ନବ ଦାସ ହତ୍ୟା ଘଟଣାକୁ ନେଇ ବିଧାନସଭା ହୁଲସ୍ତୁଲ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ
ବିଜେପି ଓ କଂଗ୍ରେସ୍। ବିଧାନସଭା ପ୍ରବେଶ ପଥରେ ବିଜେପି ଧାରଣା ଦେବା ସହ ନବ ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରି, ଫାଇଭ୍-ଟି ସଚିବ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କଲ୍ ରେକର୍ଡ ଯାଂଚ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା। କଂଗ୍ରେସ ବି ଷଡଯନ୍ତ୍ର କଥା ଉଠାଇ ରାଜ୍ୟ ସରକାରଙ୍କୁ ନିଶାନା କରିଛି । ଠିକ୍ ଏତିକି ବେଳେ ନବ ଦାସଙ୍କ ଝିଅ ଦୀପାଳି ଏହି ଘଟଣାକୁ ନେଇ ରାଜନୀତି କରାନଯାଉ ବୋଲି ନିବେଦନ କରିବା ପରେ ଆହୁରି ତେଜିଛି ରାଜନୀତି।
Published: Tanmay Kumar Mahalik
Last updated: 21 February 2023, 09:47 PM IST
ବିଧାନସଭା ଅଧିବେଶନ ଜାରି ରହିଥିବା ବେଳେ ମଙ୍ଗଳବାର କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ସମସ୍ତଙ୍କୁ ନିଲମ୍ବିତ କରିଛନ୍ତି। ଚଳିତ ବିଧାନସଭାରେ କଂଗ୍ରେସର ସମୁଦାୟ ୧୪ ଜଣ ବିଧାୟକ ରହିଛନ୍ତି। ଏହା ମଧ୍ୟରୁ ୧୨ ଜଣଙ୍କୁ ୭ କାର୍ଯ୍ୟ ଦିବସ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ।