• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁଙ୍କ ବିବାଦୀୟ ମନ୍ତବ୍ୟ । ଖୋର୍ଦ୍ଧା ପାଇକ ମାଟିର ବାସିନ୍ଦାଙ୍କ ପାଇଁ ଅପଶବ୍ଦ । ଭୁବନେଶ୍ୱର ଶଙ୍ଖ ଭବନରେ ବସିଥିବା ଦଳୀୟ ବୈଠକରେ ନିଜ ପରାଜୟକୁ ନେଇ ସମୀକ୍ଷା କରିଥିଲେ ରାଜେନ୍ଦ୍ର । ବିଜେଡିର କାର୍ଯ୍ୟ ଧାରାକୁ ସମାଲୋଚନା କରିବାକୁ ଯାଇ ଖୋର୍ଦ୍ଧାବାସୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବା ସହ ଗାଳିଗୁଳଜ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାର ଲୋକଙ୍କ ବିଶ୍ୱାସ କରିହେବନି । ଯାହାକୁ ବିଶ୍ୱାସ କରୁଥିବ, ଯାହାକୁ ସାଙ୍ଗରେ ଧରି ବୁଲୁଥିବ ସେ ତୁମ ପଛ ପଟେ ମାରିବ ବୋଲି ଖୋଲା ମଞ୍ଚରେ କହିଛନ୍ତି । ଖାଲି ଏତିକି ନୁହେଁ ବିଜେଡିରେ ଯିଏ ବିଶୃଙ୍ଖଳା କରୁଥିବା ତାକୁ ପ୍ରାଇଜ୍ ଦିଆଯାଉଛି ବୋଲି କହି ନିଜ ଦଳକୁ ବି ସମାଲୋଚନା କରିଛନ୍ତି ।

ସଭା ମଞ୍ଚରେ ତାଙ୍କ ବୟାନର ଅଡିଓ ଭାଇରାଲ୍ ହେବା ପରେ ଏହାକୁ ସ୍ୱୀକାର କରିଛନ୍ତି ଖୋଦ୍ ରାଜେନ୍ଦ୍ର । ସେ କହିଛନ୍ତି ତାଙ୍କର କିଏ ଶତ୍ରୁ ରହିଛି ଯିଏ ଏହାକୁ ରେକର୍ଡ କରି ଭାଇରାଲ୍ କରିଛି । ସେପଟେ ଗତ କିଛିଦିନ ତଳେ ମଧ୍ୟ ପ୍ରଣବ ପ୍ରକାଶ ଦାସ ବିବାଦ ଘେରକୁ ଆସିଥିଲେ । ଯାଜପୁରରେ ହୋଇଥିବା ସଭାରେ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ, ଯଦି ସେ ଦୁର୍ନୀତି କରିଛନ୍ତି ତେବେ ୪ ମାସ ହେଲା କାହିଁକି ତାଙ୍କୁ ଗିରଫ କରାଯାଉନି ବୋଲି ପ୍ରଶ୍ନ କରିଥିଲେ ।

ଜେଲ୍‌ରେ ପୁରାଅ କି ଫାଶୀ ଦିଅ, କିନ୍ତୁ ଯାଜପୁର ବିକାଶରେ ବାଧା ଦିଅନ୍ତୁ ନାହିଁ ବୋଲି ସେ କହିଛନ୍ତି । ଗତକାଲି ଯାଜପୁରରେ ବିଜେଡି ପକ୍ଷରୁ ଜନ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସଭାରେ ଅନେକ ବିଜେଡି ନେତୃବୃନ୍ଦ ଉପସ୍ଥିତ ଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now