Advertisment

ତିହାର ଜେଲ୍‌ ଆଗରେ AAPର ବିକ୍ଷୋଭ, କେଜ୍ରିଙ୍କ ପାଇଁ କାହିଁକି ଦରକାର ପଡ଼ିଲା ଡାକ୍ତର ?

ଡାକ୍ତର ଯୋଗାଇବାକୁ AIIMSକୁ ଚିଠି ଲେଖିଲେ ଜେଲ କର୍ତ୍ତୃପକ୍ଷ । ଡାକ୍ତରଙ୍କ କାହିଁକି ଆବଶ୍ୟକତା ପଡିଲା, ଆପର ପ୍ରଶ୍ନ ।

author-image
Satyendu Shekher Mishra
Arvind Kejriwal

Arvind Kejriwal

ତିହାର ଜେଲ ଆଗରେ ଆପ କର୍ମୀଙ୍କ ବିକ୍ଷୋଭ । ଜେଲରେ ଦଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଉତ୍ତମ ଚିକିତ୍ସା ଯୋଗାଯାଉନଥିବା ଅଭିଯୋଗ ନେଇ କର୍ମୀ ମାନେ ବିକ୍ଷୋଭ କରିଛନ୍ତି। ଅରବିନ୍ଦ କେଜରିୱାଲଙ୍କୁ ଜଣେ ଡାକ୍ତର ଯୋଗାଇବା ଲାଗି ତିହାର ଜେଲ କର୍ତ୍ତୃପକ୍ଷ AIIMSକୁ ଚିଠି ଲେଖିବାକୁ ନେଇ କର୍ମୀମାନେ ବିକ୍ଷୋଭ କରିଛନ୍ତି।

Advertisment

ପୂର୍ବରୁ ଜେଲ କର୍ତ୍ତୃପକ୍ଷ କେଜରିୱାଲଙ୍କୁ ଜେଲେରେ ଭଲ ଚିକତ୍ସା ଯୋଗାଯାଉଥିବା କହିଥିଲା। ତେବେ ଏବେ କାହିଁକି ଡାକ୍ତର ଆବଶ୍ୟକତା ପଡିଲା ବୋଲି ଆପ ପ୍ରଶ୍ନ କରିଛି। ସେପଟେ ଏନେଇ ଜେଲ କର୍ତ୍ତୃପକ୍ଷ ଏହାର ଉତ୍ତର ରଖିଛନ୍ତି । କେଜରିୱାଲ ଡାଇବେଟିକ୍ ରୋଗୀ ତାଙ୍କୁ ସବୁଦିନ ଇନସୁଲିନ୍ ଦେବା ଲାଗି ନିୟମିତ ଜଣେ ଡାକ୍ତରଙ୍କ ଆବଶ୍ୟକ, ତେଣୁ ଏନଇ AIIMSକୁ ଚିଠି ଲେଖାଯାଇଛି ବୋଲି କହିଛନ୍ତି ଜେଲ କର୍ତ୍ତୃପକ୍ଷ ।

ତେବେ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଦୁଇ ଦିନ ପୂର୍ବରୁ ସାଂଘାତିକ ଅଭିଯୋଗ ଆଣିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ‘କେଜ୍ରିୱାଲ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ। ତଥାପି ସେ ଜେଲରେ ପ୍ରଚୁର ଆମ୍ବ, ଆଳୁ ପୁରୀ ଓ ମିଠା ଖାଉଛନ୍ତି। ପ୍ରତିଦିନ ସେ ମିଠା ଓ ଆମ୍ବ ଖାଇ ନିଜର ରକ୍ତ ସର୍କରାକୁ ବୃଦ୍ଧି କରିବାରେ ଲାଗିଛନ୍ତି। ରକ୍ତ ସର୍କରା ବା ବ୍ଲଡ ସୁଗାର ବଢ଼ିବା ପରେ ସେ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇଯିବେ ବୋଲି ଲକ୍ଷ୍ୟ ରଖିଛନ୍ତି।’ ଏଭଳି ଅଭିଯୋଗ କରିଥିଲା ଇଡି ।

Advertisment

କେଜ୍ରିୱାଲ ଜେଲରେ ଥାଇ ନିଜର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରଙ୍କ ପରାମର୍ଶ ଚାହୁଁଥିବା ଦାବି କରି କୋର୍ଟରେ ଗୋଟିଏ ଆବେଦନ କରିଥିଲେ । ଏହାର ଶୁଶାଣି କୋର୍ଟରେ ଚାଲିଥିବା ବେଳେ ଇଡି ଏପରି ଦାବି କରିଥିଲା । ଏହାପରେ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ କେଜ୍ରିୱାଲ ଖାଉଥିବା ଖାଦ୍ୟର ତାଲିକା ଦେବାକୁ କହିଛନ୍ତି। ଏଥିସହ କୋର୍ଟ ଆପ୍‌ ସୁପ୍ରିମୋ କେଜ୍ରିୱାଲଙ୍କ ଓକିଲଙ୍କୁ ମଧ୍ୟ ଡାକ୍ତର ତାଙ୍କ ପାଇଁ ପ୍ରଦାନ କରିଥିବା ଖାଦ୍ୟ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେଜ୍ରିୱାଲ ଟାଇପ ୨ ମଧୁମେହ ରୋଗରେ ପୀଡ଼ିତ।

ଶୁଣାଣି ବେଳେ ଇଡି କହିଥିଲା ଯେ ଅରବିନ୍ଦ କେଜ୍ରିୱାଲ ନିୟମିତ ଭାବେ ଚା’ରେ ଚିନି ପକାଇ ପିଉଛନ୍ତି। ସେ କଦଳୀ, ମିଠା, ପୁରୀ, ଆଳୁ ତରକାରୀ ଇତ୍ୟାଦି ଖାଉଛନ୍ତି। ସେ ଜଣେ ଟାଇପ ୨ ମଧୁମେହ ରୋଗୀ। ସେ ଭଲ ଭାବେ ଜାଣିଛନ୍ତି ଯେ ଏସବୁ ଖାଇଲେ, ତାଙ୍କର ରକ୍ତ ସର୍କରା ବୃଦ୍ଧି ପାଇବ। ତଥାପି ସେ ମିଠା ଜାତୀୟ ଖାଦ୍ୟ ଖାଉଛନ୍ତି। ସେ ନିଜର ସ୍ୱାସ୍ଥ୍ୟାବସ୍ଥାକୁ ଅଧିକ ଖରାପ କରି କୋର୍ଟଙ୍କ ଠାରୁ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇବା ପାଇଁ ଚାହୁଁଛନ୍ତି। ଜେଲରେ ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଉଛି। ସେମାନେ ଦିନକୁ ୨ ଥର କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।”

Tihar Jail Arvind Kejriwal Enforcement Directorate
Advertisment
Advertisment