• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Argentina
Tokyo Olympics: ମହିଳା ହକିରେ ଭାରତର ସ୍ୱର୍ଣ୍ଣ ଆଶା ମଉଳିଲା, ଏବେ ବ୍ରୋଞ୍ଜ ଉପରେ ନଜର

ଟୋକିଓ ଅଲିମ୍ପିକ୍ସରେ ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ ମ୍ୟାଚ୍‌ । ୨-୧ରେ ପରାଜୟ ବରଣ କଲା ଭାରତ । ଟୋକିଓ ଅଲିମ୍ପିକ୍ସ, ମହିଳା ହକି ମୁକାବିଲାରେ ଭାରତର ସ୍ୱର୍ଣ୍ଣିମ ଆଶା ମଉଳିଲା ।

Madhapar
ଦେଶର ସବୁଠାରୁ ଧନୀ ଗାଁ ମଧାପର : ୭,୬୦୦ ଘର, ୧୭ ବ୍ୟାଙ୍କ

ଭାରତରେ ଏପରି ଏକ ଗାଁ ଅଛି ଯେଉଁଠି ୭,୬୦୦ ପରିବାର ରହୁଛନ୍ତି। ପ୍ରତ୍ୟେକ ଘର ଗୋଟିଏରୁ ଆରକ। ବ୍ୟାଙ୍କ ବ୍ୟବସାୟୀଙ୍କ ପାଇଁ ଏହି ଗାଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଏହି ଗାଁରେ ୨ଟି କି ୪ଟି ନୁହେଁ, ଏଠାରେ ୧୭ଟି ବ୍ୟାଙ୍କ ଅଛି। ଏହି ବ୍ୟାଙ୍କଗୁଡିକରେ ମୋଟା ରକମର ଜମା ମଧ୍ୟ ହୋଇଥାଏ। ଏହି ଗାଁର ଲୋକଙ୍କର କେବଳ ଲଣ୍ଡନ ସହିତ ଏକ ବିଶେଷ ସଂଯୋଗ ନାହିଁ, ବରଂ ଏଠାକାର ଅଧାରୁ ଅଧିକ ଲୋକ ଲଣ୍ଡନ ଓ ୟୁରୋପରେ ରୁହନ୍ତି। ଏହା ଏତେ ସମୃଦ୍ଧ ଗ୍ରାମ ଯେ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏହାକୁ ଦେଖିବାକୁ ଆସନ୍ତି।

Tokyo Olympic
ସଫଳତା ପଛରେ ରହିଛି ହୃଦୟଥରା ସଂଘର୍ଷର କାହାଣୀ, ଅଲିମ୍ପିକ୍ସରେ ଭାଗ ନେବା ନଥିଲା ସହଜ କଥା

ରାନୀ ରାମପାଲ୍- ରାନୀଙ୍କ ନେତୃତ୍ୱରେ ଟୋକିଓରେ ଭାରତର ଟେକ ରଖିପାରିଛନ୍ତି ଭାରତୀୟ ମହିଳା ହକି ଦଳ । ହେଲେ ରାନୀଙ୍କ ପିଲାବେଳ ଖୁବ୍ କଷ୍ଟରେ କଟିଥିଲା। ୨ ଓଳି ୨ ମୁଠା ପେଟପୁରା ଖାଇବାକୁ ମିଳୁନଥିଲା, ବର୍ଷାଦିନେ ନର୍ଦ୍ଦମା ପାଣିରେ ଘର ଭରିଯାଉଥିବା ବୋଲି ନିଜେ କହିଛନ୍ତି ହରିୟାନା କୁରୁକ୍ଷେତ୍ରର ରାନୀ। ତାଙ୍କ ବାପା ରିକ୍ସା ଟାଣି ପରିବାର ପୋଷୁଥିଲେ ଓ ମାଆ ପର ଘରେ କାମ କରୁଥିଲେ। ଦିନକୁ ୮୦ ଟଙ୍କା ରୋଜଗାରରେ ଝିଅର ହକି ଖେଳିବା ସ୍ୱପ୍ନ ପୂରଣ କରିବା ସମ୍ଭବ ନଥିଲା

