/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727869969.jpg)
Manmohan Samal
ବିଜେପିରେ ମିଶିବା ପାଇଁ ଆବେଦନ କରିଛନ୍ତି ବିଜେଡି ନେତା । ଗଣମାଧ୍ୟମ ସାମ୍ନାରେ ଏମିତି ଏକ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ଆଗକୁ ବିଜେଡି ଖାଲି ହୋଇଯିବ । ତାଙ୍କ ଦଳରେ ଆଉ କେହି ରହିବେ ନାହିଁ । ବିଜେପିରେ ମିଶିବାକୁ ଅନେକ ନେତାଙ୍କ ଆବେଦନ ଆସୁଛି । ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧିମାନେ କିଛି ଦିନ ତଳେ ବିଜେପିରେ ମିଶିଥିଲେ । ଦୁଇ ରାଜ୍ୟସଭା ସାଂସଦ ବି ବିଜେପିରେ ମିଶିଲେ । ଆଗକୁ ଆହୁରି ଅନେକ ନେତା ବିଜେପିରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।
ସେହିପରି ମନମୋହନ ସାମଲ ଆହୁରି କହିଛନ୍ତି, ଆମେ କେଉଁଠି କାହାକୁ ବ୍ଲାକମେଲ କରି ଦଳରେ ମିଶାଉ ନାହୁଁ । ନିଜ ଇଚ୍ଛାରେ ସେମାନେ ବିଜେପିରେ ମିଶିବା ପାଇଁ ନିବେଦନ କରୁଛନ୍ତି । ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ବିଜେଡି କହୁ ।
ସେହପରି ବିଜେଡିର ପଦଯାତ୍ରାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ । ସେ କହିଛନ୍ତି ନବୀନ ପଟ୍ଟନାୟକ ୨୪ ବର୍ଷର ହିସାବ ଦିଅନ୍ତୁ । କେତେ ପ୍ରତିଶ୍ରୁତି ଦେଇଥିଲେ, କେତେ ପୂରଣ କରିଛନ୍ତି ପଦଯାତ୍ରା ବେଳେ ଲୋକଙ୍କୁ କୁହନ୍ତୁ । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିଛି । ଯଦି ନବୀନ ବାବୁ ଏହାକୁ ମିଛ ବୋଲି କହୁଛନ୍ତି, ତାହେଲେ ସତ କ’ଣ କୁହନ୍ତୁ । ସୁଭଦ୍ରା, ଧାନର ଏମଏସପି ବୃଦ୍ଧି ଓ ରତ୍ନଭଣ୍ଡାର ଠାରୁ ଆରମ୍ଭ କରି ଭତ୍ତା ଯାଏଁ ବିଜେପି ସବୁ ପ୍ରତିଶ୍ରୁତି ପାଳନ କରିଛି । ୧୦୦ ଦିନରେ ଏଇଟା କେବଳ ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।
#ଖାଲି_ହୋଇଯିବ_ବିଜେଡି- ମନମୋହନ
-ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ
-ବିଜେପିରେ ମିଶିବା ପାଇଁ ବହୁ ବିଜେଡି ନେତା ଆବେଦନ କରିଥିବା କହିଲେ
-‘ବହୁ ବିଜେଡି ନେତା ଆବେଦନ କରିଛନ୍ତି, ବିଜେଡି ଖାଲି ହୋଇଯିବ’
-‘ବିଜେପିରେ ମିଶିବାକୁ ବହୁ ଆବେଦନ ଆସୁଛି, ତାଙ୍କ ଦଳ ଶୂନ୍ୟ ହୋଇଯିବ’
-‘ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ… pic.twitter.com/y6MrstYadg— ଓଟିଭି (@otvkhabar) October 2, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)