ବିଧାନସଭାରେ ଉଠିଲା ପୋଲାଭରମ୍ ପ୍ରସଙ୍ଗ। ବିରୋଧୀଙ୍କ ଗର୍ଜନ ଓ ନାରାବାଜିରେ କମ୍ପିଲା ଗୃହ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଲେ...
କଂଗ୍ରେସ ଓ ଭାଜପା ନେତା ବିଜେଡିକୁ ଆସି କେବଳ ଯେ ଭିଡ଼ ଜମାଇଲେ ତାହା ନୁହେଁ । ସେମାନେ ଆସ୍ଥାନ ଜମାଇ ପୁରୁଣା ନେତାମାନଙ୍କ ଉପରେ ରାଜ୍ କରିବାକୁ ଲାଗିଲେ । କଂଗ୍ରେସରୁ ବିଜେଡି ଆସିଥିବା ସୁଲୋଚନା ଦାସ ଭୁବନେଶ୍ୱର ମେୟର ହେଲେ । କଂଗ୍ରେସ ନେତା ମାନସ ମଙ୍ଗରାଜ ବିଜେଡିର ହର୍ତ୍ତାକର୍ତ୍ତା ଦଇବ ବିଧାତା ସାଜିଲେ । ନିର୍ବାଚନ ପୂର୍ବରୁ ଶଙ୍ଖଭବନରେ ସେ ବାହାର ଦଳର ନେତାମାନଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିବାରେ ସର୍ବାଗ୍ରେ ଥିବା ଦେଖାଗଲା ।
ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବ୍ରହ୍ମପୁର ବିଜେଡି କଳି ! ଦୁର୍ନୀତି ଅଭିଯୋଗ ଆଣି ମେୟରଙ୍କ ବିରୋଧରେ କର୍ପୋରେଟରଙ୍କ ମେଳି ! ବିକ୍ରମ ଓ ରମେଶ ଗୋଷ୍ଠୀ ଅନ୍ତର୍କନ୍ଦଳକୁ ନେଇ ହଟଚମଟ ! ଆଗକୁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ମସୁଧା ହେଉଥିବା ଚର୍ଚ୍ଚା ।
ପୁଣି ବ୍ରହ୍ମପୁର ରାଜନୀତିରେ ବଡ଼ ହଟଚମଟ ! ପୁଣିଥରେ ପଦାରେ ପଡ଼ିଲା ବିଜେଡି ଅନ୍ତର୍କନ୍ଦଳ ! ମୁହାଁମୁହିଁ ମହାନଗର ନିଗମର ଦୁଇ କର୍ପୋରେଟର ଗୋଷ୍ଠୀ ! ବ୍ରହ୍ମପୁର ମେୟରଙ୍କୁ ଗାଦିଚ୍ୟୁତ କରିବାକୁ ଚାଲିଛି କି ମସୁଧା?
ବର୍ତ୍ତମାନ ପର୍ଯ୍ୟନ୍ତ ସେ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସଂଗଠନରୁ ସରକାର ଯାଏ କାମ କରିବାର ଅଭିଜ୍ଞତା ରହିଛି ତାଙ୍କ ପାଖରେ ।
ଏଥିପାଇଁ ବିଧାୟକ ଆକାଶ ଦାସ ନାୟକ ପ୍ରସ୍ତାବ ଦେଇ କହିଛନ୍ତି, ପ୍ରତି ବ୍ଲକରେ ମଲ୍ଟି ପର୍ପୋଜ ଫିଲ୍ମ ହଲ ପ୍ରତିଷ୍ଠା କରାଯାଉ । ପୂର୍ବ ସରକାର ବେଳେ ଗୋଟିଏ ଫିଲ୍ମ ପଲିସି ଆସିଥିଲା ।
ରାଜ୍ୟ ମୁଖ୍ୟାଳୟର ନାକତଳେ ଥିବା ଭରତପୁର ଆଦର୍ଶ ପୁଲିସ ଷ୍ଟେସନ ଘଟଣା ସମଗ୍ର ଦେଶରେ ଲଜ୍ଜାଜନକ ଛବି ଆଙ୍କିଥିଲା । ସର୍ବଭାରତୀୟସ୍ତରରେ ଓଡିଶା ପାଇଁ ଗୌରବ ଆଣିଥିବା ଗଞ୍ଜାମର ଏହି ୩ ଥାନାକୁ ରାଜ୍ୟ ସରକାର ରୋଲମଡେଲ ଭାବେ ନେବାର ଅବଶ୍ୟକତା ନାହିଁ କି ?
