ବିଜେଡିରୁ ଇସ୍ତଫା ଦେଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଜିଲ୍ଲା ସଭାପତି ପଦରୁ ତଥା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାସ ।
ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ନାମାଙ୍କନ ତାରିଖକୁ ଆଉ ମାତ୍ର ୧୦ ଦିନ । ହେଲେ ଏଯାଏଁ ନା ଅଛି ପ୍ରଚାର ଘୋ ଘା, ନା ସରୁଛି ଯୋଦ୍ଧା ଘୋଷଣା । ରାଜ୍ୟର ତିନି ପ୍ରମୁଖ ଦଳରୁ କେହି ଗୋଟିଏ ଦଳ ବି ଏଯାଏଁ ସେମାନଙ୍କ ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହାନ୍ତି ।
ଏଯାଏଁ ନୀଳଗିରି ବିଧାନସଭା ଆସନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ, ସନ୍ତୋଷ ଖଟୁଆ ଟିକେଟ୍ ପାଇଁ ଅନ୍ୟତମ ବଡ଼ ଦାବିଦାର୍ ବୋଲି କୁହାଯାଉଛି ।
ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ନିଜ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ରାଉତରାୟ କ୍ରମାଗତ କ୍ୟାମ୍ପେନ୍ କରୁଥିବା ନଜରକୁ ଆସିଥିଲା ।
ଘୋଷଣା ହୋଇ ନ ଥିବା ପ୍ରାୟ ସବୁ ବିଧାନସଭା ଆସନରେ ବିଜେଡିର ବିଦ୍ରୋହ ତେଜୁଛି । ଆମଦାନୀ ନେତାଙ୍କୁ ବିରୋଧ କରୁଛନ୍ତି ଦଳୀୟ ନେତା ଓ କର୍ମୀ ।
ବିରୋଧୀ ନେତାଙ୍କ ପାଇଁ ଏବେ ସାହାଣମେଲା ବିଜେଡି ଦରବାର । ଲଗାତର ଭାବେ ପାଞ୍ଚ ପାଞ୍ଚ ଥର ସରକାରରେ ଥିବା ବିଜେଡିକୁ ଘାରିଛି କି ହାରିବା ଭୟ ?
ଆଗାମୀ ନିର୍ବାଚନରେ ଅନନ୍ତନାଗ-ରଜୌରୀ ଦେଖିବ ବିଗ୍ ଫାଇଟ୍। କାହିଁକି ନା ଏହି ଆସନରୁ ନିର୍ବାଚନ ଲଢ଼ିବା ନେଇ ଜାମ୍ମୁ କାଶ୍ମୀରର ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ପୂର୍ବରୁ ଘୋଷଣା କରିସାରିଛନ୍ତି ।
ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଗଣେଶ୍ୱର। ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଲେ।
‘ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ବର୍ଗର ଲୋକ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ମୋ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ବିଗତ ୫ ବର୍ଷର ଏହା ହେଉଛି ମୋର ଉପଲବ୍ଧି’।
ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ। କିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ।
ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର । ସୋସିଆଲ ମିଡିଆ ଜରିଆରେ ଦେଲେ ସୂଚନା । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଲେଖିଲେ । ବିଜେପିର ଉପସଭାପତି ପଦରେ ଥିଲେ ଲେଖାଶ୍ରୀ ।
ଚଟୁ ଆମିଷ, ବେଣ୍ଟ ନିରାମିଷ! ଏହି ନ୍ୟାୟରେ ନିଜର ରାଜନୈତିକ ଗୋଟି ଚାଳନା ଜାରି ରଖିଛନ୍ତି କି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ?
ବିଜେପିର ଶୀର୍ଷ ସ୍ତରର ନେତା ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ବାରମ୍ବାର ଉଖାରି ଚାଲିଥିବାରୁ ଦଳ ଯୋଜନାବଦ୍ଧ ଭାବେ ବିଜେଡି ବିରୋଧରେ ଏହାକୁ ମୁଖ୍ୟ ଅସ୍ତ୍ର କରିବାକୁ ଯାଉଥିବା ସ୍ପଷ୍ଟ ହେଉଛି।
ଟିକଟ୍ ଅଙ୍କକଷା ଭିତରେ ଚାଲିଛି ଛକା ଛକି ଖେଳ। ପାଦେ ପାଦେ ପରସ୍ପରକୁ ଜଗିଛନ୍ତି ବିଜେପି-ବିଜେଡି। ୧୮ ଟି ସିଟ୍ ରେ ଏଯାଏ ଦୁଇ ଦଳ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି।
ରାଜ୍ୟବ୍ୟାପି ଲାଗିରହିଥିବା ଅସନ୍ତୋଷ, ବିଦ୍ରୋହ ଓ ଇସ୍ତଫା ରାଜନୀତି ଭିତରେ କେନ୍ଦ୍ରାପଡ଼ା ବିଜେଡିରେ ତେଜିଛି ଅସନ୍ତୋଷ।
ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା କହିଲେ ।
ମନ୍ମଥ ଭୋଟ୍ ମାଗିଲେ କ’ଣ ହେବ, ଭୁବନେଶ୍ୱର ଲୋକେ ଅପରାଜିତାଙ୍କୁ ଚାହୁଁଛନ୍ତି । ଏଥର ବିଜେପି ଲୋକସଭାରେ ୪୦୦ ପାର୍ କରିବ ।
ବିଜେପିରୁ ପ୍ରତାପ ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ କିଏ ? ବାଲେଶ୍ୱର ଲୋକସଭା ସହ ସେଠାର ୩ ବିଧାନସଭା ଆସନରେ ବି ବିଜେଡିର ସଂଗୀନ ସ୍ଥିତି ।
୨୪ ମହାସଂଗ୍ରାମ ପାଇଁ ପ୍ରାର୍ଥୀ ବଛା କସରତ୍ ଭିତରେ ପୂରା ସ୍ପଷ୍ଟ ହୋଇଯାଇଛି ବଲାଙ୍ଗିର ବିଧାନସଭା କ୍ଷେତ୍ରରେ ଲଢ଼େଇର ଚିତ୍ର ।
ଜିଲ୍ଲାର ଦୁଇ ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ଓ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁ ସୁକିନ୍ଦା ବିଧାନସଭା ଆସନ ପାଇଁ ଘୋଷଣା ହେବା ପରେ ଏବେ ଚର୍ଚ୍ଚା କିଏ ହେବେ କୋରେଇରୁ ଶଙ୍ଖ ଦଳର ଯୋଦ୍ଧା ?
ଅଙ୍କ ଛିଡୁନି, ଅକଲ ଗୁଡୁମ୍। ବଳକା ୩୯ ବିଧାନସଭା ଆସନକୁ ନେଇ ବିଜେଡିର ଏବେ ବେଶି ମୁଣ୍ଡବିନ୍ଧା। ୨୦ରୁ ଅଧିକ ଆସନରେ ନିଷ୍ପତ୍ତି ଟଳମଳ।
ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି।
ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ ଦେବାରୁ ବିଜେଡି ଛାଡ଼ିଥିଲେ ରମେଶ। ଆଜି ବିଜେପିରେ ସାମିଲ ହୋଇଛନ୍ତି ରମେଶ ଚନ୍ଦ୍ର ସାଏ।
ବିଜେପିରେ ଯୋଗଦେବା ପରେ ବିଜେଡି ଉପରେ ବର୍ଷିଛନ୍ତି ଅମରେନ୍ଦ୍ର। ସେ କହିଛନ୍ତି, ଯେଉଁଘରକୁ ଆମେ ୨୭ବର୍ଷ ହେଲା ପରିଶ୍ରମ କରି ତୋଳିଥିଲୁ, ସେହିଘରେ ପେଇଙ୍ଗ ଗେଷ୍ଟକୁ ସ୍ୱାଗତ କରାଯାଉଛି।
୧୯୮୯ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ହୋଇଥିଲେ। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ରବି ପାଣି।