Covid-19
ରେଷ୍ଟୁରାଣ୍ଟ-ଜିମ୍ ଯିବାକୁ ହେଲେ ଟିକାକରଣ ଜରୁରୀ

ଆଜିକାଲି କରୋନା ଭାଇରସ୍ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ସଚେତନତା ବୃଦ୍ଧି ପାଇଛି। ପ୍ରତ୍ୟେକ ଦେଶ ନୂଆ ନିୟମ ଲାଗୁ କରୁଛନ୍ତି। ଏହି ସମୟରେ, ନ୍ୟୁୟର୍କ ମଙ୍ଗଳବାର ଘୋଷଣା କରିଛି ଯେ କରୋନା ଭାଇରସର ଡେଲ୍‌ଟା ଭାରିଆଣ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କର୍ମଚାରୀ ଏବଂ ଗ୍ରାହକଙ୍କୁ ଇନ୍‌ଡୋର୍‌ ଡାଇନିଂ କିମ୍ବା ରେଷ୍ଟୁରାଣ୍ଟ, ଫିଟ୍‌ନେସ୍ ଏବଂ ମନୋରଞ୍ଜନ ସୁବିଧା ପାଇଁ ଟିକାକରଣ କରିବା ଜରୁରୀ।

money
ଦାବିଦାର୍‌ ନାହାନ୍ତି, ଏହି ସବୁ ସଂସ୍ଥାରେ ପଡ଼ିରହିଛି ୯୫ ହଜାର କୋଟିରୁ ଅଧିକ ଟଙ୍କାର ବେନାମୀ ସମ୍ପତ୍ତି

ଅନେକେ ସମୟରେ ଲୋକମାନେ ସେମାନଙ୍କ ଉପାର୍ଜିତ ଅର୍ଥକୁ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା, ଯେପରିକି ବ୍ୟାଙ୍କ, ବୀମା, ପ୍ରୋଭିଡେଣ୍ଟ ଫଣ୍ଡ୍, ମ୍ୟୁଚୁଆଲ୍ ଓ ସେୟାର ବଜାର ଆଦିରେ ସଂଚୟ ବା ନିବେଶ ତ କରିଥାନ୍ତି ହେଲେ ସେମାନଙ୍କ ବ୍ୟତୀତ ଏହାର କେହି ଦାବିଦାର ନଥାନ୍ତି। ଅଥବା କୌଣସି କାରଣ ବଶତଃ ଏହା ପରିବାର ଲୋକଙ୍କ ଅଜ୍ଞାତରେ ରହିଯାଇଥିଲେ ଓ ଜମାକାରୀଙ୍କ ଅକାଳ ବିୟୋଗ ଘଟିଲେ ଏହାକୁ ନେବାକୁ କେହି ଦାବି କରିନଥାନ୍ତି।

 IAC-1 Vikrant
ସ୍ୱଦେଶୀ ବିମାନ ପରିବହନକାରୀ IAC-1 ବିକ୍ରାନ୍ତ ସମୁଦ୍ର ପରୀକ୍ଷଣ ଆରମ୍ଭ

ଭାରତର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର IACର ବହୁ ପ୍ରତୀକ୍ଷିତ ସି-ଟ୍ରାଏଲ ବା ସମୁଦ୍ର ପରୀକ୍ଷଣ ହୋଇଛି INS ବିକ୍ରାନ୍ତର ଏହା ପୁନର୍ଜୀବିତ ରୂପ । ଆସନ୍ତା ବର୍ଷ ଅଗଷ୍ଟରେ ଏହାର ଜଳାବତରଣ କରାଯିବ । ଏହା ପରେ INS ବିକ୍ରାନ୍ତ ନାମରେ ଏହା କାର୍ଯ୍ୟକ୍ଷମ ହେବ ।

