• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପେଶାରେ ପ୍ରଶାସନିକ ଅଧିକାରୀ । ନିଶାରେ ସେ ଚିତ୍ରଶିଳ୍ପୀ । ଚିତ୍ର ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରେରଣା ଦେବା ସହ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨ ଶହରୁ ଅଧିକ ଆକର୍ଷଣୀୟ ଚିତ୍ର ଆଙ୍କି ଚିତ୍ର ପ୍ରେମୀଙ୍କୁ ଆକର୍ଷିତ କରିପାରିଛନ୍ତି । ଭଦଳାର ବିଡିଓ ଯିଏ କି ଜଣେ ସଫଳ ଚିତ୍ରକର ଭାବେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

କୋଟି ଓଡ଼ିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥ, ଶ୍ରୀକୃଷ୍ଣ-ରାଧାଙ୍କ ଯୁଗଳବନ୍ଦୀ, ଶ୍ରୀଗଣେଶ, ମହାମାୟୀ ଯୋଗମାୟା ତା ସାଙ୍ଗକୁ ଭକ୍ତ ଓ ଭଗବାନଙ୍କ ଏ ନିଛକ ପ୍ରେମର ଆକର୍ଷଣୀୟ ଚିତ୍ରକଳା । ଆଉ ତା ସାଙ୍ଗକୁ ଏହି ସବୁ ସୁନ୍ଦର ସୁନ୍ଦର ଚିତ୍ରକଳା । ଅନ୍ୟ ପେଣ୍ଟିଂ ଠାରୁ ବାରି ହୋଇପଡ଼ୁଥିବା ଏହି ସବୁ ଚିତ୍ର ଦେଖିଲେ ଚିତ୍ର ପ୍ରେମୀ ଖୁସି ହେବେ ନିଶ୍ଚୟ ।

ଅଧିକ ପଢ଼ନ୍ତୁ: ପେଶାରେ ଇଞ୍ଜିନିୟର, ହେଲେ ନିଶା କ୍ୟାନସର୍‌ ରୋଗୀଙ୍କ ଜୀବନ ବଞ୍ଚାଇବା

କାନଭାସ ଉପରେ ମୟୂରପୁଚ୍ଛ ପ୍ରଛଦରେ ଚିତ୍ର ଆଙ୍କୁଥିବା ଚିତ୍ରକର ହେଉଛନ୍ତି ମୟୂରଭଞ୍ଜ ଉଦଳାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଯାନୀ ଭୂୟାଁ । ବ୍ୟସ୍ତ ବହୁଳ ପ୍ରଶାସନିକ ଜୀବନଶୈଳୀରେ ଛନ୍ଦି ହୋଇ ମଧ୍ୟ ନିଜ ଚିତ୍ର ଆଙ୍କିବା ନିଶା ପାଇଁ ସମୟ ବାହାର କରି ସୃଷ୍ଟି କରିଛନ୍ତି ଏତେ ସବୁ ଚମତ୍କାର ଚିତ୍ରକଳା ।

ଜୀବନକୁ ଜ୍ୟୋତି ପ୍ରଦାନ କରୁଥିବା ବୁଦ୍ଧ ଓ ଶାନ୍ତିର ମାର୍ଗ ହେଉ କି ଏହି ସବୁ ଚିତ୍ର ସବୁଥିରେ ନିଜର ଶ୍ରେଷ୍ଠ ଦେବାକୁ ପ୍ରୟାସ କରନ୍ତି ବିଡିଓ ମାଡାମ୍ । ବର୍ତ୍ତମାନ ସୁଦ୍ଧା ୨ଶହରୁ ଅଧିକ ଚିତ୍ର ଆଙ୍କିବା ସହ ବିଭିନ୍ନ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ଚିତ୍ର ଆଙ୍କିବା ଶିଖାଉଛନ୍ତି । ପାଠ ପଢ଼ିବା ସହ ଚିତ୍ରକଳା ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିବାକୁ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି । ବିଡିଓଙ୍କ ଏଭଳି ମହତ କାର୍ଯ୍ୟକୁ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି....

ଦେଖନ୍ତୁ ଭିଡିଓ | ଶିକ୍ଷକତା ତାଙ୍କର ପେଶା କିନ୍ତୁ ନିଶା ହେଲା ଗଛ ଲଗାଇବା

  • Reported by:
  • Manas Pani