Advertisment

Polavaram Project: ଗୃହରେ ପୋଲାଭରମ୍ ତାତି; ଚାଲିପାରିଲାନି ପ୍ରଶ୍ନକାଳ, ନବୀନ କହିଲେ...

ବିଧାନସଭାରେ ଉଠିଲା ପୋଲାଭରମ୍ ପ୍ରସଙ୍ଗ। ବିରୋଧୀଙ୍କ ଗର୍ଜନ ଓ ନାରାବାଜିରେ କମ୍ପିଲା ଗୃହ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଲେ...

author-image
Sonali Ojha
ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

ପୋଲାଭରମ୍ ପ୍ରସଙ୍ଗ ନେଇ ବିଧାନସଭା ସରଗରମ । ଗୃହରେ ହୋହଲ୍ଲା ଓ ନାରାବାଜି କରିଛନ୍ତି କଂଗ୍ରେସ ସଦସ୍ୟ । ଚାଲିପାରିଲାନି ପ୍ରଶ୍ନକାଳ । ଗୃହକୁ ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି । ସେପଟେ ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ବିଜେଡି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ସବୁବେଳେ ଲଢ଼େଇ କରୁଥିଲା । ଆଉ ଆଗକୁ ମଧ୍ୟ ଲଢେଇ ଜାରି ରହିବ।

Advertisment

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିବା ସହ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ । ପୋଲାଭରମ୍ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହେବା ପରେ ସେମାନେ ପ୍ରତିବାଦ କରି ନାରାବାଜି କରିଥିଲେ । ସେପଟେ ଗୃହକୁ ସ୍ବାଭାବିକ କରିବା ପାଇଁ ଦାବି କରିଥିଲେ ବିଜେଡି ସଦସ୍ୟ । ହୋ ହଲ୍ଲା ବଢିବା ପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ବିଜେଡି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ସବୁବେଳେ ଲଢ଼େଇ କରୁଥିଲା । ଆଉ ଆଗକୁ ମଧ୍ୟ ଲଢେଇ ଜାରି ରହିବ । ତେବେ ଗତକାଲି ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ପହଞ୍ଚିଥିଲା ବିଜେଡି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ ଆଦିବାସୀ ମନ୍ତ୍ରାଳୟ CWCକୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ବିଜେଡି ସାଂସଦ ଓ ନେତା। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୋଷାରୋପ କରିଛି ବିଜେଡି।

Advertisment

ଅଧିକ ପଢ଼ନ୍ତୁ: ଆକାଶରୁ ଖସୁଛି ମୃତ୍ୟୁ! ଯମ ଦୂତ ସାଜିଛି ବଜ୍ରପାତ! ଘଡ଼ଘଡ଼ି ପଡ଼ି ଗଲାଣି ୧୦୫୭ ଜୀବନ

ପୋଲାଭରମ୍ ଦ୍ବାରା ଓଡ଼ିଶା ପ୍ରଭାବିତ ହେବ। ମାଲକାନଗିରିର ଦୁଇଟି ବ୍ଲକ ବିସ୍ଥାପିତ ହେବା ଆଶଙ୍କା ରହିଛି। ଏହି ପ୍ରସଙ୍ଗ ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେଡି କହିଥିଲା। ଘଟଣାକୁ ନେଇ ବିଜେଡି ଉପରେ ପାଲଟା ଅଭିଯୋଗ ଆଣିଥିଲା ବିଜେପି। ରାଜ୍ୟରେ ୨୪ ବର୍ଷ ଶାସନରେ ଥାଇ ବି କିଛି କରିନଥିବା ଦଳ ଏବେ କ୍ଷମତା ଯିବା ପରେ ପୋଲାଭରମ୍ କୁ ମୁଦ୍ଦା କରିଥିବା କହିଥିଲେ ବିଜେପି ସାଂସଦ ବଳଭଦ୍ର ମାଝୀ।

ଆଜି ବିଧାନସଭା ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୋଲାଭରମ୍ ପ୍ରସଙ୍ଗ ଉଠାଇଥିଲା କଂଗ୍ରେସ । ଏହାସହ ମୁଲତବୀ ପ୍ରସ୍ତାବ ମଧ୍ୟ ଆଣିଥିଲେ । ଏହାକୁ ବାଚସ୍ପତି ଗ୍ରହଣ ନକରିବାରୁ ଗୃହରେ ହୋହଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ଫଳରେ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ପରେ ପୁଣି ସମାନ ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ । ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ଅଧିକ ପଢ଼ନ୍ତୁ: ଆନ୍ତଃରାଜ୍ୟ ସୀମା ବିବାଦରେ ଫସିରହିଛନ୍ତି ଓଡ଼ିଶାର ଏହି ୧୪ଟି ଜିଲ୍ଲା

Naveen Patnaik BJD BJP Congress Odisha Assembly Polavaram Project
Advertisment
Advertisment