ତେଜିଲା ବିଜେଡି ନେତ୍ରୀ ସଂଯୁକ୍ତା ମହଲା ଓ ପୂର୍ବତନ ଶ୍ରମମନ୍ତ୍ରୀ ତଥା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ କଳି। ସୋସିଆଲ ମିଡିଆ ଚାଟିଂରୁ ତାଙ୍କୁ ଓ ତାଙ୍କ ଝିଅଙ୍କ ବିରୋଧରେ ସଂଯୁକ୍ତା ମହଲା ଓ ଅନ୍ୟ ଜଣେ ହତ୍ୟା ଷଡ଼ଯନ୍ତ୍ର ରଚୁଥିବା ନେଇ ବିଧାୟକ ଶ୍ରୀକାନ୍ତ ଥାନାର ଦ୍ୱାରସ୍ଥ ହେବା ପରେ ଦୁହିଁଙ୍କ ଭିତରେ ବିବାଦ ଚରମରେ ପହଞ୍ଚିଛି।
SC, ST ଓ ପଛୁଆବର୍ଗଙ୍କୁ ସଂରକ୍ଷଣ ଦାବି କଲେ ସୋନିଆ । ଅଳ୍ପସଂଖ୍ୟକଙ୍କ ପାଇଁ ସଂରକ୍ଷଣ ମାଗିଲା ସପା ।
କମି କମି ଏବେ ୪୪ ଲକ୍ଷରେ ସୀମିତ ଚାଷୀଙ୍କ ସଂଖ୍ୟା । ଯୋଜନାରୁ ୯ ଲକ୍ଷ ଚାଷୀ ବାଦ୍ ପଡ଼ିବାକୁ ନେଇ ପ୍ରଶ୍ନ ।
୨୧ ତାରିଖରେ ହେବାର ଥିଲା ବିଧାନସଭା ବାଚସ୍ପତି ନିର୍ବାଚନ। କିନ୍ତୁ ଏବେ ୨୨ ତାରିଖରେ ହେବ । ନୂଆଁଖାଇ ପାଇଁ ଗୋଟିଏ ଦିନ ଏହି ନିର୍ବାଚନକୁ ଘୁଞ୍ଚାଯାଇଛି ।
ସୋସିଆଲ ମିଡ଼ିଆରେ ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର ଚାଟିଂକୁ ନେଇ ଥାନାରେ ଏତଲା ହୋଇଛି । ନିଜେ ବିଧାୟକ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି ।
ସଂକଳ୍ପରୁ ସିଦ୍ଧି ଆଡକୁ ବିଶ୍ୱାସର ଯାତ୍ରା ପାଇଁ ମୋଦିଙ୍କ ଆହ୍ୱାନ । ପୁରୁଣା ସଂସଦର ନାଁ ସମ୍ବିଧାନ ସଦନ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ।
ନାରୀଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ।
ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଧିନିୟମ ଆଗତ କରି ଏହାକୁ ସର୍ବସମ୍ମତ ଭାବେ ପାରିତ କରିବାକୁ ଅପିଲ କରିଛନ୍ତି । କେନ୍ଦ୍ର ସରକାର ଏହି ବିଲ୍ର ନାଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ରଖିଛନ୍ତି।
ଚତୁର୍ଥ ସ୍ତମ୍ଭ ଉପରେ ରାଜନୈତିକ ଅଭିସନ୍ଧି ରଖି ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ତାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସମୀର ।
ଭାଇ ନବୀନ ଓ ପ୍ରେମ ପଟ୍ଟନାୟକଙ୍କ ସହ ସମ୍ପର୍କୀୟ ସାମିଲ । ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ବିଭିନ୍ନ ଦଳର ନେତା ଓ ବ୍ୟକ୍ତି ।
ଏ ସରକାର କେବଳ ପ୍ରତିଶୃତି ଓ ଘୋଷଣା ସରକାର ହୋଇଯାଇଥିବା କହିଛନ୍ତି ।
ଉଚ୍ଚଶିକ୍ଷା ବିଭାଗର ଚିଠିକୁ ନେଇ ରାଜନୀତି ଘନେଇଛି । ଛାତ୍ର ବୃତ୍ତି ଯୋଜନା ସମ୍ପର୍କିତ ହୋର୍ଡିଂକୁ, କ୍ୟାମ୍ପସରେ ଲଗାଇବାକୁ ସରକାର ଏବେ କାହିଁକି ନିଷ୍ପତ୍ତି ନେଲେ ? ନା ଆଗକୁ ନିର୍ବାଚନ ଥିବାରୁ ଯୋଜନା ଦେଖାଇ, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏ ପ୍ରୟାସ ? ଛାତ୍ର କଂଗ୍ରେସ କହିଛି ଛାତ୍ର ସଂସଦ ନିର୍ବାଚନ ସରକାର ବନ୍ଦ କରିଛନ୍ତି ।
କଟକବାସୀଙ୍କ ମାଳ ମାଳ ଆପତ୍ତି ଓ ଅଭିଯୋଗ ସହ ତୀବ୍ର ଅସନ୍ତୋଷ ଭିତରେ ଲୋକାର୍ପିତ ହେଲା ନେତାଜୀ ବସ୍ ଟର୍ମିନାଲ୍।
