• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଶ୍ରମିକ ବଦଳରେ ମେସିନ କରୁଛି କାମ । ମନରେଗା ଯୋଜନାରେ ମହାଦୁର୍ନୀତି । ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଶୁଣୁନି । ଯାହାକୁ ନେଇ ଶ୍ରମିକଙ୍କ ମନରେ ତେଜିବାରେ ଲାଗିଛି ଅସନ୍ତୋଷ ।

ଶ୍ରମିକଙ୍କୁ କାମ ଦେବା ଲାଗି ମନରେଗା ଯୋଜନା କରିଛନ୍ତି ସରକାର । ଏହି ଯୋଜନାରେ ଶ୍ରମିକମାନେ କାମ କଲେ ରୋଜଗାର ପାଇବା ସହ ଦୁଇ ପଇସା ରୋଜଗାର କରିପାରିବେ । ହେଲେ ମୟୂରଭଞ୍ଜ ଖୁଣ୍ଟା ବ୍ଲକ ଭୋଳାଗଡିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ବଡ଼ ବ୍ୟତିକ୍ରମ । ମଣିଷ ବଦଳରେ ଏଇଠି ମେସିନ୍‌ରେ ଚାଲିଛି ବନ୍ଧ କାମ । ଯାହାକୁ ନେଇ ଶ୍ରମିକଙ୍କ ମନରେ ବଢିଲାଣି ଅସନ୍ତୋଷ ।

ଅଧିକ ପଢ଼ନ୍ତୁ: ମନରେଗାରେ ମହାଦୁର୍ନୀତି ! ନକଲି ନାଁରେ ଉଠୁଛି ଅସଲି ଟଙ୍କା.. ଦେଖନ୍ତୁ ଦୁର୍ନୀତିର କାହାଣୀ

ସ୍ଥାନୀୟ ଅଂଚଳରେ ଜଳ ସେଚନର ସୁବିଧା ଲାଗି ନୂଆ ବନ୍ଧ କାମ ଆରମ୍ଭ ହୋଇଛି । ସୂଚନାଫଳକ ଅନୁଯାୟୀ ୧୦ ଲକ୍ଷ ଟଙ୍କା ବ୍ୟୟରେ ଅମ୍ବ୍ରିତ୍ ସର୍ବର ପାଇଁ କାମ ଚାଲିଛି । ହେଲେ ସରକାରୀ ନିୟମକୁ ଆଖିଠାର ମାରି ମେସିନ୍‌ ବଦଳରେ ମଣିଷ କରୁଛି କାମ । ମନରେଗା ଯୋଜନାରେ ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ଦେବା ପାଇଁ ନିୟମ ରହିଛି ।

ହେଲେ ଶ୍ରମିକ ପରିବର୍ତ୍ତେ ଜେସିବି ଲଗାଇ ମାଟି ଉଠାଉଛନ୍ତି ଠିକାଦାର । ପୂର୍ବରୁ ଏହି ଯୋଜନାରେ ଶ୍ରମିକ କାମ କରିଥିଲେ ହେଲେ ସେମାନଙ୍କୁ ମଜୁରୀ ମିଳିନଥିବା ଅଭିଯୋଗ ବି ହୋଇଛି । ତେବେ ଶ୍ରମିକଙ୍କ ଅଭିଯୋଗକୁ ଖାତିର ନକରି ଅଧ ରାତିରେ ମେସିନ୍‌ ଦ୍ୱାରା କାମ କରାଉଛନ୍ତି ଠିକାଦାର ।

ନୂଆସାହି ଗ୍ରାମର ଗୋବିନ୍ଦ ଟୁଡୁ । ବନ୍ଧ ଆରମ୍ଭରୁ କିଛି ଦିନ ସେଠାରେ ଚୌକା ତାଡ଼ିଥିଲେ । ମଜୁରୀ ବାବଦରେ ସେ ୨୪ ଶହ ଟଙ୍କା ପାଇବାର କଥା । ହେଲେ ଏଯାଏଁ ସିଏ ଟଙ୍କା ପାଇଲେନି । ବାରମ୍ବାର ଠିକାଦାରଙ୍କୁ ଗୁହାରି କରିବା ପରେ ବି ଫଳ ଶୂନ । ତେଣୁ ବାଧ୍ୟ ହୋଇ ପ୍ରଶାସନକୁ ଗୁହାରି କରିଥିଲେ । ଶ୍ରମିକଙ୍କ ଗୁହାରି ପରେ ବିଡିଓ କହୁଛନ୍ତି, ଘଟଣାର ତଦନ୍ତ ଚାଲିଛି । ସରକାରୀ ନିୟମ ଅନୁସାରେ କାମ ହେବ ।

ଦିନ ଦ୍ୱିପ୍ରହରରେ ମନରେଗା କାମରେ ଚାଲିଛି ମହାଦୁର୍ନୀତି । ହେଲେ କାମ ନପାଇ ଶ୍ରମିକ ନିରାଶ ହେଉଛନ୍ତି ତ ଆଉ କିଏ କିଏ କାମ କରି ମଜୁରୀ ପାଇନାହାନ୍ତି । ତେବେ କେବେ ଶ୍ରମିକଙ୍କୁ ମଜୁରୀ ମିଳୁଛି ଏବଂ କେବେ ମନରେଗା କାମ ମଣିଷ କରୁଛି ତାହା ସମୟ କହିବ ।

  • Reported by:
  • Manas Pani