଆରମ୍ଭ ହୋଇଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ବିଭିନ୍ନ ଆଡୁ ଆସିଥିବା ଜନତାଙ୍କ ଗୁହାରି ଶୁଣିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା ।
ଅନେକ ଲୋକେ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିଲେ ହେଲେ ଏବେ ନ୍ୟାୟ ପାଇବେ। ଆଗାମୀ ଦିନରେ ସବୁ ବିଭାଗର ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ସବୁ ଜିଲ୍ଲାରେ ଲୋକଙ୍କ ଅଭିଯୋଗ ଶୁଣାଯିବ ବୋଲି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ।