• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟରେ ବିଜେପି ସରକାରକୁ ୪ ଜଣ ଚଲାଉଛନ୍ତି । କିଛି ଏଭଳି କହି ବିବାଦକୁ ଟାଣି ହୋଇ ଆସିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି ସରକାରକୁ ଜଣେ ନବୀନ ପଟ୍ଟନାୟକ ଚଲାଉଥିଲେ କିନ୍ତୁ ବିଜେପିରେ ୪ଟା ସରକାର ବୋଲି ସମ୍ବଲପୁର ରେଢ଼ାଖୋଲରେ ଦଳୀୟ କାର୍ଯ୍ୟକ୍ରମରେ ସେ ଆକ୍ଷେପ କରିଛନ୍ତି ।

ପ୍ରସନ୍ନ କହିଛନ୍ତି, ଦିଲ୍ଲୀରେ ଜଣେ, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଦୁଇ ଜଣ ନେତା ସରକାର ଚଲାଉଛନ୍ତି । ଏହି ଦୁଇ ଜଣ ସେମାନଙ୍କ ବନ୍ଧୁ ତେଣୁ ସେମାନଙ୍କ ନାଁ ନେଇ ହେବନି । ଖାଲି ସେତିକି ନୁହେଁ ଏହି ୪ ଜଣଙ୍କ ପାଖରୁ ଅର୍ଡର ଆସିଲେ ହିଁ ସରକାରରେ କାମ ହୁଏ । ତେଣୁ ରାଜ୍ୟ ସରକାରରେ ବହୁତ ଫାଇଲ୍ ୩ ମାସ ଯାଏଁ ପଡ଼ି ରହୁଛି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ପ୍ରସନ୍ନଙ୍କ ଆକ୍ଷେପକୁ ନେଇ ବିଜେପିର ପ୍ରତିକ୍ରିୟା ଆସିନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now