• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗ୍ରାମାଞ୍ଚଳ ଓ ମହିଳା ଭୋଟ୍ ନେବା ପାଇଁ ବିଜେଡି ସରକାରର ଆଉ ଏକ ଫନ୍ଦି । ଗାଁ ଗହଳିରେ ପରିବହନ ସେବା, ମହିଳା ସଶକ୍ତୀକରଣ ଓ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ଲକ୍ଷ୍ମୀ ଯୋଜନା । ତେବେ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅଭିଯୋଗ କରିଚନ୍ତି, କେବଳ ନିର୍ବାଚନ ପୂର୍ବରୁ ଏଭଳି ଯୋଜନା ଆଣି ଲୋକଙ୍କୁ ପ୍ରତାରିତ କରୁଛନ୍ତି ରାଜ୍ୟ ସରକାର । ବିଜୁ ଗାଁ ଗାଡ଼ି ଯୋଜନା ଫେଲ୍ ମାରିଥିବା ବେଳେ ଏହି ନୂଆ ସ୍କିମକୁ ନେଇ ପ୍ରଶ୍ନ ଉଠିଛି ।

ନିର୍ବାଚନ ପୂର୍ବରୁ ଗାଁ ଭୋଟ୍ ନେବାକୁ ନୂଆ ଫନ୍ଦି । ଲକ୍ଷ୍ମୀ ଯୋଜନାରେ ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିବେ SHG । ବିଜୁ ଗାଁ ଗାଡ଼ି ଭଳି ଫେଲ୍ ମାରିବନି ତ ଲକ୍ଷ୍ମୀ ଯୋଜନା ? ରାଜ୍ୟ କ୍ୟାବିନେଟରେ 'ଲୋକେସନ୍ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନାକୁ ଅନୁମୋଦନ ପରେ ପରେ ଆରମ୍ଭ ହୋଇଯାଇଛି ବିବାଦ । ଏହି ଯୋଜନାରେ ସମସ୍ତ ପଂଚାୟତ, ବ୍ଳକ୍ ହେଡ୍‌କ୍ୱାର୍ଟର, ଜିଲ୍ଲା ମୁଖ୍ୟାଳୟ, ରାଜ୍ୟର ପ୍ରମୁଖ ସହର ଏବଂ ରାଜଧାନୀକୁ ବସ୍ ଯୋଗେ ସଂଯୋଗ କରାଯିବ । ଏହା ଅନ୍ତର୍ଗତହଜାରେରୁ ଅଧିକ ବସ୍ ଚଳେଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

ଗ୍ରାମାଞ୍ଚଳର ପରିବହନ ସେବା ସୁଗମ କରିବା ଓ ମହିଳା ସଶକ୍ତୀକରଣ ପାଇଁ ଏହି ସ୍କିମ୍ ଉଦ୍ଦିଷ୍ଟ । ତାସହିତ କୃଷିଜାତ ଦ୍ରବ୍ୟକୁ ଉତ୍ପାଦନ ସ୍ଥଳରୁ ଗନ୍ତବ୍ୟ ସ୍ଥାନକୁ ନେବା ଲାଗି ବ୍ୟବସ୍ଥା ରହିଛି । ଲକ୍ଷ୍ମୀ ଯୋଜନାରେ ମିଶନ ଶକ୍ତି ମହିଳାମାନେ ରକ୍ଷଣାବେକ୍ଷଣ ଭଳି କାର୍ଯ୍ୟରେ ନିୟୋଜିତ ହେବେ । ତେବେ ଯୋଜନା ଘୋଷା ହେବା ପରେ ଏଥିରୁ ନିର୍ବାଚନୀ ଫନ୍ଦି ର ଗନ୍ଧ ବାରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ଏହାର କୌଣସି ପ୍ରଭାବ ରହିବ ନାହିଁ, ଅନ୍ୟ ଯୋଜନା ଭଳି ଏହା ବି ବନ୍ଦ ହୋଇଯିବ ବୋଲି ଅଭିଯୋଗ କରିଛନ୍ତି । ଜବାବରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଭୋଟ୍ ପାଇଁ ନୁହେଁ ଲୋକଙ୍କ ସୁବିଧା ପାଇଁ ।

ଘରୋଇ ବସ୍ ମାଲିକ ସଙ୍ଘ ବି ଲକ୍ଷ୍ମୀ ଯୋଜନାକୁ ବିରୋଧ କରିଛି । ପ୍ରଶ୍ନ କରିଛି, ଘରୋଇ ବସ ମାଧ୍ୟମରେ ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ପୂର୍ବରୁ ବ୍ୟବସ୍ଥା ପୂର୍ବରୁ ରହିଛି, ଏହି ଯୋଜନା କଣ ପାଇଁ?

ଏବେକାର ଲକ୍ଷ୍ମୀ ଯୋଜନା ଭଳି ୨୦୧୪ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ବିଜୁ ଗାଁ ଗାଡ଼ି ଯୋଜନା । କିନ୍ତୁ ଏହି ଯୋଜନା ଏକ ପ୍ରକାର ଫେଲ୍ ମାରିଥିଲା । ପ୍ରଶ୍ନ ଉଠୁଛି ବିଜୁ ଗାଁ ଗାଡି ଯୋଜନା ଥିବା ବେଳେ ପୁଣି ଲକ୍ଷ୍ମୀ ଯୋଜନା କ’ଣ ପାଇଁ ? କାହାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା ଅଣାଯାଇଛି କି ?

ଭୋଟ୍ ପୂର୍ବରୁ ଗୋଟିଏ ପରେ ଗୋଟିଏ ଲୋଭନୀୟ ସ୍କିମ ଆଣିବାରେ ଲାଗିଛନ୍ତି ରାଜ୍ୟ ସରକାର । ୧୯ ନିର୍ବାଚନ ପୂର୍ବରୁ ମଧ୍ୟ ସମାନ ଢଂଗରେ ପିଠା ଓ ବିଜୁ ଯୁବ ବାହିନୀ ଭଳି ସ୍କିମ୍ ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟ ରେ ତାହା ବନ୍ଦ ହୋଇ ଯାଇଥିଲା । ଏବେ ଦେଖିବାର କଥା, ଲକ୍ଷ୍ମୀ ଯୋଜନା କେତେ ଫଳପ୍ରଦ ହୋଇପାରୁଛି ?

  • Reported by:
  • JAGDISH DAS , Mihir Jati