ନିର୍ବାଚନ ପୂର୍ବରୁ ଗାଁ ଭୋଟ୍ ନେବାକୁ ନୂଆ ଫନ୍ଦି । ଲକ୍ଷ୍ମୀ ଯୋଜନାରେ ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିବେ SHG । ବିଜୁ ଗାଁ ଗାଡ଼ି ଭଳି ଫେଲ୍ ମାରିବନି ତ ଲକ୍ଷ୍ମୀ ଯୋଜନା ? ରାଜ୍ୟ କ୍ୟାବିନେଟରେ 'ଲୋକେସନ୍ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନାକୁ ଅନୁମୋଦନ ପରେ ପରେ ଆରମ୍ଭ ହୋଇଯାଇଛି ବିବାଦ ।
ଦିନଟିଏ ପାଇଁ ବିଧାନସଭା ବାଚସ୍ପତି ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ।
ଭୁବନେଶ୍ୱର ଉପକଣ୍ଠ ଡେରାସ MIP ର କେନାଲ ଖୋଳା ଓ ଏବଂ ବିବାଦୀୟ ଜମିର ଚିହ୍ନଟ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ଚିଠି ଲେଖିଛନ୍ତି।
ରାଜ୍ୟ ଶାସନରେ ଅଫିସରରାଜ୍, ପଞ୍ଚାୟତରେ ବି ହାକିମାତି । ସରପଞ୍ଚଙ୍କ କ୍ଷମତା ସଙ୍କୁଚିତ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି । ବ୍ୟବସ୍ଥା ବିରୋଧରେ ରାଜରାସ୍ତାରେ ସରପଞ୍ଚ । ଅଧିକାର ଦାବିରେ ଗର୍ଜିଲେ, ସମୁହ ଇସ୍ତଫା ଦେବାକୁ ଧମକ ମଧ୍ୟ ଦେଲେ ।
ଭୋଟ୍ ପୂର୍ବରୁ ପିଏମ୍ ବିଶ୍ୱକର୍ମା ଯୋଜନା ନାଁରେ ପଛୁଆ ବର୍ଗ ଭୋଟ୍ ନେବାକୁ କେନ୍ଦ୍ରର ଉଦ୍ୟମକୁ ନେଇ ଚର୍ଚ୍ଚା । ଦିନକ ପରେ ଅର୍ଥାତ ବିଶ୍ୱକର୍ମା ଜୟନ୍ତୀରେ ଦେଶବ୍ୟାପୀ ଲାଗି ହେବାକୁ ଯାଉଛି ଏଇ ଯୋଜନା । ଏଥିପାଇଁ ବିସ୍ତୃତ ଗାଇଡଲାଇନ୍ ବି ଆସିଛି ।
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୋଟ ୧୯ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର ।
ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇନଥିବାରୁ ଆଜିଠାରୁ ରାଜ୍ୟର ସମସ୍ତ ସରପଞ୍ଚ ଭୁବନେଶ୍ୱରରେ ଗଣଧାରଣାରେ ବସି ବିକ୍ଷୋଭ କରୁଛନ୍ତି ।
ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବି ବୈମାତୃକ ମନୋଭାବ କରି ନାହାନ୍ତି ବୋଲି କହିଛନ୍ତି ଢ଼ୋଲକିଆ ।
ଛାତ୍ର ସଂସଦ ନିର୍ବାଚନ ଦାବିରେ ନବୀନ ନିବାସ ମୁହାଁ ହୋଇଥିଲା ଛାତ୍ର ସଂଗଠନ ଅଲ ଓଡିଶା ଷ୍ଟୁଡେଣ୍ଟସ ଭଏସ୍ । କଳା ପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଉଦ୍ୟମ ବେଳେ ରାସ୍ତାରୁ ଅଟକ କରିଥିଲା ପୋଲିସ ।
ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିସହ ବାଚସ୍ପତି ନିର୍ବାଚନକୁ କଂଗ୍ରେସ୍ ବୟକଟ୍ କରିଥିବା କହିଛନ୍ତି ।
ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିସହ ବାଚସ୍ପତି ନିର୍ବାଚନକୁ କଂଗ୍ରେସ୍ ବୟକଟ୍ କରିଥିବା କହିଛନ୍ତି ।
ଛାତ୍ର ସଂସଦ ନିର୍ବାଚନ ଦାବିରେ ନବୀନ ନିବାସ ମୁହାଁ ହୋଇଥିଲା ଛାତ୍ର ସଂଗଠନ ଅଲ ଓଡିଶା ଷ୍ଟୁଡେଣ୍ଟସ ଭଏସ୍ । କଳା ପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଉଦ୍ୟମ ବେଳେ ରାସ୍ତାରୁ ଅଟକ କରିଥିଲା ପୋଲିସ ।