• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଝାଟିମାଟିର ଘରେ ବିତୁଛି ଅଭାବି ମଣିଷର ଜୀବନ । ନୂଆଁଣିଆ ଚାଳ ଛପର ଘରକୁ କେବଳ ଜରି ପାଲ ହିଁ ଭରସା । ଝଡ଼ ବତାସ ଆସିଲେ ଘରର ଚାଳ ଉଡ଼ିଯାଏ । ସହରାଞ୍ଚଳରେ ରହି ମଧ୍ୟ ଅଭାବ ଅନଟନରେ କଟୁଛି ଦିନ । ଏଭଳି ଅଭାବି ମଣିଷକୁ ରହିବା ଯୋଗ୍ୟ ପକ୍କା ଘରଟିଏ ଯୋଗାଇ ଦେବାକୁ ଆରମ୍ଭ ହୋଇଛି 'ଜାଗା ମିଶନ' । ଜାଗା ମିଶନରେ ଭୂମିହୀନ ମାନଙ୍କ ପାଇଁ ଚାରି ଡ଼ିସିମିଲ ଜାଗା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ପରିତାପର ବିଷୟ ଯେ, ମୟୂରଭଞ୍ଜ ଉଦଳା ଏନଏସି ତେଲି ସାହିର ଏହି ଆଦିବାସୀ ପରିବାର ଏହାର ଫାଇଦା ପାଇପାରୁନାହାନ୍ତି । କାହିଁକିନା ଏଥିପାଇଁ ବାଧକ ସାଜିଛି ସ୍ଥାୟୀ ପଟ୍ଟା ।

ଅଧିକ ପଢ଼ନ୍ତୁ: ‘ଜାଗା ମିଶନ’ରେ ବସ୍ତିବାସିନ୍ଦାଙ୍କ ପାଇଁ ଅଛି ତ ଜାଗା ?

୬୦ ବର୍ଷରୁ ଉର୍ଦ୍ଧ ଧରି ରହି ଆସୁଥିବା ଜନବସତିରେ ସ୍ଥାୟୀ ପଟ୍ଟା ମୁଖ୍ୟ ସମସ୍ୟାର କାରଣ ପାଲଟିଛି । ସ୍ଥାୟୀ ପଟା ନମିଳିବା ଯୋଗୁଁ ସରକାଙ୍କର ଆବାସ ଯୋଜନା ସେମାନଙ୍କ ପାଇଁ ସାତ ସପନ । ବାସ୍ତବରେ ରାଜ୍ୟ ସରକାରଙ୍କର ‘ଜାଗା ମିଶନ’ କେତେ ଦୂର ଫଳପ୍ରଦ ହୋଇପାରିଛି ଏହି ତେଲିସାହି ଗ୍ରାମକୁ ଦେଖିଲେ ଜଣାପଡିବ । ନିର୍ବାଚନ ଆସିଲେ ଗ୍ରାମବାସୀଙ୍କୁ ମିଳିଥାଏ ପ୍ରତିଶୃତି । ନିର୍ବାଚନ ଶେଷହେଲେ ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ରହିଯାଇଥାଏ ।

ସମସ୍ୟା ସମ୍ପର୍କରେ ଅବଗତ ଥିବା ବେଳେ ଖୁବ ଶୀଘ୍ର ସରକାରୀ ପ୍ରକ୍ରିୟା ଅନୁଯାଇ ପଟ୍ଟା ପ୍ରଦାନ କରାଯିବ ବୋଲି କହିଛନ୍ତି ଉଦଳା ଏନଏସି ଉପାଧ୍ୟକ୍ଷା ଲିଲି ଭୋଳ।

  • Reported by:
  • Manas Pani