• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କାହିଁକି ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ ? ଡିଭୋର୍ସ ପଛରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ହାତ ? ଆସିଲା ସାଂଘାତିକ ଅଭିଯୋଗ, କ’ଣ ରହିଛି ଏହା ପଛର ସତ୍ୟତା ? ଆପଣମାନେ ସାଉଥ ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ବିବାହ ବିଚ୍ଛେଦ ସମ୍ପର୍କରେ ଜାଣିଥିବେ । ୨୦୧୭ରେ ସେମାନଙ୍କ ବିବାହ ହୋଇଥିଲା ଏବଂ ୨୦୨୧ରେ ବିଚ୍ଛେଦ । ହେଲେ ଏହା ପଛରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅ ତଥା BRS ନେତା କେଟି ରାମା ରାଓଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ଏଭଳି ଅଭିଯୋଗ କରିଥିଲେ ତେଲଙ୍ଗାନାର ଜଙ୍ଗଲମନ୍ତ୍ରୀ କୋଣ୍ଡା ସୁରେଖା।

ସେ କହିଥିଲେ, ନାଗା ଓ ସାମନ୍ଥା କେଟି ରାମା ରାଓଙ୍କ ପାଇଁ ଅଲଗା ହୋଇଛନ୍ତି । ଏହାସହ କେଟିଆରଙ୍କ ପାଇଁ ଅନେକ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡ଼ିଛନ୍ତି ଓ ଶୀଘ୍ର ବାହା ହୋଇପଡ଼ିଛନ୍ତି । କାରଣ କେଟିଆର ସେମାନଙ୍କ ବ୍ୟକ୍ତିଗତ ଜୀବନରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥିଲେ । ସେ ସେଲିବ୍ରିଟିମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥିଲେ । ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ କେଟିଆର ନିଜେ ଡ୍ରଗ୍ସ ନେବା ସହ ଫିଲ୍ମ ଇଣ୍ଡଷ୍ଟ୍ରୀ ଲୋକଙ୍କୁ ଏଥିରେ ଅଭ୍ୟସ୍ତ କରୁଥିଲେ । ଅଭିନେତ୍ରୀଙ୍କ ଫୋନକୁ ଟ୍ୟାପ କରି ବ୍ଲାକମେଲ କରୁଥିଲେ ।

ଅଧିକ ପଢ଼ନ୍ତୁ: ଭାଇରାଲ୍ ହେଉଛି ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ଏନ୍‌ଗେଜ୍‌ମେଣ୍ଟ୍ ଫଟୋ

କୋଣ୍ଡାଙ୍କ ମନ୍ତବ୍ୟ ପରେ ଏହାକୁ ନିନ୍ଦା କରିଛନ୍ତି ନାଗା ଚୈତନ୍ୟ, ତାଙ୍କ ବାପା ନାଗାର୍ଜୁନ ଓ ଅଭିନେତ୍ରୀ ସାମନ୍ଥା । ବିରୋଧୀମାନଙ୍କୁ ସମାଲୋଚନା କରିବାକୁ ଫିଲ୍ମ ଷ୍ଟାରମାନଙ୍କ ଜୀବନକୁ ବ୍ୟବହାର କରନ୍ତୁ ନାହିଁ । ଆପଣ ଜଣେ ମହିଳା ହୋଇ ଆମ ପରିବାର ବିରୋଧରେ ଯେଉଁ ଅଭିଯୋଗ କରିବା ସହ ମନ୍ତବ୍ୟ ଦେଇଛନ୍ତି ତାହା ସଂପୂର୍ଣ୍ଣ ଭାବେ ଭିତ୍ତିହୀନ ଓ ମିଛ। ଦୟାକରି ଅନ୍ୟ ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଅନ୍ତୁ ବୋଲି କହିଛନ୍ତି ନାଗାର୍ଜୁନ। ସେହିପରି ନାଗା ଚୈତନ୍ୟ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଦେଇ ଲେଖିଛନ୍ତି, ଛାଡପତ୍ର ନିଷ୍ପତ୍ତି ଯେକୌଣସି ବ୍ୟକ୍ତିଙ୍କ ଜୀବନର ସବୁଠାରୁ ଯନ୍ତ୍ରଣାଦାୟକ ଏବଂ ଦୁର୍ଭାଗ୍ୟଜନକ ନିଷ୍ପତ୍ତି । ବହୁ ଚିନ୍ତା ପରେ, ମୋର ପୂର୍ବ ପତ୍ନୀ ଏବଂ ମୁଁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲୁ । ତେଣୁ ଆପଣ କରିଥିବା ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା ଅଟେ।

ତେବେ ସମାଲୋଚିତ ହେବା ପରେ କୋଣ୍ଡା ସାମନ୍ଥାଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରି ଲେଖିଛନ୍ତି, ମୋ’ ବୟାନ ଆପଣଙ୍କ ଭାବନାକୁ ଆଘାତ ଦେବା ପାଇଁ କଦାପି ଉଦ୍ଦିଷ୍ଟ ନୁହେଁ । ଏହା ମହିଳାଙ୍କ ସହ ଖେଳୁଥିବା ଜଣେ ରାଜନେତାଙ୍କ କୁତ୍ସିତ ଚେହେରାକୁ ଦର୍ଶାଉଛି । ଆପଣ ଯେଉଁପରି ଭାବେ ଦୃଢ ଆତ୍ମବିଶ୍ୱାସର ସହ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜ ପାଇଁ ସ୍ୱତନ୍ତ୍ର ଜାଗା ତିଆରି କରି ପାରିଛନ୍ତି ତାହା ସବୁବେଳେ ପ୍ରଶଂସନୀୟ । ତେବେ ସେ ଏନେଇ କେଟିଆରଙ୍କୁ କୌଣସି କ୍ଷମା ପ୍ରାର୍ଥନା କରି ନାହାନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now