Advertisment

‘ପ୍ରଥମରୁ ହିଁ ରାଜଭବନ ରାଜନୀତିର ପେଣ୍ଠସ୍ଥଳୀ ପାଲଟିଛି ’: ନୃସିଂହ ସାହୁ

ବିଜେଡି ନେତା ନୃସିଂହ ସାହୁ କହିଛନ୍ତି ପ୍ରଥମରୁ ହିଁ ରାଜଭବନ ରାଜନୀତିର ପେଣ୍ଠସ୍ଥଳୀ ପାଲଟିଛି। ଓଡ଼ିଶା ରାଜନୀତିରେ ଆଗରୁ ଏଭଳି କେବେ ଦେଖାଯାଇ ନଥିଲା।

author-image
Sujit kumar Swain
ଅଦ୍ୟତନ ହୋଇଛି
Raj Bhavan

Raj Bhavan

ତେଜିଲା ରାଜଭବନ ଟାର୍ଗେଟ୍ ରାଜନୀତି। ବିଜେଡି ନେତା ନୃସିଂହ ସାହୁ କହିଛନ୍ତି ପ୍ରଥମରୁ ହିଁ ରାଜଭବନ ରାଜନୀତିର ପେଣ୍ଠସ୍ଥଳୀ ପାଲଟିଛି। ଓଡ଼ିଶା ରାଜନୀତିରେ ଆଗରୁ ଏଭଳି କେବେ ଦେଖାଯାଇ ନଥିଲା। 

Advertisment

ସେପଟେ ଅନ୍ୟତମ ବିଧାୟକ ସାରଦା ନାୟକ କହିଛନ୍ତି-ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ଅସଦାଚରଣ କଲେ, ଜିଲ୍ଲାପାଳ ତଦନ୍ତ କରିବେ ବୋଲି ସରକାରଙ୍କ ପକ୍ଷରୁ ବିବୃତ୍ତି ଆସିଲା, ହେଲେ ସେ ରିପୋର୍ଟ ଆସିଲାନି। ଏ ଘଟଣା ଓଡ଼ିଶା ସହ ରାଜଭବନ ସମ୍ମାନରେ ଆଞ୍ଚ ଆଣିଲା। 

ତେଣେ ରାଜଭବନକୁ ନେଇ ବିଜେଡିର ଏଭଳି ଗୋଟିଏ ପରେ ଗୋଟିଏ ଆକ୍ଷେପକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି। ବିଧାୟକ ମାନସ ଦତ୍ତ କହିଛନ୍ତି,ରାଜନୀତିରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାରେ ବିଜେଡି ସିଦ୍ଧହସ୍ତ। ବିଜେଡି ସରକାରରେ ଅଫିସରମାନେ ପ୍ରୋଟୋକଲ୍ ଭାଙ୍ଗୁଥିଲେ। 

Advertisment

ଏପଟେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଓଡ଼ିଶା ଗସ୍ତକୁ ନେଇ ଗଣମାଧ୍ୟମରେ କିଛି ରାଜନେତାଙ୍କ ମନ୍ତବ୍ୟର ଜବାବ ରଖିଛି ପୂର୍ବତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ। ସୋସିଆଲ୍ ମିଡିଆ ଏକ୍ସରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶର କୌଣସି ପ୍ରାନ୍ତ ଓ ଭୁବନେଶ୍ୱର ଗସ୍ତକୁ କୌଣସି ରାଜନୈତିକ ରଙ୍ଗ ଦେବା ଉଚିତ ନୁହେଁ।

BJD BJP Politics Raj Bhavan
Advertisment
Advertisment