• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପୋଲିସ କନେଷ୍ଟବଳ । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସଙ୍କୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟର ରିଜର୍ଭ ଅଫିସକୁ ବଦଳି କରାଯାଇଛି । ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ।

ବହୁଚର୍ଚ୍ଚିତ କଳ୍ପନା ଦାସ ମର୍ଡରର ପୀଡ଼ିତା କଳ୍ପନାଙ୍କ ସଂପର୍କୀୟ ଭାଇ ହେଉଛନ୍ତି ସରୋଜ । ସେ ହିଁ କଳ୍ପନାଙ୍କ ମୃତଦେହ ଚିହ୍ନଟ କରିଥିଲେ । ଏହି ମର୍ଡର କେସ୍‌ର ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ । ମାଆ କଳ୍ପନା ଓ ତାଙ୍କ ନାବାଳିକା ଝିଅକୁ ହତ୍ୟା ଅଭିଯୋଗରେ ଜେଲ ମଧ୍ୟ ଯାଇଥିଲେ । ଏବେ ବେଲରେ ଅଛନ୍ତି । ଏହି ଘଟଣା ଛତିଶଗଡ଼ ଅଞ୍ଚଳରେ ଘଟିଥିବାରୁ ଛତିଶଗଡ଼ ପୋଲିସ ତାଙ୍କୁ ଗିରଫ କରିଥିଲା ।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ ସରୋଜ ଦାସ ତାଙ୍କ ଭଉଣୀ ହତ୍ୟାର ପ୍ରତିଶୋଧ ନେବେ ବୋଲି ତାଙ୍କ ସାଥୀ ପୋଲିସ କର୍ମଚାରୀଙ୍କୁ କହିଥିଲେ । ଏ ସଂପର୍କରେ ଉପରିସ୍ଥ ଅଧିକାରୀ ଜାଣିବା ପରେ ତାଙ୍କୁ ବଦଳି କରାଯାଇଛି । କିନ୍ତୁ ପ୍ରକୃତରେ ସରୋଜ ଦାସ କଣ କହିଥିଲେ, କଣ ଧମକ ଦେଇଥିଲେ, ଧମକ ଦେଇଥିଲେ କି ନାହିଁ ସେ ସଂପର୍କରେ ପୋଲିସ କିଛି ସ୍ପଷ୍ଟ କରି ନାହିଁ । ନବ ଦାସଙ୍କୁ ଜଣେ ପୋଲିସ କର୍ମଚାରୀ ଗୁଳି କରି ହତ୍ୟା କରିବାର ପ୍ରକୃତ ଉଦ୍ଦେଶ୍ୟ ଏଯାଏ ଉନ୍ମୋଚନ ହୋଇପାରିନଥିଲା ବେଳେ ଅନୁପ ସାଏଙ୍କୁ ଧମକ ଚର୍ଚ୍ଚା ଚାଞ୍ଚଲ୍ୟ ଖେଳାଇ ଦେଇଛି ।