/odishatv-khabar/media/post_attachments/uploadimage/library/16_9/16_9_0/Sarapancha_1694762503.jpg)
Sarapancha
୧୫ ଦଫା ଦାବି ନେଇ ରାଜରାସ୍ତାରେ ସରପଞ୍ଚ । ରାଜ୍ୟର ସମସ୍ତ ସରପଞ୍ଚ ଆଜି ଭୁବନେଶ୍ୱରରେ ଏକାଠି ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନୁଯାୟୀ ସରପଞ୍ଚଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଉ । ବିପର୍ଯ୍ୟୟ ଭଳି ଜରୁରୀକାଳୀନ ଖର୍ଚ୍ଚ ଲାଗି ସରପଞ୍ଚଙ୍କ ଲାଗି ହାତ ପାଣ୍ଠି ରଖିବାକୁ ଦାବି କରିଛନ୍ତି । ସରପଞ୍ଚଙ୍କ ପେନସନ ୨ ହଜାର ୩୫୦ ଟଙ୍କାରୁ ୩୦ ହଜାର ଟଙ୍କା କରାଯାଉ। ଏ ସମସ୍ତ ଦାବି ନେଇ ୨ ମାସ ତଳେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଥିଲେ । କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇନଥିବାରୁ ଆଜିଠାରୁ ରାଜ୍ୟର ସମସ୍ତ ସରପଞ୍ଚ ଭୁବନେଶ୍ୱରରେ ଗଣଧାରଣାରେ ବସି ବିକ୍ଷୋଭ କରୁଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)