କଳାହାଣ୍ଡିରେ ବିଜେଡି ସଂଗଠନରେ ଫାଟ ସୃଷ୍ଟି ସୁପ୍ରିମୋଙ୍କ ମୁଣ୍ଡ ବିନ୍ଧା ବଢାଇଦେଇଛି। ଆଉ ବିଜେପି କହିଛି ବିଜେଡି ହେଲା ତଡ଼ାଖିଆଙ୍କ ଦଳ।
ପୁଣି ବଦ୍ରିଙ୍କ ବିସ୍ଫୋରଣ। ଆମଦାନୀ ନେତା ହିଁ ବିଜେଡି ପରାଜୟର କାରଣ! ମହଙ୍ଗା ପଡିଲା ନିଜ ଦଳର ଆଶାୟୀଙ୍କୁ ଟିକେଟ୍ ନଦେବା। ଆଜି ଏଭଳି ବୟାନ ରଖି ପୁଣିଥରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଦଳର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର।
ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବୟାନକୁ ନେଇ ସରଗରମ ହୋଇଛି ରାଜନୀତି । କହିଲେ- ଅତୀତରେ ଆମ ଦଳ ଭୁଲ କରିଛି । ବିଜେପିରେ ଟିକେଟ ପାଇଥିବା କିଛି ପାର୍ଥିଙ୍କୁ ଆଣିକି ଆମ ଦଳରେ ମିଶାଇଲେ । ବର୍ତ୍ତମାନ ବିଜେପି ସାଂସଦ ମାନଙ୍କୁ ନେଇଯାଉଛନ୍ତି ।
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍। କୋର୍ କମିଟି ବୈଠକରେ ଫଡନାବିସ୍ ଙ୍କ ନାଁରେ ମୋହର ବାଜିଥିବା ଜଣାପଡିଛି।
ଆଳୁକୁ ନେଇ ଆଜି ବି ବିଧାନସଭାରେ ଲାଗି ରହିଥିଲା ତାତି । ମୁଲତବୀ ଆଲୋଚନା ବେଳେ ବିରୋଧୀ ସରକାରଙ୍କୁ ଟାର୍ଗଟ୍ କରିଥିବା ବେଳେ ଯୋଗାଣମନ୍ତ୍ରୀ ବି ରଖିଥିଲେ କଡ଼ା ଉତ୍ତର ।
ପାନୀୟ ଜଳ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଆଜି ବିଧାନସଭାରେ ମନ୍ତ୍ରୀ ରବି ନାଏକ କହିବା ପରେ ତାଙ୍କୁ ସମର୍ଥନ କରି ଛୁଙ୍କ ମାରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର ।
ବିଜେପିର ଏକ ପ୍ରତିନିଧି ଦଳ ଶପଥ ଉତ୍ସବ ହେବାକୁ ଥିବା ସଭାସ୍ଥଳକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି । ଏପଟେ ଅସୁସ୍ଥ ଅଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।
ବିଜେଡି ସମନ୍ୱୟ କମିଟି ମୁଖ୍ୟ ଦେବୀ ମିଶ୍ରଙ୍କୁ ଚକମା ଦେଇ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷଙ୍କୁ ଦଳକୁ ଆଣିଛି ବିଜେପି।
କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଦୁଇଦିନ ତଳେ ଦିଲ୍ଲୀ କାର୍ଯ୍ୟକାରିଣୀରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଓଡ଼ିଶା କଂଗ୍ରେସରେ ହେବକି ଆମୂଳଚୁଳ ପରିବର୍ତ୍ତନ?