terrorists
ତାଲିବାନକୁ ସହଯୋଗ ଲାଗି ଯାଉଛନ୍ତି ପାକିସ୍ତାନୀ ଯୁବକ

ମାତ୍ର ଇସଲାମାବାଦର ମୁଖା ଖୋଲିଦେଇଛି ସଦ୍ୟତମ ହସ୍ତଗତ ରିପୋର୍ଟ। ତାଲିବାନକୁ ଆଫଗାନିସ୍ତାନ ସରକାର ବିରୋଧୀ ଲଢେଇରେ ସହଯୋଗ ଲାଗି ପାକିସ୍ତାନ ମଦ୍ରାସା ଗୁଡ଼ିକରୁ ଶହ ଶହ ଯୁବକ ଯାଉଥିବା ଖବର ମିଳିଛି। ସେହିପରି ସେଠାରେ ଚାଲିଥିବା ଘମାଘୋଟ ସଂଘର୍ଷରେ ଅନେକ ପାକିସ୍ତାନ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଚମନ୍-ସ୍ପିନ୍ ବୋଲ୍ଡକ୍ ଏବଂ ତରଖୁମ୍ ପ୍ରବେଶ ପଥରେ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଅନେକ ମୃତଦେହ ହସ୍ତାନ୍ତର କରାଯାଇଛି। ବେଲୋଚିସ୍ତାନରୁ ଯାଇଥିବା ଏହି ଯୁବକମାନେ ଆଫଗାନିସ୍ତାନର ସରକାରୀ ଫୋର୍ସ ସହ ସଂଘର୍ଷରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି।

Lovlina Borgohain
ବାପାଙ୍କ ସହ ବିଲରେ କାମ କରୁଥିଲେ, ଆଜି ଅଲିମ୍ପିକ୍ସରେ ମେଡ଼ାଲ ଜିତିଲେ

କଚା ରାସ୍ତାରେ ଏବେ ବି ନିଜ ଘରକୁ ଯାଉଛନ୍ତି ଶହଶହ ଲୋକ। କିନ୍ତୁ ଖୁସିର କଥା ହେଲା, ଲଭଲିନା ଗାଁକୁ ଫେରିବାର କଥା ଶୁଣିବା ପରେ ମାଟିକାଦୁଅ କଚ୍ଚାରାସ୍ତା ଏବେ ଯୁଦ୍ଧକାଳୀନ ଭିତିରେ ନିର୍ମାଣ ହେବାରେ ଲାଗିଛି। PWD ବିଭାଗର ପ୍ରତ୍ୟକ୍ଷତତ୍ୱାବଧାନରେ ରାସ୍ତା ନିର୍ମାଣ କରୁଛି ପ୍ରଶାସନ। ତେବେ ସ୍ଥାନୀୟ ବିଧାୟକ କହିଛନ୍ତି, ରାସ୍ତା ନିର୍ମାଣ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲି, ପରେ ସାଙ୍ଗେ ସାଙ୍ଗେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ପାଖାପାଖି ୩ କିମିର ରାସ୍ତାକୁ ନିର୍ମାଣ କରାଯାଉଥିବା ନେଇ ସୂଚନା ମିଳିଛି।

shilpa shetty and raj kundra
ଭାଲେଣ୍ଟାଇନ୍‌ସ୍‌ ଡେ’ରେ ଶିଳ୍ପାଙ୍କୁ ୧୦୦ କୋଟି ଟଙ୍କାର ଗିଫ୍ଟ ଦେଇଥିଲେ ରାଜ୍‌ କୁନ୍ଦ୍ରା !

ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ଜୁଲାଇ ୧୯ରେ ଗିରଫ କରିଥିଲା। ଏହାପରେ ରାଜ୍‌ କୁନ୍ଦ୍ରାଙ୍କୁ ନେଇ ଅନେକ ଖୁଲାସା ହେବାରେ ଲାଗିଛି।

