• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶାଣିତ ସ୍ୱରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ଦୁଇ ଦିନିଆ ନବରଙ୍ଗପୁର ଗସ୍ତର ଦ୍ଵିତୀୟ ଦିନରେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପାପଡାହାଣ୍ଡି ସ୍ଥିତ ସହିଦ ମିନାରରେ ପହଞ୍ଚି ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେଠାରେ ସେ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ବର୍ଷିଛନ୍ତି । ରାଜ୍ୟ ସରକାର ଆଦିବାସୀଙ୍କୁ ଭୋଟବ୍ୟାଙ୍କ କରିବା ପାଇଁ ଏକମାତ୍ର ମନ୍ଦ ଉଦ୍ଦେଶ୍ୟ ରଖିଥିବା କହିବା ସହ ଆଦିବାସୀଙ୍କ ପାଇଁ ଏ ସରକାର କେବଳ ପ୍ରତିଶୃତି ଓ ଘୋଷଣା ସରକାର ହୋଇଯାଇଥିବା କହିଛନ୍ତି । ଆଦିବାସୀଙ୍କ ପାଇଁ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆଉ ସରଳ ବିଶ୍ୱାସୀ ଆଦିବାସୀ ମାନେ ସରକାରଙ୍କ ଷଡଯନ୍ତ୍ରର ଶିକାର ହେଉଥିବା ଅଭିଯୋଗ ଆଣିଛନ୍ତି ।

ସେହିଭଳି 5T ସଚିବଙ୍କୁ କହିଲେ BJD କୁ ବାଧୁଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି, ରାଜନୈତିକ ହତ୍ୟା କରିବାକୁ ଓଡିଶାରେ ଷଡଯନ୍ତ୍ର ଚାଲିଛି । ଯିଏ ମୁହଁ ଖୋଲୁଛି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି । ଦଳର ଅନେକ ନେତାଙ୍କୁ କାଢ଼ି ଦିଆଯାଇଛି । ଜଣେ ବି ବରିଷ୍ଠ ନେତା BJD ରେ ନାହାନ୍ତି । MLA ଓ MP ଭୟରେ ମୁହଁ ଖୋଲୁନାହାନ୍ତି । ମନ୍ତ୍ରୀମାନେ କୌଣସି କାର୍ଯ୍ୟକ୍ରମରେ ଦୃଶ୍ୟମାନ ହେଉନାହାନ୍ତି । ମନ୍ତ୍ରୀ ମାନଙ୍କୁ କୁହାଯାଇଛି ତୁମେ ବାହାରେ ବୁଲିପାରିବ ନାହିଁ.. ମୁଖ୍ୟମନ୍ତ୍ରୀଙ୍କୁ ନଜରବନ୍ଦୀରେ ରଖାଯାଇଛି.. ରାଜ୍ୟରେ କୌଣସି ପ୍ରକାରର ଶାସନ ବ୍ୟବସ୍ଥା ନାହିଁ..। ଖୁବଶୀଘ୍ର ଏ ଯୁଗର ସମାପ୍ତ ହେବ.. ସାଧାରଣ ନିର୍ବାଚନ ସମୟରେ ଜନସାଧାରଣ ହିଁ ପରିବର୍ତ୍ତନ ଆଣିବେ ବୋଲି କହିଛନ୍ତି ।

ସେହିଭଳି ଚତୁର୍ଥ ସ୍ତମ୍ଭର ଯେଉଁ କଥା କହିବାର ଅଧିକାର ରହିଛି ତାକୁ କେହି ମାନିବା ସ୍ଥିତିରେ ନାହାନ୍ତି । ଯିଏ ତାଙ୍କ ପକେଟସ୍ଥତ ହେବ ତାକୁ ହିଁ ବିଜ୍ଞାପନ ଦିଆଯିବ ବୋଲି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ସଭାପତି ।

ସେହିଭଳି ଶିକ୍ଷକ ଆନ୍ଦୋଳନକୁ ନେଇ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ମନମୋହନ । ସରକାର ସାମାଜିକ ଅପରାଧ କରୁଛନ୍ତି । ଶିକ୍ଷକ ଆନ୍ଦୋଳନ ଯୋଗୁଁ ୫୬ ହଜାର ସ୍କୁଲ ବନ୍ଦ ହୋଇକି ପଡିଛି । ମଣିଷ ତିଆରି କାରଖାନା ବର୍ତ୍ତମାନ ବନ୍ଦ ରହିଛି । ପିଲାଙ୍କ ପାଠପଢା ବନ୍ଦ... ତାଙ୍କ ଭବିଷ୍ୟତ ଅନ୍ଧାର । ତୁରନ୍ତ ଶିକ୍ଷକଙ୍କ ନାର୍ଯ୍ୟ ଦାବିକୁ ପୂରଣ କରାଯାଉ ବୋଲି ସେ କହିଛନ୍ତି । ଅନ୍ୟପଟେ ଏହାକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।