• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯିଏ ଦୁର୍ନୀତି କରିଥିବ ସିଏ ନିଶ୍ଚିତ ବନ୍ଧା ହେବ । ବବି ଦାସଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ଯଦି ସେ ଦୋଷୀ ସାବ୍ୟସ୍ତ ହେବେ ନିଶ୍ଚିତ ବନ୍ଧା ହେବେ । ଇଏ ମୋହନ ସରକାର । ବିଜେପି ସରକାର କେବେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ମାଫ୍ କରିବ ନାହିଁ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ।

ବ୍ଲାକରୋଜ ଜାହାଜ ପ୍ରସଙ୍ଗ ଉଠାଇ ସେ ବବିଙ୍କୁ ଟାର୍ଗେଟ କରିଛନ୍ତି । ଯାଜପୁର ଉପନିର୍ବାଚନ ପ୍ରସଙ୍ଗରେ ସରୋଜ କହଛନ୍ତି ବବି ସମ୍ବଲପୁର ଗଲେ ସେଠାରେ ହାରିଲେ । ଯାଜପୁରରେ ସେ ଅବସ୍ଥା ନାହିଁ ? ନବୀନ ବାବୁ ଓ ବବି ଦାସଙ୍କ କଥାକୁ ଲୋକ କୌଣସି ମୂଲ୍ୟ ଦେଉ ନାହାନ୍ତି । ସେହିପରି ବିଜେପି ବଡ଼ଚଣା ବିଧାୟକ ଅମର ନାୟକ କହଛନ୍ତି ଓଡ଼ିଶା ବାସୀ ଆଉ ବୋକା ନାହାନ୍ତି ।

ଉଚିତ ଜବାବ ଦେଇଛନ୍ତି, ଆଗକୁ ମଧ୍ୟ ଦେବେ ବୋଲି କହିଛି ବିଜେପି । ସେପେଟ ବିଜେଡି କହିଛି ଯିଏ ଯୋଦ୍ଧା ସେ ସବୁବେଳେ ପ୍ରସ୍ତୁତ । ବବି ଦାସ ଜଣେ ଅନୁଭବୀ ଯୋଦ୍ଧା । ଗୋଟିଏ ପରାଜୟରେ ଜଣଙ୍କର ସଫଳତା କେବେ ନ୍ୟୁନ ହୁଏନି । ଲଢିବା ମାନେ ନୁହଁ ଯେ ନିର୍ବାଚନ ଲଢିବା । ଲଢିବା ପାଇଁ ଅର୍ଥ ଜନ ପ୍ରସଙ୍ଗକୁ ନେଇ ଲଢିବା ବୋଲି କହିଛନ୍ତି ଗଣେଶ୍ୱର । ତେବେ ଏନେଇ ବବି ଦାସଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ଗତକାଲି ଯାଜପୁର ସଭାରେ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ, ଯଦି ସେ ଦୁର୍ନୀତି କରିଛନ୍ତି ତେବେ ୪ ମାସ ହେଲା କାହିଁକି ତାଙ୍କୁ ଗିରଫ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି । ଜେଲ୍‌ରେ ପୁରାଅ କି ଫାଶୀ ଦିଅ, କିନ୍ତୁ ଯାଜପୁର ବିକାଶରେ ବାଧା ଦିଅନ୍ତୁନାହିଁ ବୋଲି ସେ କହିଛନ୍ତି । ଗତକାଲି ଯାଜପୁରରେ ବିଜେଡି ପକ୍ଷରୁ ଜନ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସଭାରେ ଅନେକ ବିଜେଡି ନେତୃବୃନ୍ଦ ଉପସ୍ଥିତ ଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now