/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727839268.jpg)
BJD Rift Deepens
ଶଙ୍ଖ ଭବନରେ ଥମୁନି ମୁହାଁମୁହିଁ ସ୍ଥିତି। ଭୁବନେଶ୍ବର କର୍ପୋରେଟରଙ୍କ ମଧ୍ୟରେ ବିବାଦ ପରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ବିଜେଡି ନେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି। ଗତକାଲି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବିଜେଡିର ବୈଠକ ବସିଥିଲା। ଏହି ସମୟରେ ୨ ଗୋଷ୍ଠୀ ମଧ୍ୟରେ ହୋଇଥିଲା କଥା କଟାକଟି। ଏପରିକି ଜଣେ ନେତ୍ରୀଙ୍କୁ ଜୋରଦାର ବିରୋଧ କରାଯାଇଥିବା ସୂଚନା ମିଳିଛି। ତେବେ କାହିଁକି ଏବଂ କେଉଁ ପ୍ରସଙ୍ଗରେ ଉପୁଜିଥିଲା ଏଭଳି ମୁହାଁମୁହିଁ ପରିସ୍ଥିତି, ସେନେଇ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ।
ତୀବ୍ର ହେଉଛି ଭୁବନେଶ୍ବର ବିଜେଡି କନ୍ଦଳ । ଅମରେଶ ଓ ବିରଞ୍ଚିଙ୍କ ବିରୋଧରେ ମେଳି କଲେ ବିଜେଡି କର୍ପୋରେଟର । ପ୍ରଚ୍ଛଦପଟ୍ଟରେ ବିଧାୟକ ଓ ପୂର୍ବତନ ମନ୍ତ୍ରୀ । ଗତକାଲି ବିଜେଡିର ୩୦ କର୍ପୋରେଟର ଗୋଟିଏ ବସରେ ପୁରୀ ଯାଇ ଲୋକନାଥଙ୍କ ଦର୍ଶନ କରିଥିଲେ। ତେବେ କାହିଁକି ବିଜେଡିର ୩୦ କର୍ପୋରେଟର ମେଳି କଲେ ? ଚର୍ଚ୍ଚା ହେଉଛି ଅମରେଶ ଓ ବିରଞ୍ଚିଙ୍କୁ ଚେକ୍ ଦେବାପାଇଁ ଏବେ ଭୁବନେଶ୍ବର ଏକାମ୍ର ଓ ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି କର୍ପୋରେଟର ଏକାଠି ହୋଇଛନ୍ତି। ଆଉ ଗୋଟିଏ ବସରେ ଲୋକନାଥଙ୍କ ଦର୍ଶନ କରିବାକୁ ଯାଇ ସୁପ୍ରିମୋଙ୍କୁ ବାର୍ତ୍ତା ଦେଇଛନ୍ତି ଦୁଇ ବିଦ୍ରୋହୀ କର୍ପୋରେଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ।
ପ୍ରଥମେ ଶଙ୍ଖ ଭବନ ପରେ ବିଏମ୍ସି କର୍ପୋରେସନକୁ ବର୍ଜନ ଆଉ ଆଉ ଏବେ ଗୋଟିଏ ବସରେ ଯାତ୍ରା । ଭୁବନେଶ୍ବର ବିଜେଡି କଳି ବଢି ଧିରେ ଧିରେ ବିସ୍ଫୋରକ ରୂପ ଧାରଣ କଲାଣି । ୨୦୨୪ ନିର୍ବାଚନ ଟିକେଟ ବଣ୍ଟନ ବେଳେ ଅମରେଶ ଓ ବିରଞ୍ଚି ଟିକେଟ୍ ପାଇଁ ଲବି କରିଥିଲେ । ଟିକେଟ ନ ମିଳିବାରୁ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ବର୍ଷିବା ସହ ନିର୍ବାଚନରେ ଖୋଲାଖୋଲି ଅସହଯୋଗ କରିଥିଲେ । ଯେଉଁଥି ଲାଗି ଭୁବନେଶ୍ବର ଏକାମ୍ରରେ ବିଜେଡି ପରାଜିତ ହେଲା ।
ନିର୍ବାଚନ ଫଳ ପ୍ରକାଶ ପରେ ବି ଏ ଦୁଇ କର୍ପୋରେଟର ବିଭିନ୍ନ ପ୍ରସଙ୍ଗରେ ଅଶୋକ ପଣ୍ଡା ଓ ଅନନ୍ତ ଜେନାଙ୍କୁ ବିରୋଧ କରିବା ସହ ତାଙ୍କ ବିରୋଧରେ ବୟାନ ଦେଇ ଆସୁଛନ୍ତି । ଏବେ ସ୍ଥିତି ବିଗିଡିବାରୁ କର୍ପୋରେଟରଙ୍କୁ ଢାଲ କରି ଅମରେଶ ଓ ବିରଞ୍ଚିଙ୍କୁ ପାନେ ଦେବାକୁ ରଣନୀତି ଆପଣାଇଛନ୍ତି । କଳି ଉଗ୍ର ହେବାରୁ ଆଜି ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅମରେଶ, ବିରଞ୍ଚିଙ୍କ ସହ ଏକାମ୍ର ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ବିବେକ ସ୍ବାଇଁଙ୍କୁ ଦଳୀୟ ଶୃଙ୍ଖଳା ଭଙ୍ଗ ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଯାହାର ଜବାବ ୧୫ ଦିନ ଭିତରେ ସମସ୍ତ ୪ଜଣ ରଖିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)