/odishatv-khabar/media/post_attachments/uploadimage/library/16_9/16_9_0/murder_1682430339.jpg)
murder
ଅନୈତିକ ସମ୍ପର୍କ ପାଇଁ ଯୁବକଙ୍କୁ ପିଟିପିଟି ମାରିଦେଲେ । ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ତଥା ବେତନଟୀ ଥାନା ଅଧିନ କେନ୍ଦୁଛାଟିଆ ଗାଁରେ ଏହି ଘଟଣା ଘଟିଛି । କେନ୍ଦୁଛାଟିଆ ଗାଁର ଜାସାୟ ଟୁଡୁ ଏବଂ ତାଙ୍କ ପୁଅ ବାପୁନ ଟୁଡୁ ମୃତକଙ୍କୁ ଏକ ଗଛରେ ବାନ୍ଧି ରଖି ରାତିତମାମ କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସୁନାରାମ ଟୁଡୁ ।
ସୂଚନା ଅନୁସାରେ ଗତ ସୋମବାର ଦିନ ଗାଁରେ ଜାହିରା ପୂଜା ଚାଲିଥିବା ବେଳେ ହଠାତ ଜାସାୟଙ୍କ ସ୍ତ୍ରୀ କେଉଁଆଡ଼େ ଚାଲି ଯାଇଥିଲେ । ଖୋଜାଖୋଜି କରିବା ପରେ ମହିଳାଙ୍କୁ ମୃତ ସୁନାରାମ ସହ ଏକ ନିଛାଟିଆ ଘରୁ ଠାବ କରିଥିଲେ ଗାଁ ଲୋକ । ଏହା ଦେଖି ମହିଳାଙ୍କ ସ୍ଵାମୀ ଏବଂ ତାଙ୍କ ପୁଅ, ସୁନାରାମଙ୍କୁ ଧରି ଘରପାଖ ଏକ ଗଛରେ ଦଉଡିରେ ବାନ୍ଧି ଦେଇଥିଲେ । ଆଉ ରାତି ତମାମ କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ନିସ୍ତୁକ ପିଟାପିଟି କରିଥିଲେ । ଫଳରେ ସେହିଠାରେ ସୁନାରାମ ମରିଯାଇଥିବା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସକାଳେ ଖବର ପାଇ ବେତନଟୀ ଏସଡ଼ିପି ସୁଦର୍ଶନ ଦାସଙ୍କ ସହିତ ଆଇଆଇସି ସସ୍ମିତା ମହାନ୍ତ,ବାରିପଦା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତଦେହ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ । ଏପଟେ ମହିଳାଙ୍କ ସ୍ୱାମୀ ଏବଂ ପୁଅକୁ ଅଟକ ରଖି ପଚରାଉଚରା କରାଯାଉଛି । ହେଲେ ମହିଳା ଜଣଙ୍କ ନିଖୋଜ ଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)