Advertisment

‘ରାଜଭବନକୁ ରାଜନୀତିକୁ ଟାଣନି, ଯଥେଷ୍ଟ ମଇଦାନ ଅଛି ରାଜନୀତି କରୁନ’

ରାଜନୈତି ଉଦ୍ଦେଶ୍ୟ ନେଇ ରାଜ୍ୟପାଳଙ୍କୁ ଭେଟୁଛନ୍ତି। ତେବେ ବିଜେଡିର ଅଭିଯୋଗକୁ ନେଇ ରାଜଭବନ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Manmohan Samal

Manmohan Samal

‘ରାଜନୀତି ପାଇଁ ଖୋଲା ହୃଦୟ ଲୋଡ଼ା, ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ୱକୁ ଯାଇ ରାଜନୀତି ହେଉ । ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ୱାର୍ ରୁମ୍ ସାଜିଥିବା ନେଇ ବିଜେଡିର ଅଭିଯୋଗକୁ ସମ୍ପର୍କରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

Advertisment

ସେ କହିଛନ୍ତି, ରାଜନୀତି ପାଇଁ ଯଥେଷ୍ଟ ମୈଦାନ ଅଛି, ରାଜଭବନକୁ ତା ଭିତରକୁ ଟଣା ନଯାଉ । ରାଜଭବନ ରାଜନୈତିକ ହବ୍ ପାଲଟିଛି ବୋଲି ଗତକାଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଥିଲା । ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲା ଯେ, ବିଜେପିର ବଡ଼ ବଡ଼ ନେତାମାନେ ଓଡ଼ିଶା ରାଜଭବନ ଆସିୁଥିବା ବେଳେ ବ୍ୟକ୍ତିଗତ ଆଲୋଚନା ବୋଲି କହୁଛନ୍ତି। ହେଲେ ରାଜନୈତି ଉଦ୍ଦେଶ୍ୟ ନେଇ ରାଜ୍ୟପାଳଙ୍କୁ ଭେଟୁଛନ୍ତି। ତେବେ ବିଜେଡିର ଅଭିଯୋଗକୁ ନେଇ ରାଜଭବନ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

BJD BJP Congress Odisha Politics Manmohan Samal
Advertisment
Advertisment