/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695208815.jpg)
MLA Srikant Sahu & Sanjukta Mahala
ଚକ୍ରାନ୍ତ କରି ମୋତେ ଫସାଯାଇଛି । ପୋଲସରା ବିଧାୟକ ତଥା ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଏତଲାକୁ ନେଇ ପାଲଟା ଅଭିଯୋଗ କରିଛନ୍ତି ସଂଯୁକ୍ତା ମହଲା । ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରି ତାଙ୍କୁ ଫସା ଯାଇଥିବା ସେ କହିଛନ୍ତି । ଫେସବୁକରେ କମେଣ୍ଟ ଦେଇଥିବା ବିକାଶ ବେହେରା କିଏ ସେ ଜାଣି ନାହାନ୍ତି । କେବଳ ତାଙ୍କ ଫେସବୁକରେ ସେ କମେଣ୍ଟ କରିଥିଲେ ବୋଲି ତାଙ୍କୁ ନମ୍ବର ଦେଇ ସେ ଏସବୁ ବନ୍ଦ କରିବାକୁ କହିବାକୁ ଚାହୁଁଥିଲେ ବୋଲି କହିଛନ୍ତି ସଂଯୁକ୍ତା ।
ବୁଗୁଡ଼ାର ପୂର୍ବତନ ଜଣେ ତହସିଲଦାରଙ୍କ ସହ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନିବିଡ଼ ସମ୍ପର୍କ ଥିଲା । ବେଆଇନ ଭାବେ ଅର୍ଥ ନେଣଦେଣ କଥା ସେ ଜାଣିଛନ୍ତି । ଏଘଟଣା ପଦାକୁ ଆସିବା ଆଶଙ୍କାରେ ବିଧାୟକ ଏଭଳି କରିଛନ୍ତି । ଖାଲି ଏତିକି ନୁହେଁ ପୋଲିସ୍ରେ ସେ ପୂର୍ବରୁ ଏତଲା ଦେଇଥିଲେ, ତା’ଉପରେ କାର୍ଯ୍ୟାନୁଷ୍ଠାନ ନହୋଇ ବିଧାୟକଙ୍କ ଅଭିଯୋଗରେ ପୋଲିସର ତତ୍ପରତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଏହା ଅଦ୍ଭୁତ ସରକାର ଓ ଅଦ୍ଭୁତ ଆଇନ ବ୍ୟବସ୍ଥା କହି ସରକାରଙ୍କ ଉପରେ ବି ବର୍ଷିଛନ୍ତି ସଂଯୁକ୍ତା ।
ସୋସିଆଲ ମିଡ଼ିଆରେ ପୋଲସରା ବିଧାୟକ ଓ ତାଙ୍କ ଝିଅକୁ ହତ୍ୟା ଷଡଯନ୍ତ୍ର ଚାଟିଂକୁ ନେଇ ଥାନାରେ ଏତଲା ହୋଇଛି । ସଂଯୁକ୍ତା ମହଲା ଓ ଜଣେ ବିକାଶ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଏତଲା ଦେଇଛନ୍ତି ବିଧାୟକ । ବିଜେଡି ନେତ୍ରୀ ସଂଯୁକ୍ତା ମହଲା କିଛି ମାସ ତଳେ ବିଧାୟକ ଶ୍ରୀକାନ୍ତଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି । ମହିଳା ଥାନାରୁ ସେ ଉପଯୁକ୍ତ ନ୍ୟାୟ ପାଇନଥିବା ଅଭିଯୋଗ କରି ହାଇକୋର୍ଟରେ ଅପିଲ କରିଛନ୍ତି ।
ଅନ୍ୟପଟେ ଏହି ଘଟଣାକୁ ନେଇ ବିଧାୟକ ଶ୍ରୀକାନ୍ତ ସାହୁ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରି ଦେଇଛନ୍ତି । ତଥାପି ମାମଲାରେ ତଦନ୍ତ ଚାଲିଛି, ପୋଲିସର ତଦନ୍ତ ପରେ ସବୁ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ ଓଟିଭିକୁ ସୂଚନା ଦେଇଛନ୍ତି । ସଂଯୁକ୍ତାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଘଟଣାର ସତ କଣ ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)