• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କୌଳିକ ବୃତ୍ତିଧାରୀଙ୍କୁ ଖୁସ୍ କରିବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମ । ଦିନକ ପରେ ବିଶ୍ୱକର୍ମା ଜୟନ୍ତୀରେ ଆସୁଛି ବିଶ୍ୱକର୍ମା ଯୋଜନା । ନିଜ ଜନ୍ମ ଦିନରେ ଦେଶର ୩୦ ଲକ୍ଷ ପରିବାରଙ୍କୁ ପିଏମ୍ ମୋଦି ଦେବେ ନୂଆ ଭେଟି । ୧୩ ହଜାର କୋଟିର ଏଇ ଯୋଜନାରେ ସୁନା, ଲୁହା, ଚମଡା, ହସ୍ତତନ୍ତ, କମାର, ରାଜମିସ୍ତ୍ରୀ ଭଳି ୧୮ଟି ପାରମ୍ପରିକ କୌଳିକ ବୃତ୍ତିରେ ଥିବା ୩୦ ଲକ୍ଷ ପରିବାରକୁ ମିଳିବ ପ୍ରୋତ୍ସାହନ ଓ ଏକାଧିକ ସୁବିଧା ।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ପ୍ରାୟ ୧ ଲକ୍ଷ ପରିବାରଙ୍କୁ ଏଇ ଯୋଜନାରେ ସାମିଲ କରାଯିବାର ଲକ୍ଷ୍ୟ ରହିଛି । ତେବେ ଏ ଯୋଜନନାରୁ ଉପକୃତ ହେବାକୁ ଥିବା ଅଧିକାଂଶ ପରିବାର ଗ୍ରାମାଞ୍ଚଳ ଓ ପଛୁଆ ବର୍ଗର ହୋଇଥିବାରୁ ଭୋଟ୍ ପୂର୍ବରୁ ମୋଦି ସରକାରଙ୍କ ଏହା ମାଷ୍ଟର ଷ୍ଟୋକ୍ ବୋଲି କୁହାଯାଉଛି । ଯେଉଁଥିପାଇଁ ବିଜେପି ଏହାର ପ୍ରଚାର ପ୍ରସାର ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି । ଏଥିପାଇଁ ମୋଦିଙ୍କ ଦ୍ୱାରା ଯୋଜନାର ଶୁଭାରମ୍ଭ ଦିନ ରାଜ୍ୟର ଭୁବନେଶ୍ୱର, ସମ୍ବଲପୁର ଓ ପୁରୀରେ ବି ଅନୁରୂପ ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯାହାକୁ ନେଇ ତେଜିଛି ରାଜନୀତି । ଭୋଟ ନେବାକୁ ଏଭଳି ଉଦ୍ୟମ ବୋଲି କହି ବିଜେପିକୁ ଟାର୍ଗେଟ୍ କରିଛନ୍ତି ବିଜେଡି ଓ କଂଗ୍ରେସ ।

ତେବେ କଣ ଏହି ବିଶ୍ୱକର୍ମା ସ୍କିମ୍ । ଏଥିରୁ କିଭଳି ଲାଭ ପାଇବେ କୌଳିକ ବୃତ୍ତିଧାରୀ । ଏହା ଭିତରେ ଏନେଇ ବିସ୍ତୃତ ଗାଇଡଲାଇନ୍ ବି ଜାରି ହୋଇଛି । ଏହି ସ୍କିମ୍ ମାଧ୍ୟମରେ କୌଳିକ ବୃତ୍ତିଧାରୀଙ୍କୁ ଟ୍ରେନିଂ, ଅତ୍ୟାଧୁନିକ ଯନ୍ତ୍ରପାତି କିଣିବାକୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି, ବ୍ୟବସାୟକୁ ଆଗକୁ ନେବାକୁ ୫ ପ୍ରତିଶତ ସୁଧରେ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବାର ସୁବିଧା ରହିଛି । ତେଣୁ ବିଶ୍ୱକର୍ମା ଯୋଜନାରେ ସାମିଲ ହେଉଥିବା ଜାଣି ଖୁସି ପ୍ରକଟ କରିଛନ୍ତି କୌଳିକ ବୃତ୍ତିଧାରୀ ।

ସେପଟେ ରାଜ୍ୟ ସରକାର ମଧ୍ୟ କିଛିଦିନ ପୂର୍ବରୁ ୫୦ଟି ବର୍ଗର ଅଣସଙ୍ଗଠିତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରିଛନ୍ତି । ସେମାନେ ମଧ୍ୟ ଅଧିକାଂଶ ଏହି ବର୍ଗର । ତେଣୁ ଭୋଟ୍ ପୂର୍ବରୁ କେନ୍ଦ୍ରର ବିଶ୍ୱକର୍ମା ଯୋଜନା ଓ ରାଜ୍ୟର ଅଣସଙ୍ଗଠିତ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାରୁ କିଏ କେତେ ଫାଇଦା ନେଉଛି ତା’ଉପରେ ନଜର ।

  • Reported by:
  • T GOURISHANKAR , HARIHARA CHAND