Advertisment

ଅସମ୍ଭାଳ ସ୍ଥିତିରେ ବିଜେଡି କନ୍ଦଳ ! ଭୁବନେଶ୍ୱର-ପାରାଦୀପ-ବଡ଼ଚଣାରେ ଦଳ ଫାଳ ଫାଳ

ପଦଯାତ୍ରା ଆରମ୍ଭରୁ ସବୁଠି ଗୋଷ୍ଠୀ କନ୍ଦଳ ତୀବ୍ର । ୨୪ ବିପର୍ଯ୍ୟୟ ପରଠୁ ନେତା ଆଉ ପାଟି ନଖୋଲି ରହିପାରୁନାହାନ୍ତି ।

author-image
Satyendu Shekher Mishra
undefined

BJD

ଅସମ୍ଭାଳ ସ୍ଥିତିରେ ବିଜେଡି କନ୍ଦଳ ! କମ୍ପିଲା ଶଙ୍ଖ ଭବନ, ତେଜିଲା ଗୋହି ଖୋଳାଖୋଳି । ନେତା-ନେତ୍ରୀଙ୍କ ଭିତରେ କଥା କଟାକଟି, ଟକରା ଟକରି । ଗତକାଲି ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବୈଠକ ଚାଲିଥିବା ବେଳେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଭିତରେ ପ୍ରବଳ କଥା କଟାକଟି, ବାକ୍ ବିତଣ୍ଡାର ଚର୍ଚ୍ଚା ପରେ ଆଜି ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଶ୍ରୀମୟୀ।

Advertisment

ଘର କଳି କଥା ବାହାରେ କହିବିନି କହି, ଇଙ୍ଗିତରେ କହିଛନ୍ତି ନାରୀଙ୍କୁ ଯିଏ ସମ୍ମାନ ନଦିଏ, ତା ଫଳ ସେ ନିଶ୍ଚିତ ପାଏ । ପ୍ରଦୀପ ସାହୁ ମୋ ବଡ ଭାଇ, ଯାହା କିଛି ହୋଇଛି ତାକୁ ଦଳ ବିଚାର କରିବ। ଅପରପକ୍ଷେ ପ୍ରଦୀପ ସାହୁ କହିଛନ୍ତି ଘଟଣା ସେଭଳି ଗୁରୁତର ନୁହଁ। ହେଲେ ଶ୍ରୀମୟୀ -ପ୍ରଦୀପ କଳିରେ କିନ୍ତୁ ଛୁଙ୍କ ମାରିଛନ୍ତି ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ। ସେ କହିଛନ୍ତି ଦଳରେ ଶୃଙ୍ଖଳା କମିଛି। ମହିଳାମାନେ କେବଳ ସମ୍ମାନ ପାଇବା ଆଶା ନକରି ସମ୍ମାନ ଦେବା ବି ଶିଖନ୍ତୁ। ଅପରପକ୍ଷେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି ଏହା ସାଧାରଣ ଘଟଣା, ଆଲୋଚନା ସମୟରେ ଏଭଳି ଦେଖିବାକୁ ମିଳେ।

ଆଜିଠୁ ଆରମ୍ଭ ହୋଇଥିବା ଦଳର ଜନ ସମ୍ପର୍କ ପଦଯାତ୍ରାରେ ବି ଫୁଟିକି ବାହାରିଛି ଦଳୀୟ ଫାଟ। ଭିନ୍ନ ଭିନ୍ନ ଗୋଷ୍ଠୀ, ଅଲଗା ଅଲଗା ପଦଯାତ୍ରା। ଭୁବନେଶ୍ୱରରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମକୁ ବିଜେଡିର ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହା ସୂପକାରଙ୍କୁ ଡକାଯାଇ ନଥିଲା । ଉଭୟେ କିନ୍ତୁ ଚୁପ୍ ନରହି ରକ୍ତଦାନ ଶିବିର ଆୟୋଜନ କରିଥିଲେ।

Advertisment

ସେପଟେ ବଡଚଣାରେ ତ ସ୍ଥିତି ଅସମ୍ଭାଳ। ଦଳ ଏଠି ତିନି ଫାଳ। ବଡଚଣା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ଅମର ଶତପଥୀ, ୨୦୨୪ ବିଧାୟିକା ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶିନୀ ଓ ବିଜେଡି ନେତା ରାଜନାରାୟଣ ମହାପାତ୍ର ପୃଥକ୍ ପୃଥକ ଭାବେ ପଦଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି । 

ସେହିଭଳି ପାରାଦୀପ ନିର୍ବାଚନମଣ୍ଡଳୀରେ ମଧ୍ୟ ସମାନ ସ୍ଥିତି । ସକାଳେ ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ ପଦଯାତ୍ରା, ଆଉ ଅପରାହ୍ନରେ ତାଙ୍କୁ କାଉଣ୍ଟର କରି ନିଜ ସମର୍ଥକଙ୍କ ସହ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ପଦଯାତ୍ରା।

ଦିନେ ଦଳୀୟ ଶୃଙ୍ଖଳା ପାଇଁ ପାଟିରେ ତୁଣ୍ଡି ବାନ୍ଧିଥିଲେ ନେତା । ମାତ୍ର ୨୪ ବିପର୍ଯ୍ୟୟ ପରେ ଯେମିତି ନେତା ଆଉ ପାଟି ନଖୋଲି ରହି ପାରୁ ନାହାନ୍ତି। ଏଭଳି ସ୍ଥିତିରେ ଦଳକୁ ସଂଗଠିତ କରିବାକୁ ନବୀନ ଆଗକୁ କି ପଦକ୍ଷେପ ନେଉଛନ୍ତି ତାପରେ ନଜର।

BJD BJP Congress Odisha Politics
Advertisment
Advertisment