/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727854779.jpg)
Naveen Patnaik
ବିଜେଡି ପଦଯାତ୍ରା ଶୁଭାରମ୍ଭ ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ କହିଛନ୍ତି, ଗତ ୨୪ ବର୍ଷରେ ଓଡ଼ିଶାର ବିକାଶ ପାଇଁ ବିଜେଡି ଅନେକ କାମ କରିଛି । ମହିଳା, ଆଦିବାସୀଙ୍କ ବିକାଶ ହୋଇଛି । ୨ ହଜାର ମସିହାରେ ରାଜ୍ୟରେ ଗରିବି ୭୦ ପ୍ରତିଶତ ଥିବାବେଳେ ଏବେ ଏହା ୧୦ ପ୍ରତିଶତକୁ ଖସି ଆସିଛି । ମୁଣ୍ଡ ପିଛା ଆୟ ବି ବଢିଛି ।
ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟମାନଙ୍କ ଠାରୁ ବି ଓଡ଼ିଶା ଆଗରେ ବୋଲି ନବୀନ ପଟ୍ଟନାୟକ କହିବା ସହ ଏବେ କା ନୂଆ ସରକାର ବିଏସକେୱାଇ ନାଁ ବଦଳାଇ ଦେଇଥିବା କହିଛନ୍ତି । ପରୋକ୍ଷରେ ରାଜ୍ୟ ସରକାରଙ୍କୁ ନିଶାନା କରି ନବୀନ କହିଛନ୍ତି- ଆପଣ ନାଁ ଓ ରଙ୍ଗ ବଦଳାଇ ପାରନ୍ତି କିନ୍ତୁ ଲୋକ ସବୁ ଜାଣିଛନ୍ତି । ମାଗଣା ୩ ଶହ ୟୁନିଟ୍ ବିଜୁଳି ଓ ୫୦ ହଜାର ଟଙ୍କା କେତେ ଜଣ ପାଇଲେଣି ବୋଲି ପ୍ରଶ୍ନ କରିଛନ୍ତି ନବୀନ ।
ମିଛ କଥା କହି ନିର୍ବାଚନ ଜିତି ଯାଇ ପାରନ୍ତି କିନ୍ତୁ ହୃଦୟ ନୁହଁ ବୋଲି ନବୀନ କହିବା ସହ ମିଛ କଥା ବିଜେପିର USP ବୋଲି ଆକ୍ଷେପ କରିଛନ୍ତି । ମୁଁ କ୍ଷମତାରେ ଥାଏ ବା ନଥାଏ ଲୋକ ସେବା ଜାରି ରହିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜୁ ଜନତା ଦଳର ପଦଯାତ୍ରା ଶୁଭାରମ୍ଭ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଭୁବନେଶ୍ବରର ବରଗଡ଼ ବ୍ରିଟ୍ କଲୋନୀରୁ ଏହି ପଦଯାତ୍ରା ଆରମ୍ଭ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)