• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନବୀନ ନିବାସ ଘେରାଉ ଉଦ୍ୟମ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ । ବାଣୀବିହାରରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋ ଦାହ । ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରତିବାଦରେ ବଢ଼ୁଛି ଛାତ୍ର ଅସନ୍ତୋଷ । ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଖାରବେଳ ନଗରସ୍ଥିତ ସରକାରୀ ବାସଭବନ ଘେରାଉ କରାଯାଇଥିଲା ।

ଇଲେକ୍ସନ୍ ବନ୍ଦ ପ୍ରତିବାଦରେ ହଲ୍ଲାବୋଲ୍ କରି ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ କରାଯିବାରୁ ସୃଷ୍ଟି ହୋଇଥିଲା ପୋଲିସ ସହ ଧସ୍ତାଧସ୍ତି ସ୍ଥିତି । ଅନେକ ଛାତ୍ରନେତାଙ୍କୁ ଅଟକ ରଖିଥିଲା ପୋଲିସ୍ । ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରା ନଗଲେ ଆଗକୁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ଜାରିରହିବ ବୋଲି ଚେତାବନୀ ଦେଇଇଥିଲା ଛାତ୍ର କଂଗ୍ରେସ ।

ଏପଟେ ନିର୍ବାଚନ ଦାବିରେ ନବୀନ ନିବାସ ମୁହାଁ ହୋଇଥିଲା ଛାତ୍ର ସଂଗଠନ ଅଲ ଓଡିଶା ଷ୍ଟୁଡେଣ୍ଟସ ଭଏସ୍ । କଳା ପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଉଦ୍ୟମ ବେଳେ ରାସ୍ତାରୁ ଅଟକ କରିଥିଲା ପୋଲିସ । ସେପଟେ ଏବିଭିପି ପକ୍ଷରୁ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋ ପୋଡିବା ସହ ଆଗାମୀ ଦିନରେ ଏନେଇ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ ଏବିଭିପି ସଦସ୍ୟ ।

୫ ବର୍ଷ ହେଲା ନିର୍ବାଚନ ହେଉନଥିଲେ ମଧ୍ୟ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତ୍ତି ସରକାରଙ୍କୁ ବଡ ଅଡୁଆ ପରିସ୍ଥିତିରେ ପକାଇପାରେ । କାହିଁକି ନା ଖାଲି ରାଜଧାନୀ ନୁହେଁ, ଜିଲ୍ଲା ଜିଲ୍ଲାରେ ପ୍ରତି କ୍ୟାମ୍ପସରେ ଶୁଭିଲାଣି ପ୍ରତିବାଦର ସ୍ୱର ।

ପ୍ରଶ୍ନ ଉଠୁଛି, ଏତେ ଦାବି, ପ୍ରତିବାଦ ବିରୋଧ ସତ୍ତ୍ୱେ କାହିଁକି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରୁଛନ୍ତି ସରକାର ? କ୍ୟାମ୍ପସରେ ବିଶୃଙ୍ଖଳା ନା ଆଉ କିଛି କାରଣ ? ନିର୍ବାଚନକୁ ବନ୍ଦ କରି ଛାତ୍ରଛାତ୍ରୀଙ୍କ ଭିତରେ ନେତୃତ୍ୱ ଦକ୍ଷତାକୁ ମାରି ଦିଆଯିବାର ଉଦ୍ୟମ ହେଉନି ତ ? କ୍ୟାମ୍ପସରୁ ନୂଆ ନେତା ତିଆରି ନକରି ପରୋକ୍ଷରେ ପରିବାରବାଦ ରାଜନୀତିକୁ ପ୍ରୋତ୍ସାହିତ କରୁନାହାନ୍ତି ତ ସରକାର ? ଶିକ୍ଷାବିତଙ୍କ ମତରେ ଲିଙ୍ଗ୍ଡୋ କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ ନହେଲେ ନିର୍ବାଚନ ବନ୍ଦ କରିବା ସ୍ୱାଭାବିକ । ହେଲେ ମୂଳରୁ ନିର୍ବାଚନ ନକିବାର ମାନସିକତା ଆଦୌ ଗ୍ରହଣୀୟ ନୁହେଁ ।

  • Reported by:
  • T GOURISHANKAR , SANJAY JENA , JAGDISH DAS , SOUMYA RANJAN SAHOO