ପୌର ଓ ପଞ୍ଚାୟତ ନିର୍ବାଚନ ଉପରେ ଫୋକସ୍ । ପଦ୍ମ ଧରିଲେ ଦେବୀ ମିଶ୍ରଙ୍କ ଖାସ୍ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ।
କେବେ ନିଯୁକ୍ତ ହେବେ ପ୍ରଦେଶ କଂଗ୍ରେସ କମିଟି ସଭାପତି? କିଏ ହେବେ ଦୁର୍ବଳ ହୋଇପଡ଼ିଥିବା ରାଜ୍ୟ କଂଗ୍ରେସର ମଙ୍ଗୁଆଳ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିଙ୍କ ରାନଜୈତିକ ଷ୍ଟ୍ରାଟେଜି, ଓଡ଼ିଶାରେ ଗୋଟେ ଯୁଗକୁ ପରିବର୍ତ୍ତନ କରିଦେଲା। ୨୪ ବର୍ଷ ପୁରୁଣା ଲୋକପ୍ରିୟ ନବୀନ ସରକାରକୁ ହଟାଇ ପ୍ରଥମଥର ପାଇଁ ଓଡ଼ିଶାରେ ହେଲା ବିଜେପି ସରକାର। ରାଜନୈତିକ ପଣ୍ଡିତମାନଙ୍କ ମତ ହେଲା, ଏବେ ଓଡ଼ିଶା ପାଲଟିଛି ମୋଦିଙ୍କ ପାଇଁ ନୂଆ ପ୍ରୟୋଗଶାଳା। ଏଇଠୁ ହିଁ ହେବ ପୂର୍ବ ଭାରତ ବିଜୟର ଅଭିଯାନ।
ଏବେବି ଭିକେ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ଲୋକଙ୍କ ମନରେ ଅନେକ ପ୍ରଶ୍ନ। ନିର୍ବାଚନ ପରେ ସେ କୁଆଡ଼େ ଗାଏବ୍ ଥିଲେ? ସେ କେଉଁଠି ରହୁଛନ୍ତି, ନବୀନ ନିବାସ ଆସୁଛନ୍ତି ନା ନାହିଁ, ରାଜନୀତିରୁ ସଂପୂର୍ଣ୍ଣ ସନ୍ୟାସ ନେଇଗଲେ କି, ଏମିତି ଅନେକ ପ୍ରଶ୍ନ ଏବେବି ଗାଁ ଗହଳିର ରାଜନୈତିକ ଖଟିରେ କଥା ପଡୁଛି। ତେବେ ଆଜିର ଏଇ ଲେଖାଟି ସେଇ ପାଣ୍ଡିଆନଙ୍କ ସଂପର୍କରେ, ଯିଏ ନିକଟରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କଣ ଏହାର କାରଣ, କାହା ଭୋଜିକୁ ଯାଇଥିଲେ, ଜାଣିବା ଏଇ ଲେଖାରୁ।
ବଡ଼ମ୍ବା ବିଧାୟକ ବିଜୟ ଦଳବେହେରାଙ୍କ ନେତୃତ୍ବରେ ବିଜେପିରେ ସାମିଲ ହେଲେ ରଘୁପତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପାର୍ଟି ଅଫିସରେ ସେ ବିଜେପିରେ ସାମିଲ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଛକାପଞ୍ଝା ଭିତରେ ଗତକାଲି ମୁମ୍ବାଇ ଫେରିଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସେ କହିଛନ୍ତି, ଆଜି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ ।
ଜୟନାରାୟଣ ମିଶ୍ରଙ୍କ ତଡ଼ାଖିଆ ଉପାଖ୍ୟାନ ପରେ ବଢ଼ିଲା ବୟାନବାଜି । ଏହି ମୌକାରେ ବିଜେଡି କହିଛି, କେଉଁଠି ଗୋଷ୍ଠୀ କନ୍ଦଳ ତୀବ୍ର ତାହା ଜଣା ପଡିଲାଣି । ଏବେ ସେଠି ନିଆଁ ଲାଗିସାରିଲାଣି । କିନ୍ତୁ ବିଜେପିର ଯୁକ୍ତି ଜୟ ନାରାୟଣଙ୍କ କଥାକୁ କଦର୍ଥ କରୁଛି ବିଜେଡି।
ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱର୍ଗତ ସମୀର ଦେଙ୍କ ସ୍ମୃତି ସଭାରେ ଜୟନାରାୟଣ ଦେଇଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।
ଜୟନାରାୟଣଙ୍କର ସାଂଘାତିକ ବୟାନ । ଦଳରୁ ତଡ଼ି ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପି କରିଛି ଜୟନାରାୟଣଙ୍କୁ ଏକ ଘରକିଆ ?