Advertisment

ଗଣେଶ ଚତୁର୍ଥୀରେ ନୂଆ ସଂସଦ ଭବନର ଶ୍ରୀଗଣେଶ

ସଂକଳ୍ପରୁ ସିଦ୍ଧି ଆଡକୁ ବିଶ୍ୱାସର ଯାତ୍ରା ପାଇଁ ମୋଦିଙ୍କ ଆହ୍ୱାନ । ପୁରୁଣା ସଂସଦର ନାଁ ସମ୍ବିଧାନ ସଦନ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ।

author-image
Satyendu Shekher Mishra
undefined

New Parliament

ଗୋଟିଏ ପଟେ ଇତିହାସର ସୁବର୍ଣ୍ଣ ପୃଷ୍ଠାକୁ ଚାଲିଗଲା ଏକ ଗୌରବଶାଳୀ ଐତିହ୍ୟ । ଅନ୍ୟପଟେ ଦେଶର ଗୌରବଶାଳୀ ଭବିଷ୍ୟତ ସହ ଯୋଡ଼ି ହେଲା ଗଣତନ୍ତ୍ରର ଏ ନୂଆ ମନ୍ଦିର । ପୁରୁଣାରୁ ନୂଆ ସଂସଦ ଭବନକୁ ଚାଲି ଚାଲି ଯାତ୍ରା କଲେ ଗୃହର ସମସ୍ତ ସଦସ୍ୟ । ପ୍ରଧାନମନ୍ତ୍ରୀଙ୍କ ସହ ଲୋକସଭା ବାଚସ୍ପତି, ଉପରାଷ୍ଟ୍ରପତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହ ଶାସକ ଓ ବିରୋଧୀ ଦଳର ସାଂସଦ ସମସ୍ତେ ଚାଲି ଚାଲି ଗଲେ ନୂଆ ସଂସଦ ଭବନକୁ ।

Advertisment

ଗଣେଶ ଚତୁର୍ଥୀରେ ନୂଆ ସମ୍ଭାବନାର ମନ୍ତ୍ରରେ ଦୀକ୍ଷିତ ହୋଇ ଆଇନ ପ୍ରଣେତାମାନେ ଭବ୍ୟ ସଂସଦ ଭବନରେ ପ୍ରବେଶ କରିବା ପରେ ହୋଇଥିଲା ଏହାର ଶ୍ରୀଗଣେଶ। ବାଚସ୍ପତି ଓମ୍ ବିର୍ଲା ଆନୁଷ୍ଠାନିକ ଭାବେ ଗୃହକାର୍ଯ୍ୟ ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ରଖିଥିଲେ ଅଭିଭାଷଣ ।

ମୋଦି କହିଥିଲେ- ‘ସଂକଳ୍ପରୁ ସିଦ୍ଧି ଆଡକୁ ନୂଆ ବିଶ୍ୱାସରେ ଯାତ୍ରା ଆରମ୍ଭ ହେଇଛି । ସମୃଦ୍ଧ ଭାରତର ପ୍ରେରଣା ନେଇ ଆମେ ଆଜି ଆଗକୁ ବଢୁଛୁ, ଆଜିର ଏ କ୍ଷଣ ଇତିହାସରେ ନାଁ ଲିପିବଦ୍ଧ କରିବାର ସମୟ। ସେହିପରି କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ- ନୂଆ ସଂସଦରେ ଶାସକ ଓ ବିପକ୍ଷ ମିଳିମିଶି ଦେଶର ଭବିଷ୍ୟତ ଗଢ଼ିବା ଦରକାର।

Advertisment

ଐତିହ୍ୟ ପାଲଟିବା ପୂର୍ବରୁ ପୁରୁଣା ସଂସଦ ଭବନରେ ଆଜି ଶେଷ ମିଳିତ ଅଧିବେଶନ ବି ଥିଲା ବେଶ୍ ଭାବପୂର୍ଣ୍ଣ । ସେଣ୍ଟ୍ରାଲ ହଲରେ ଶେଷ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ- ଯେମିତି ଛୋଟ କାନ୍‌ଭାସ୍‌ରେ ବଡ଼ ଚିତ୍ର ଆଙ୍କିବା ଅସମ୍ଭବ,ସେହିପରି ଭବ୍ୟ ଭାରତର ନିର୍ମାଣ ପାଇଁ ଚିନ୍ତାର କାନଭାସ୍‌କୁ ବି ବଡ଼ କରିବା ଜରୁରୀ । ଅମୃତକାଳରେ ଆମକୁ ବଡ଼ ବଡ଼ କାମ କରିବାକୁ ପଡ଼ିବ, ଚିନ୍ତାଧାରାର ବିକାଶ ହେଲେ, ଦେଶର ବିକାଶ ନିଶ୍ଚିତ ।

ତାସହ କହିଥିଲେ ଭାରତ ଏବେ ଦୁନିଆର ବିଶ୍ୱାମିତ୍ର ପାଲଟିଛି । ନୂଆ ସଂସଦ ଭବନକୁ ଯିବା ପୂର୍ବରୁ ପୁରୁଣା ସଂସଦ ଭବନକୁ ସମ୍ବିଧାନ ସଦନ ଭାବେ ନାମିତ କରିବାକୁ ପ୍ରସ୍ତାବ ରଖିଥିଲେ ପ୍ରଧାନମନ୍ତ୍ରୀ। ଶେଷ ଦିନରେ ପୁରୁଣା ସୌଧରୁ ନୂଆ ଭବନକୁ ଯିବା ପୂର୍ବରୁ ସାଂସଦମାନଙ୍କର ହୋଇଥିଲା ଫଟୋ ସେସନ।

ନୂଆ ସଂସଦ ଭବନ, ରାଜଧାନୀ ଦିଲ୍ଲୀର ଛାତି ଉପରେ କର୍ତ୍ତବ୍ୟପଥରେ ଛିଡ଼ା ହୋଇଥିବା ଗଣତନ୍ତ୍ରର ଏହି ସର୍ବୋଚ୍ଚ ଭବ୍ୟ ମନ୍ଦିରରେ ଲୋକସଭା ଚାମ୍ବରରେ ୮୮୮ ସଦସ୍ୟଙ୍କ ବସିବା ବ୍ୟବସ୍ଥା ହୋଇଥିବାବେଳେ ରାଜ୍ୟସଭା ଚାମ୍ବରରେ ବସି ପାରିବେ ୩ଶହ ସଭ୍ୟ।

New Parliament Building
Advertisment
Advertisment