• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଥିଲାଗି ସଜେଇ ହୋଇଛି ନିଜ ଜିଲ୍ଲା ମୟୂରଭଞ୍ଜ । ଦିନ ୧୦ଟା ୪୦ରେ ନିଜ ଗାଁ ମୟୂରଭଞ୍ଜର ପାହାଡପୁରରେ ରାଷ୍ଟ୍ରପତି ପହଞ୍ଚିବେ । ପହଞ୍ଚିବା ପରେ ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ଗୋଷାଣୀ ନୂଆଗାଁ ଗସ୍ତରେ ଯିବେ ଦ୍ରୌପଦୀ ।

ଗୋଷାଣୀ ନୂଆଗାଁରେ ପହଞ୍ଚିବା ପରେ ନାବାର୍ଡ ଦ୍ୱାରା ତିଆରି ହେଉଥିବା ଏସ୍ଏଲ୍ଏସ୍ ଟ୍ରଷ୍ଟ ସ୍କୁଲ କମ୍ୟୁନିଟି ସେଣ୍ଟରର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ସ୍ଥିର ରହିଛି । ପରେ L and T ଦ୍ୱାରା ନିର୍ମାଣ ହେଉଥିବା ସ୍କିଲ ହବର ଉଦଘାଟନ କରିବେ । ଏହାସହ ସ୍କୁଲ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ଭାବ ବିନିମୟ କରିବାର ରହିଛି କାର୍ଯ୍ୟକ୍ରମ । ୧୨ଟା ୩୦ ରେ ପାହାଡପୁରରୁ ବାହାରି ୧୨.୪୫ରେ ବ୍ରହ୍ମକୁମାରୀ କେନ୍ଦ୍ରରେ ପହଞ୍ଚିବା ପରେ ନିଶାମୁକ୍ତି ଓଡିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ ।

ରାଷ୍ଟ୍ରପତି ଓଡିଶା ଆସୁଥିବାରୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦ୍ରୌପଦୀଙ୍କ ଗସ୍ତ ପାଇଁ ନୂଆ ରୂପ ପାଇଛି ପାହାଡପୁର । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଷ୍ଟ୍ରପତି ମୟୂରଭଞ୍ଜ ଗସ୍ତରେ ଥିବା ବେଳେ ଶିମିଳିପାଳ ବୁଲିବାର କାର୍ଯ୍ୟକ୍ରମ ରହିଛି । ଯେହେତୁ ରାଷ୍ଟ୍ରପତି ଶିମିଳିପାଳ ବୁଲିବାର କାର୍ଯ୍ୟକ୍ରମ ରହିଛି ତେଣୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।