Advertisment

ଗଞ୍ଜାମ ବିଜେଡି ଫାଳଫାଳ ! ବିପଦ ଆଣିବ କି ଗୋଷ୍ଠୀ କନ୍ଦଳ ?

ନିକଟରେ ଛତ୍ରପୁରରେ ସ୍ଥାନୀୟ ବିଧାୟକ ସୁବାସ ବେହେରାଙ୍କୁ ବିରୋଧ କରି ତାଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି ତାଙ୍କ ବିପକ୍ଷ ଗୋଷ୍ଠୀ । ଛତ୍ରପୁରର ପୂର୍ବତନ ଉପନଗରପାଳ ଲକ୍ଷ୍ମୀ ପାଢୀ ବିଧାୟକ ସୁବାସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିବାରୁ ଦଳର ମୁଣ୍ଡବିନ୍ଧା ବଢ଼ିଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Ganjam BJD

ବିଜେଡିର ଗଡ଼ କୁହାଯାଉଥିବା ଗଞ୍ଜାମରେ ଏବେ ଫାଟ ଜଳଜଳ । ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଧିକାଂଶ ସ୍ଥାନରେ ଚରମ ସୀମା ଛୁଇଁଲାଣି ଗୋଷ୍ଠୀକନ୍ଦଳ । ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ଦଳ ସମରସଜ୍ଜା ଆରମ୍ଭ କରିଥିବା ବେଳେ ଏଠି କିନ୍ତୁ ବିରୋଧୀଙ୍କ ଅପେକ୍ଷା ବିଜେଡି-ବିଜେଡି ଭିତରେ ଟକ୍କରା ଟକ୍କରି ସ୍ଥିତି ଜଳ ଜଳ କରି ସାମ୍ନାକୁ ଆସୁଛି ।

Advertisment

ଛତ୍ରପୁର ହେଉ କି ଆସିକା କିମ୍ବା ଦିଗପହଣ୍ଡି, ସବୁଠି ଶାସକ ଦଳର ଗୋଷ୍ଠୀ ଗୋଷ୍ଠୀ ଭିତରେ ଜଳୁଛି ଅସନ୍ତୋଷ ଓ ବିରୋଧର ନିଆଁ । ୨୦୨୪ ନିର୍ବାଚନରେ ଗଞ୍ଜାମ ବିଜେଡି ପାଇଁ ବିପଦ ଡାକି ଆଣିବ କି ଗୋଷ୍ଠୀ କନ୍ଦଳ ? ବିରୋଧୀଙ୍କୁ ଫାଇଦା ଦେବ କି ବିଜେଡିର ଭିନ୍ନ ଭିନ୍ନ ଗୋଷ୍ଠୀ ମଧ୍ୟରେ ତୀବ୍ର ଅନ୍ତର୍ଦ୍ୱନ୍ଦ୍ୱ ? ନିର୍ବାଚନକୁ ପାଖାପାଖି ବର୍ଷଟିଏ ଥିଲେ ବି ଏବେଠାରୁ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ଗଞ୍ଜାମ ବିଜେଡିରେ ଦଳୀୟ କନ୍ଦଳ ଦେଖାଦେଇଛି ।

ନିକଟରେ ଛତ୍ରପୁରରେ ସ୍ଥାନୀୟ ବିଧାୟକ ସୁବାସ ବେହେରାଙ୍କୁ ବିରୋଧ କରି ତାଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି ତାଙ୍କ ବିପକ୍ଷ ଗୋଷ୍ଠୀ । ଛତ୍ରପୁରର ପୂର୍ବତନ ଉପନଗରପାଳ ଲକ୍ଷ୍ମୀ ପାଢୀ ବିଧାୟକ ସୁବାସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିବାରୁ ଦଳର ମୁଣ୍ଡବିନ୍ଧା ବଢ଼ିଛି ।

Advertisment

ସେପଟେ ତାଙ୍କ ବିରୋଧରେ ଆସୁଥିବା ଅଭିଯୋଗ ମିଛ ଏବଂ ବିରୋଧୀ ଗୋଷ୍ଠୀଙ୍କୁ ଅଣବିଜେଡି କହି କାଉଣ୍ଟର କରିଛନ୍ତି ବିଧାୟକ ସୁବାସ ବେହେରା । ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଦିଗପହଣ୍ଡିରେ ୭-୭ ଥର ନିର୍ବାଚିତ ହୋଇଆସୁଥିଲେ ବି ଏବେ ଅସୁସ୍ଥତା ଯୋଗୁଁ ସେତେଟା ସକ୍ରିୟ ନାହାନ୍ତି ।

ସୂର୍ଯ୍ୟଙ୍କ ପୁଅ ବିପ୍ଲବ ପାତ୍ର ଗତ ପଞ୍ଚାୟତ ନିର୍ବାଚନଠୁ ସ୍ଥାନୀୟ ଅଞ୍ଚଳରେ ବିଜେଡି ମଙ୍ଗ ଧରିଥିବାରୁ ଆଗାମୀ ନିର୍ବାଚନରେ ତାଙ୍କୁ ଟିକେଟ୍ ମିଳିବା ନେଇ ଆଶା ରଖିଛନ୍ତି ସୂର୍ଯ୍ୟଙ୍କ ସମର୍ଥକ । ହେଲେ ବିପ୍ଲବଙ୍କ ପାଇଁ କଣ୍ଟା ହୋଇଛନ୍ତି ଦିଗପହଣ୍ଡିର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ । ବିଜେଡି ଗୋଷ୍ଠୀ କନ୍ଦଳର ସବୁ ସୀମା ପାର ହୋଇଛି ଆସିକା ନିର୍ବାଚନମଣ୍ଡଳୀରେ ।

ଏଠି ବର୍ତ୍ତମାନର ବିଧାୟିକା ମଂଜୁଳା ସ୍ୱାଇଁଙ୍କ ନାଁରେ ପୁଅ ନଚିକେତା ସ୍ୱାଇଁ ଏକଛତ୍ରବାଦ ଚଳାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବିଜେଡି ନେତା ଭବାନୀ ଶଙ୍କର ମଲ୍ଲିକଙ୍କ ଗୋଷ୍ଠୀ। ଏମିତିକି ମଂଜୁଳାଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ତାଙ୍କ ବିରୋଧରେ ଗଠନ କରିଛନ୍ତି ମା-ପୁଅ ହଟାଅ ମଞ୍ଚ ।

ସେପଟେ ଭବାନୀ ଶଙ୍କରଙ୍କୁ ଦଳ ବିରୋଧୀ କହି ସମାଲୋଚନା କରିଛନ୍ତି ବିଧାୟିକା ଓ ତାଙ୍କ ପୁଅ । ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଏବେ ଅଧିକାଂଶରେ ଦଳୀୟ ନେତାଙ୍କ ଭିତରେ ଏମିତି ମୁହାଁମୁହିଁ ସ୍ଥିତିକୁ ନେଇ ଅଡୁଆରେ ବିଜେଡି । ତେବେ ନିର୍ବାଚନ ପୂର୍ବରୁ ଏ ଅସନ୍ତୋଷ ଓ ବିରୋଧାଭାସକୁ ମ୍ୟାନେଜ୍ କରାଯିବ ବୋଲି କହିଛନ୍ତି ଗଂଜାମ ଜିଲ୍ଲା ବିଜେଡି ସଭାପତି । ତେଣେ ଶାସକ ଦଳର ଏ ଟଣାଟଣିରୁ ନିଶ୍ଚୟ ଫାଇଦା ଚକ୍କରେ ଅଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। 

BJD Odisha Politics Biju Janata Dal
Advertisment
Advertisment