ସମ୍ବଲପୁର-୪୨.୨ ଡିଗ୍ରୀ, ଝାରସୁଗୁଡା- ୪୧.୬ ଡିଗ୍ରୀ
ମୋବାଇଲ ଅଛି ହେଲେ ନେଟୱର୍କ ନାହିଁ । କଲ୍ ଯାଉନି କି କଲ୍ ଆସୁନି । 5G ଜମାନାରେ 2G ତ ଦୂରର କଥା ଲୋକେ ଟାୱାରଟିଏ ବି ପାଇ ପାରିନାହାନ୍ତି । ନେଟୱର୍କ ନଥିବାରୁ ଯୋଗାଯୋଗ, ଆମ୍ବୁଲାନ୍ସ କିମ୍ବା ଅନଲାଇନ୍ ପଠପଢ଼ା ହୋଇପାରୁନି । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି ମୟୂରଭଞ୍ଜ ଉଦଳାର ଶାଳମୁଣ୍ଡଳି ଗାଁ ଲୋକେ…
ଜମି ହୀନ ଓ ଅସହାୟ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ସାଙ୍ଗକୁ ପକ୍କା ଘର ପ୍ରଦାନ ପାଇଁ ସରକାର ଆରମ୍ଭ କରିଛନ୍ତି ଜାଗା ମିଶନ। ମୟୂରଭଞ୍ଜ ଉଦଳା ଏନଏସିର ତେଲି ସାହିରେ ବସବାସ କରୁଥିବା ଆଦିବାସୀଙ୍କୁ ଜୀବନ ଶୈଳୀ ଓ ମାଳ ମାଳ ସମସ୍ୟାର ଚିତ୍ର ଦେଖିଲେ ମନେ ହେଉଛି ସରକାରୀ ଯୋଜନା ସବୁ ଏମାନଙ୍କ ପାଇଁ ସାତ ସପନ..
ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ଭୁବନେଶ୍ୱର, କଟକ ସମେତ ସାରା ଓଡ଼ିଶାରେ ପ୍ରବଳ ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ୍ ।
ଭୟଙ୍କର ଦୁର୍ନୀତି ଚାଲିଛି ମନରେଗାରେ । ମଣିଷ ବଦଳରେ ମେସିନ୍ରେ କାମ କରୁଛନ୍ତି ଠିକାଦାର । ତାହା ପୁଣି ଅଧ ରାତିରେ...
ସର୍ବାଧିକ ତାପମାତ୍ରାରେ କାଲି ବିରଳ ରେକର୍ଡ କରିଛି ଝାରସୁଗୁଡ଼ା । ଦେଶ ସହ ଏସିଆର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡା ।
ଆଗାମୀ କିଛି ଦିନ ଧରି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ଆଜି ସକାଳେ ସାଢ଼େ ୮ଟାରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି।
କିଛି ଦିନ ଧରି କାଳବୈଶାଖୀ ବର୍ଷା ଯୋଗୁଁ ତାତି କମିଥିବା ବେଳେ ଆଜି ପୁଣି ଗରମ ଅନୂଭବ ହେଉଛି ।
ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ନିଦରେ ଶୋଇଗଲେ ରେଲ୍ୱେ ଫାଟକରେ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍, ଆଉ ଭୁଲିଗଲେ ଟ୍ରେନ୍କୁ ସିଗ୍ନାଲ ଦେବା। ଶେଷରେ ନିଜେ ଲୋକ ପାଇଲଟ୍ ଟ୍ରେନ୍ରୁ ଓହ୍ଲାଇ ସିଗ୍ନାଲ ଦେଇଥିଲେ ଓ ଅନ୍ୟ ଜଣେ ଲୋକ ପାଇଲଟ୍ ଟ୍ରେନ୍ ଚଲାଇ ଥିଲେ।
