Advertisment

ଡେରାସ MIPରେ ଜବରଦଖଲ ପ୍ରସଙ୍ଗ: ପୁଣି ଚିଠି ଲେଖିଲେ ସାଂସଦ ଅପରାଜିତା

ଭୁବନେଶ୍ୱର ଉପକଣ୍ଠ ଡେରାସ MIP ର କେନାଲ ଖୋଳା ଓ ଏବଂ ବିବାଦୀୟ ଜମିର ଚିହ୍ନଟ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ଚିଠି ଲେଖିଛନ୍ତି।

author-image
Rajalaxmi Sahoo
Land encroachment in Deras MIP Canal

Land encroachment in Deras MIP Canal

ଭୁବନେଶ୍ୱର ଉପକଣ୍ଠ ଡେରାସ MIPର କେନାଲ ଖୋଳା ଓ ଏବଂ ବିବାଦୀୟ ଜମିର ଚିହ୍ନଟ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ଚିଠି ଲେଖିଛନ୍ତି।ଖୋର୍ଦ୍ଧା ଜିଲ୍ଲାପାଳ ଓ କ୍ଷୁଦ୍ର ଜଳସେଚନ ବିଭାଗର ଚିଫ୍ ଇଞ୍ଜିନିୟରଙ୍କୁ ଚିଠି ଲେଖି ଘେରାବନ୍ଦୀର ଜମିର ଅଧିକାର ପ୍ରକୃତ ମାଲିକଙ୍କୁ ଫେରାଇବା ଓ ପୋତା ଯାଇଥିବା କେନାଲକୁ ଖୋଲିବାକୁ ଅପରାଜିତା ଦାବି କରିଛନ୍ତି।

Advertisment

ପୂର୍ବ ଦାବିକୁ ସପ୍ତାହେ ବିତିଲାଣି, ହେଲେ ଏଯାଏ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟ ଆରମ୍ଭ ହୋଇନି। ଏଣୁ ୩ ଦିନ ମଧ୍ୟରେ ପୋତା ଯାଇଥିବା କେନାଲକୁ ଖୋଳିବାକୁ ଦାବି କରି କ୍ଷୁଦ୍ର ଜଳସେଚନ ବିଭାଗର ଚିଫ୍ ଇଞ୍ଜିନିୟରଙ୍କୁ ଅପରାଜିତା ଚିଠି ଲେଖିଛନ୍ତି । ସେହିପରି ପ୍ରଭାକରନ କରିଥିବା ଘେରାବନ୍ଦୀ ଜମିକୁ ପ୍ରକୃତ ମାଲିକଙ୍କୁ ଫେରାଇବାକୁ ଅପରାଜିତା ଦାବି କରିଛନ୍ତି।

ପୂର୍ବରୁ ଜବରଦଖଲ ହୋଇଥିବା ମାନିବା ସହ ତୁରନ୍ତ ଜବରଦଖଲ ହଟାଇବାକୁ କ୍ଷୁଦ୍ର ଜଳସେଚନ ବିଭାଗ ଚିଫ୍ ଇଞ୍ଜିନିୟରଙ୍କ ଅପରାଜିତା ଚିଠି ଲେଖିଥିଲେ। ମାତ୍ର ଏଯାଏ ଜବରଦଖଲ ହଟାଯାଇ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଏନେଇ ପ୍ରଭାକରନ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ସୂଚନାଥାଉ କି, ଡେରାସ୍ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଜବରଦଖଲ ହୋଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ ଆଣିଥିଲେ। ଏହାର ଦିନକ ପରେ ପ୍ରଶାସନ ଏହାକୁ ସ୍ୱୀକାର କରିଥିଲା। ଅପରାଜିତା ଏନେଇ ଅଭିଯୋଗ ଆଣିବା ସହ ନିଜେ କୋଦାଳ ଧରି ମାଟି ଖୋଳି ଘଟଣାର ପ୍ରମାଣ ଦେଇଥିଲେ।  ପରେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାଂସଦ ଚିଠି ଲେଖିଥିଲେ।

MP Aparajita Sarangi
Advertisment
Advertisment