କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ରାଜସ୍ଥାନ ଅଭିମୁଖେ ତାଙ୍କ ‘ଭାରତ ଯୋଡ ଯାତ୍ରା’ର ଅଭିଯାନକୁ ଆଗେଇ ନେଉଛନ୍ତି। ଯେତେବେଳେ ମଧ୍ୟପ୍ରଦେଶରେ ଏହି ଯାତ୍ରା ଚାଲିଥିଲା ସେତେବେଳେ 'ମୋଦି, ମୋଦି' ସ୍ଲୋଗାନ ଦେଇଥିବା ଜନତାଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଉଥିବାର ନଜର ଆସିଛନ୍ତି।
ସର୍ଭେ ରିପୋର୍ଟକୁ ନେଇ ଆମେ ପ୍ରସ୍ତୁତ କରିଛୁ ଏକ୍ଜିଟ୍ ପୋଲ୍ ରିପୋର୍ଟ ।
ସତରେ ରାଜ୍ୟ ସରକାର ସାକାର କରିପାରିବେ ଓଡ଼ିଶାର ସେହି ଯୁବକ ଯୁବତୀମାନଙ୍କ ସ୍ୱପ୍ନ? କୌଣସି ମାଆ, ବାପା ଠାରୁ ଅଲଗା ସାତ ସମୁଦ୍ର ତେର ନଈ ପାର ହୋଇ ପୁଅ ଦାଦନ ଖଟିବାକୁ ଆଉ ଯିବାକୁ ପଡ଼ିବନି? ଓଡ଼ିଆ ପୁଅ ନିଜ ରାଇଜରେ କାମ ପାଇବ? ତାହା ସମୟ କହିବ।
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୭ଟାରୁ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ପଦ୍ମପୁର ନିର୍ବାଚନମଣ୍ଡଳୀର ମୋଟ୍ ୩୧୯ ବୁଥ୍ରେ ୨ ଲକ୍ଷ ୬୯ ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।
ଚର୍ଚ୍ଚାରେ ଥିଲା ଦିଲ୍ଲୀ ପୌର ନିର୍ବାଚନ। ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏଁ ପଡିଥିଲା ଭୋଟ୍...ସକାଳୁ ସଂଜରେ ଭଲ ହେଲା କିନ୍ତୁ ଅପରାହ୍ନରେ କମିଗଲା
ଏଥର କାହାର ହେବ ପଦ୍ମପୁର? ଉପନିର୍ବାଚନରେ କିଏ ଜିତିବ ବାଜି, କାହାର ହେବ ହାର? ରାତି ପାହିଲେ ପଦ୍ମପୁରର ନୂଆ ବିଧାୟକ ବାଛିବାକୁ ଭୋଟ୍ ଦେବେ ଜନତା। ତେଣୁ ତୟାର ପ୍ରଶାସନ, ପ୍ରସ୍ତୁତ ବୁଥ୍, ଉତ୍ସାହିତ ଭୋଟର ମାଓ ପ୍ରଭାବିତ ଅଞ୍ଚଳରେ ଥିବା କିଛି ବୁଥ୍କୁ ଛାଡ଼ି ବାକି ପ୍ରାୟ ସବୁ ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ପୋଲିଂ ପାର୍ଟି ଇଭିଏମ୍ ଓ ଭିଭିପ୍ୟାଟ୍ର ଚେକିଂ ସାଙ୍ଗକୁ ଆନୁସାଙ୍ଗିକ କାଗଜପତ୍ରର ଯାଞ୍ଚ କରାଯାଉଛି।
ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।
ପଂଚାୟତରେ ନା ନାହିଁ, ହେଲେ ଘର ସଂପୂର୍ଣ୍ଣ ହୋଇଗଲା। ଦୁର୍ନୀତି ଏମିତି ହୋଇଛି ଯେ ଯୁଆଡେ ଦେଖିବ ସିଆଡେ କେଁ...
ଆହୁରି ନାଚିବାକୁ ବାକି ଅଛି ? ୨୨ ବର୍ଷ ହେଲାଣି ତ ଶାସନ କରୁଛ, ପୁଣି ଲୋକଙ୍କ ସହ ଯୋଡି ହେବାକୁ ନାଚିବାକୁ ପଡୁଛି। ଏ ସମ୍ପର୍କରେ ବୋଧହୁଏ ପ୍ରବଳ ଫାଟ...
ପଦ୍ମପୁର ଭୋଟ୍ ପୂର୍ବରୁ ଟଙ୍କା ବଣ୍ଟା ନେଇ ଅଭିଯୋଗ ହୋଇଛି। ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି।
ଷଣ୍ଢକୁ ଫୁଲମାଳରେ ସଜେଇ ବଜାରରେ ଶୋଭାଯାତ୍ରା କରିଥିଲେ। ଏହାପରେ ବ୍ଲକ୍ କାର୍ଯ୍ୟାଳୟ ଆଗରେ କେକ୍ କାଟି ବିଜେପି ଯୁବମୋର୍ଚ୍ଚାର କର୍ମୀ ଜନ୍ମଦିନ ପାଳନ କରିଥିଲେ।
ଆପଣ ଥକି ଗଲେଣି, ବୋଧେ କିଛି ବୁଝି ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆଜି କିଛି ଏମିତି ଢଙ୍ଗରେ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଗତକାଲି ପଦ୍ମପୁରକୁ ରେଳ ଲାଇନ୍ ପ୍ରସଙ୍ଗକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଜବାବ ମାଗିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବର୍ଷାଙ୍କୁ ଅସମ୍ମାନ ନେଇ ବିଜେଡି ଆଣିଲା ଅଭିଯୋଗ। ମହିଳା ଅସୁରକ୍ଷିତ ଆରୋପ ପ୍ରତ୍ୟାରୋପକୁ ନେଇ ମୁହାଁମୁହିଁ । ଭୋଟର ଦିନକ ପୂର୍ବରୁ କାହିଁକି ଏମିତି ମହିଳା କାର୍ଡ ତାକୁ ନେଇ ଚର୍ଚ୍ଚା.....
ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବା ଅଭିଯୋଗ ଆଣି ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣାକୁ ଓହ୍ଲାଇଥିଲା ବିଜେପି।
କେନ୍ଦୁପତ୍ରରେ ଜିଏସ୍ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ଧର୍ମେନ୍ଦ୍ର।
ପଦ୍ମପୁରରେ ହାଇଭୋଲଟେଜ୍ ପ୍ରଚାର। ବିଜେଡି ପ୍ରାର୍ଥୀ ବର୍ଷା ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଅପରାଜିତା। ବର୍ଷାଙ୍କ ଶାଶୂଘର ସତ୍ୟବାଦୀ, ସେଠିକାର କଥା ସେ ଚିନ୍ତାକରନ୍ତୁ। ଝିଅ ବାହା ହେବା ପରେ ବାପ ଘରେ କେତେ ଦିନ ରହିପାରିବ? ମୁଁ ମୋ ବାପଘରକୁ କେବେ ଯାଇଥିଲି ଆଉ ମନେ ବି ନାହିଁ।
ପଦ୍ମପୁର କାହିଁକି ଜିଲ୍ଲା ହୋଇପାରିବ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂଙ୍କୁ କଟାକ୍ଷ କରି ସେ ପୁଣି କହିଥିଲେ, ବୋହୂ ଭାବେ ବର୍ଷା ସତ୍ୟବାଦୀରେ ଶାଶୁ ସେବା କରିବା ଉଚିତ ।
ପଦ୍ମପୁରରେ ପଦ୍ମ ଫୁଟାଇ ଉପ ନିର୍ବାଚନ ଜିତିବାକୁ ବିଜେପିର ଜୋରଦାର କସରତ । ପ୍ରଚାରର ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମୈଦାନ୍ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭେଉଁରିଆ, ପୁରେଣା, ଲୁହାରପାଲି, ବାରିକେଳ ପଦ୍ମପୁର ବ୍ଲକର ଚାରି ଚାରିିଟି ସ୍ଥାନରେ ମାରଥନ ପ୍ରଚାର ଆଉ ସବୁଠି ନିଶାନାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର । ଆଉ ତା ସାଙ୍ଗକୁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ।
ପଦ୍ମପୁରରେ ନବୀନଙ୍କ ମାରାଥନ୍ ପ୍ରଚାର । ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ନବୀନଙ୍କ ନିର୍ବାଚନୀ ସଭା । ନିକଟ ଅତୀତରେ ହୋଇଥିବା ଏକାଧିକ ବାଏ ଲେକସନ୍ରେ ନବୀନ ପ୍ରଚାର କରିନଥିଲେ । ତେବେ ପ୍ରାୟ ୩ ବର୍ଷ ପରେ ମଇଦାନକୁ ଓହ୍ଲାଇଥିବା ବେଳେ ପଦ୍ମପୁରରେ ଜୋରଦାର ଢଙ୍ଗରେ ପ୍ରଚାର କରିଛନ୍ତି ।
ଚାଷୀଙ୍କ ପାଇଁ ବିଜେପିର ରଣହୁଙ୍କାର । ବିଧାନସଭା ବାହାରରେ କାନ୍ଧରେ ହଳ ଲଙ୍ଗଳ, ରାସ୍ତାରେ ଶଗଡ ଆଉ ଟ୍ରାକ୍ଟରରେ ବସି ବିଧାନସଭା ଆଡ଼େ ମୁହାଁଇଥିଲେ ବିଜେପି ନେତା, କର୍ମୀ ଓ ଚାଷୀ । ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ରାଜଧାନୀରେ ବିଜେପି ଆଜି ଚାଷୀ ସମାବେଶ ଆୟୋଜନ କରିଥିଲା । ଚାଷୀଙ୍କୁ ଠିକ୍ରେ ଇନପୁଟ୍ ସବ୍ସିଡି ମିଳୁନି, ଚାଷୀ ସାରବିହନ ପାଉନାହାନ୍ତି ।
ପଦ୍ମପୁର ଜିଲ୍ଲା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଅପରାଜିତା।
ବଜେଡିର ତିନିଟି ସ୍ଥାନରେ ମାରାଥନ୍ ନିର୍ବାଚନୀ ସଭା ।
ଗୃହ ଭିତରେ ଓ ବାହାରେ ହଲ୍ଲାବୋଲ୍ । ଗୃହରେ ଉଠିଲା ଇନ୍ପୁଟ୍ ସବ୍ସିଡି-ସାର ବିହନ ପ୍ରସଙ୍ଗ ।
ପଦ୍ମପୁରରେ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶାନା କରିଛନ୍ତି। ପ୍ରକଳ୍ପ ନେଇ ଡିପିଆର୍ କରିଛନ୍ତି କି କେନ୍ଦ୍ର ସରକାର ? ଏଭଳି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ପ୍ରଚାର ଅବସରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅପରାଜିତା ।