Advertisment

ବବି ଲଢ଼ିବେ କି ଯାଜପୁର ଉପନିର୍ବାଚନ ?

‘ଯେତେବେଳେ ପୁଅ ମାଆ ପାଖକୁ ଆସେ କୌଣସି ଶକ୍ତି ଅଟକାଇ ପାରିବନି । ଆପଣମାନଙ୍କୁ ଦେଖି ଶତ ସିଂହର ବଳ ଆସିଛି, ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ।’

author-image
Satyendu Shekher Mishra
Jajpur Bye Election

Jajpur Bye Election

ବବି ଲଢ଼ିବେ କି ଯାଜପୁର ଉପନିର୍ବାଚନ ? ଯାଜପୁର ଉପନିର୍ବାଚନ ଚର୍ଚ୍ଚାରେ ଖୋରାକ ଯୋଗାଇଲା ପ୍ରଣବ ପ୍ରକାଶ ଦାସ ତଥା ବବି ଦାସଙ୍କ ମନ୍ତବ୍ୟ। ଦଶରଥପୁରରେ ବିଜେଡି ପଦଯାତ୍ରା ବେଳେ ଭାଷଣ ରଖି ବବି ଦାସ କହିଛନ୍ତି, ମୁଁ ଲଢ଼ିବାକୁ ପ୍ରସ୍ତୁତ। ତେବେ କେଉଁ ଲଢ଼େଇକୁ ବବିଙ୍କ ଇସାରା ? ଉପନିର୍ବାଚନ ଜରିଆରେ ପୁଣି ଯାଜପୁର ଅକ୍ତିଆର ପାଇଁ ଚାଲିଛି କି ଚାଲ୍ ? ସେନେଇ ବଢ଼ିଛି ନାନା ଚର୍ଚ୍ଚା।

Advertisment

ବବି କହିଛନ୍ତି, ଯେତେବେଳେ ପୁଅ ମାଆ ପାଖକୁ ଆସେ କୌଣସି ଶକ୍ତି ଅଟକାଇ ପାରିବନି। ଆପଣମାନଙ୍କୁ ଦେଖି ଶତ ସିଂହର ବଳ ଆସିଛି, ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ବୋଲି ଉପସ୍ଥିତ କର୍ମୀଙ୍କୁ ସମ୍ବୋଧନ କରି କହିଛନ୍ତି ବବି। ତା’ସହ ବିଜେପିକୁ ନିଶାନା କରି କହିଛନ୍ତି, ବିଜେପି ଯାଜପୁରର ବିକାଶ ଚାହୁଁନି। ତେବେ ଏନେଇ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରନି।

BJP BJD Odisha Politics Congress
Advertisment
Advertisment