ଗତ କିଛିଦିନ ଧରି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେଉଛି। ଆଜି ମଧ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ସରସ୍ୱତୀ କୁଂଆରୀ । ଜନ୍ମରୁ ସେ ଦିବ୍ୟାଙ୍ଗ...ଗୋଟିଏ ହାତ ନାହିଁ କି ଗୋଡ଼ ଠିକ୍ରେ ଚାଲୁନି । ଏମିତିକି ସରସ୍ୱତୀ ଠିକ୍ରେ ଚାଲିବି ପାରନ୍ତିନି । କିନ୍ତୁ ନିଜର ଅସହାୟତା ପାଇଁ ସେ ହାର ମାନିନାହାନ୍ତି । ବରଂ କେମିତି ଟଙ୍କା ରୋଜଗାର ହେବ ସେନେଇ ଉପାୟ ଚିନ୍ତା କରିବା ପରେ ଏବେ ବାଉଁଶ ସାଜିଛି ତାଙ୍କର ବ୍ୟବସାୟ । ପାଖଆଖ ଗାଁରୁ ବାଉଁଶ ସଂଗ୍ରହ କରିବା ପରେ ଭିନ୍ନ ଭିନ୍ନ ସାମଗ୍ରୀ ତିଆରି କରିବାରେ ସେ ଲାଗିପଡ଼ନ୍ତି । କେତେବେଳେ କୁଲା ତ ଆଉ କେତେବେଳେ ଡଲା
ସେହି ୪ଟି ଜିଲ୍ଲା ଖଣି ଖାଦାନରେ ଭରପୁର । ବ୍ଲାକରୋଜ କଥା ବି ଉଠାଇଲେ ଜୟନାରାୟଣ ।
ଆଜି ୪୦ରୁ ୫୦ କିମି, କାଲି ୩୦ରୁ ୪୦ କିମି ବେଗରେ ପବନ ବହିପାରେ
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୯ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
SHGଙ୍କ ପାଇଁ ଆସୁଥିବା ଟଙ୍କାରେ ମହାଜନୀ କାରବାର । କେଉଁଠି ସବୁ ଅର୍ଥ ଚଳୁ ତ କେଉଁଠି ସୁଧ ବେପାର ଅଭିଯୋଗ ।
ମୟୂରଭଞ୍ଜ କପ୍ତିପଦା ବ୍ଲକ ମାଙ୍କଡପଡାର ଚେମଚେଟା ଗାଁରେ ୩୦ରୁ ଉର୍ଦ୍ଧ୍ୱ ଲୋଧା ପରିବାର ବସବାସ କରନ୍ତି । ଆଜି କି କାଲି ନୁହେଁ ବରଂ ବର୍ଷବର୍ଷ ଧରି ପାହାଡ ଉପରେ ସେମାନେ ରହିଆସୁଛନ୍ତି । ପାହାଡ ଉପରେ ରହୁଥିବାରୁ ଅଧିକାଂଶ ମୌଳିକ ସୁବିଧା ବି ଏମାନେ ପାଇନାହାନ୍ତି । ବିଜୁଳି ଜଳିବ, ଗାଁ ଆଲୋକିତ ହେବ...କିଛି ଏମିତି ଆଶାରେ ପ୍ରଶାସନ ଗାଁର ଅନେକ ପରିବାରକୁ ସୋଲାର ଲାଇଟ୍ ଯୋଗାଇ ଦେଇଥିଲା । କିନ୍ତୁ ବାସ୍ତବରେ ତାହା ଏଯାଏଁ ଜଳିଲା ନାହିଁ କି ଗାଁ ଆଲୋକିତ ହେଲା ନାହିଁ ।
ଆଜିକୁ ମିଶାଇ ଦୁଇ ଦିନ ଯାଏ ତାଣ୍ଡବ ରଚିବ ପଶ୍ଚିମା ଝଡ଼ । ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ କରିଛି।
ସଂସାରର ନିୟମ ବଡ଼ ବିଚିତ୍ର । କଥାରେ ଅଛି " ଦଇବ ଦଉଡି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ" । ଠିକ୍ ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ କରଞ୍ଜିଆ ଝଲକାଣି ଗାଁରେ । ଝଲକାଣିର ମୋହନ ନାୟକ ଯେତିକି ରୋଜଗାର କରୁଥିଲେ ସେତିକିରେ କଷ୍ଟେମଷ୍ଟେ ଚଳୁଥିଲା ୭ ପ୍ରାଣୀର କୁଟୁମ୍ବ । ହେଲେ ଆକସ୍ମିତ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଏ । ବାପାଙ୍କ ଅବର୍ତ୍ତମାନରେ ୫ ପିଲାଙ୍କ ମୁହଁରେ ଆହର ଦେବା ଲାଗି ଅଣ୍ଟା ଭିଡିଥିଲେ ମାଆ ।
ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘଦିନ ହେବ ୪ ଜିଲ୍ଲାରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ ଏହି ଲୁଟେରାମାନେ । ଭିନ୍ନ ଭିନ୍ନ ତରିକାରେ ସେମାନେ କରୁଥିଲେ ଲୁଟ୍ । ମୁହଁରେ ଭାଲୁ ମୁଖା ପିନ୍ଧୁଥିବାରୁ ସହଜରେ ଚିହ୍ନା ବି ପଡୁନଥିଲେ । ତେବେ ଉଦଳା ଥାନା ବରବାଡି କେନାଲ ଛକରେ ଲୁଟ୍ ପାଇଁ ପ୍ଲାନ୍ କରୁଥିବା ବେଳେ ମାଡି ବସିଥିଲା ପୋଲିସ୍ । ପୋଲିସର ଅଚାନକ ଚଢାଉ ବେଳେ ଜଣେ ଲୁଟେରା ଖସିଯାଇଥିବା ବେଳେ ୪ ଜଣଙ୍କୁ ବାନ୍ଧିଛି ପୋଲିସ୍।
ଏମିତି ସମସ୍ୟା ଭିତରେ ପାଠ ପଢାଚାଲିଛି ମୟୂରଭଂଜ ଉଦଳା ବଡଖମଣ ଉଚ୍ଚ ବିଦ୍ୟାଳୟରେ । ସ୍କୁଲ ବାହାର ଚିତ୍ର ଦେଖିଲେ ଲାଗିବ ସବୁ ବଢିଆ ଚାଲିଛି । ହେଲେ ସ୍କୁଲ ଭିତରକୁ ଗଲେ ପ୍ରକୃତରେ ସମସ୍ୟା କେଉଁଠି ତାହା ଜଣାପଡ଼ିବ । ଖାଲି କ୍ଲାସ୍ ରୁମ୍ ନୁହେଁ ବରଂ ସ୍କୁଲରେ ଖେଳପଡ଼ିଆ ନଥିବାରୁ ଠିକ୍ରେ ଖେଳିପାରୁନାହାନ୍ତି ପିଲେ । ସବୁଠୁ ବଡ଼ କଥା ହେଉଛି ସ୍କୁଲରେ କମ୍ପ୍ୟୁଟର ତ ରହିଛି ହେଲେ ନେଟୱର୍କ ଅସୁବିଧା ଥିବାରୁ ତାହା ବି ଚାଲିପାରୁନି । ଯେଉଁଥି ଲାଗି ଲକ୍ଷଲକ୍ଷ ଟଙ୍କା ପାଣିରେ ପଡୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ବାପା ସାମ୍ନାରେ ପୁଅର ଜୀବନ ଚାଲିଗଲା । ଅପମୃତ୍ୟୁ ହୋଇଥିବାରୁ ଡାକ୍ତରଖାନାକୁ ପୋଷ୍ଟମର୍ଟମ କରିବା ଲାଗି ଶବ ବି ଆସିଲା । ହେଲେ ବ୍ୟବଚ୍ଛେଦ ପୂର୍ବରୁ ଚାଲିଲା ମୂଲଚାଲ । ମୟୁରଭଞ୍ଜ ରାଇରଙ୍ଗପୁର ଏ ଭିଡିଓ ସମସ୍ତଙ୍କୁ ବିଚଳିତ କରିଛି । ପୋଲିସ ଉପସ୍ଥିତିରେ ଜଣେ ଅସହାୟ ଗରିବ ବାପାକୁ ନିଜ ପିଲାର ଶବ ବ୍ୟବଚ୍ଛେଦ କରିବା ପାଇଁ ଆଠ ଶହ ଟଙ୍କା ଲାଞ୍ଚ ମାଗାଯିବା ସହିତ ଟଙ୍କା ନ ଦେଲେ ରିପୋର୍ଟ ଦେବି ନାହିଁ, ଅଧା ଟଙ୍କା ଦେଲେ ଅଧା ରିପୋର୍ଟ ଦେବି ବୋଲି ଧମକ ଦେଇଥିଲେ ଡାକ୍ତରଖାନାର କର୍ମଚାରୀ।
କାନ୍ଭାସ୍ରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର କଳାକୃତି । ଶ୍ରୀଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ରାଧାକୃଷ୍ଣ, ଗଣେଶ ଓ ନାନା ଡିଜାଇନ୍ର ସିନେରୀ ପର୍ଯ୍ୟନ୍ତ ଚିତ୍ର ତାଙ୍କ କାନଭାସ୍ରେ ଦେଖିବାକୁ ମିଳୁଛି ।