/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681631538.jpg)
Mobile Network Problem
ମୋବାଇଲ ଅଛି ହେଲେ ନେଟୱର୍କ ନାହିଁ । କଲ୍ ଯାଉନି କି କଲ୍ ଆସୁନି । 5G ଜମାନାରେ 2G ତ ଦୂରର କଥା ଲୋକେ ଟାୱାରଟିଏ ବି ପାଇ ପାରିନାହାନ୍ତି । ନେଟୱର୍କ ନଥିବାରୁ ଯୋଗାଯୋଗ, ଆମ୍ବୁଲାନ୍ସ କିମ୍ବା ଅନଲାଇନ୍ ପଠପଢ଼ା ହୋଇପାରୁନି । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି ମୟୂରଭଞ୍ଜ ଉଦଳାର ଶାଳମୁଣ୍ଡଳି ଗାଁ ଲୋକେ ।
ଉଦଳା ବ୍ଲକର ପାଟଶାନୀପୁର, ଚକ୍ରଧରପୁର, ବଡ଼ଖମଣ ପଞ୍ଚାୟତରେ ମଧ୍ୟ ଏହି ସମସ୍ୟା ରହିଛି । ସମସ୍ତଙ୍କ ପାଖରେ ମୋବାଇଲ ଫୋନ୍ ରହିଛି ହେଲେ ତାହା କାମରେ ଲାଗୁନି । ଯେ କୌଣସି ସମୟରେ ଲୋକମାନେ କଥା ହେବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ନେଟୱର୍କ ସେମାନଙ୍କ ପାଇଁ ବାଧକ ହୋଇଥାଏ । ଏପରିକି ଆମ୍ବୁଲାନ୍ସ ଓ ଫାୟାର କଲ୍ କରିବାକୁ ମଧ୍ୟ ନେଟୱର୍କ ବାଧକ ହୋଇଥାଏ।
ନେଟୱର୍କ ସେବା ପାଇଁ ଲୋକେ ଦୁଇ କିଲୋମିଟର ଗଲେ ନେଟୱର୍କ ସେବା ପାଇଥାନ୍ତି ନ ହେଲେ ନାହିଁ । ନେଟୱର୍କ ନଥିବା ଯୋଗୁ ଅନେକ ସମୟରେ ମୃତ୍ୟୁ ଖବର ଦିନେ କି ଦୁଇ ଦିନ ପରେ ସଂପର୍କୀୟଙ୍କ ପାଖରେ ପହଞ୍ଚିଥାଏ । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)