Ananya Pandey
ଅନନ୍ୟା ପାଣ୍ଡେଙ୍କ ନୂଆ ଫଟୋସୁଟ୍ : ଇଣ୍ଟର୍‌ନେଟ୍‌ରେ ହେଉଛି ଭାଇରାଲ୍‌

ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବେଳେବେଳେ ନିଜ ସୁନ୍ଦର ଓ ଆକର୍ଷଣୀୟ ଫଟୋ ଦ୍ୱାରା ଦର୍ଶକଙ୍କ ହୃଦୟ ଚୋରିକରି ନିଅନ୍ତି। ଏହି ଅଭିନେତ୍ରୀ ଜଣେ ଫେସନ୍‌ ଆଇକନ୍‌ ହୋଇଥିବା ବେଳେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ମଧ୍ୟ। ନିକଟରେ ଏକ ଅଗ୍ରଣୀ ପତ୍ରିକାର ପ୍ରକାଶିତ ଗ୍ଲାମରସ୍ ଫଟୋରେ ସେ ପୁଣି ଥରେ ଦର୍ଶକଙ୍କୁ ନିଜର ଅବିସ୍ମରଣୀୟ ଚେହେରା ଦ୍ୱାରା କବଳିତ କରି ନେଇଛନ୍ତି।

Indian Cricket Team
ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ୍‌ ଟକ୍କର୍‌

ଦୀର୍ଘ ଦିନ ପରେ କ୍ରିକେଟ୍ ମଇଦାନରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ଲିଗ୍ ମ୍ୟାଚ୍ ଅକ୍ଟୋବର ୨୪ରେ ଦୁବାଇରେ ଅନୁଷ୍ଠିତ ହେବ। ଉଭୟ ଦଳ ଗୋଟିଏ ଗ୍ରୁପରେ ଥିବାରୁ ମୁହାଁମୁହିଁ ହେବେ। ବିଭିନ୍ନ କାରଣରୁ ଉଭୟ ଦେଶର କ୍ରିକେଟ୍ ଦଳ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଖେଳାଯିବାର କିଛି ଦିନ ହୋଇଗଲାଣି।

technical institutions will reopen
୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ; କ’ଣ ରହିଛି କଟକଣା ଜାଣନ୍ତୁ

ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବଡ ଘୋଷଣା କଲେ ସରକାର।  କୋଭିଡ ମହାମାରୀ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ।  

Independence Day
ସାଧାରଣତନ୍ତ୍ର ଦିବସକୁ ନେଇ MHAର ଆଡଭାଇଜରୀ : ବଡ଼ ସଭା ଆୟୋଜନ ନକରିବାକୁ ରାଜ୍ୟ ଗୁଡ଼ିକୁ ପରାମର୍ଶ

ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ଗୃହ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି । କରୋନା ସଙ୍କଟ କାଳରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ସହିତ ମାସ୍କର ବ୍ୟବହାର ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ଗୃହ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି । କରୋନା ସଙ୍କଟ କାଳରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ସହିତ ମାସ୍କର ବ୍ୟବହାର ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।

Kapil Sharma
କପିଲଙ୍କ କମେଡି କିଙ୍ଗ୍‌ ପଛରେ ଏକ ଝିଅର ହାତ

କମେଡି କିଙ୍ଗ କପିଲ ଶର୍ମାଙ୍କ ଲୋକପ୍ରିୟ ଶୋ’ 'ଦି କପିଲ ଶର୍ମା ଶୋ' ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କପିଲ ତାଙ୍କର ଉଚିତ କମିକ୍ ଷ୍ଟାଇଲରେ ଦର୍ଶକଙ୍କୁ ଢେର୍ ମନୋରଞ୍ଜନ କରାନ୍ତି । କପିଲ ନିଜର ବିଚକ୍ଷଣ କଳା ଚାତୁରୀ ଯୋଗୁଁ ଆଜି ଜଣେ ସଫଳ ଅଭିନେତା ହୋଇପାରିଛନ୍ତି। ତାଙ୍କ ସଫଳତା ପଛରେ କଠିନ ପରିଶ୍ରମ ଏବଂ ପ୍ରତିଭା ରହିଛି ସତ, କିନ୍ତୁ ଗୋଟିଏ ଝିଅର ହାତ ମଧ୍ୟ ଅଛି।

Coronavirus
କରୋନାର ଦ୍ୱିତୀୟ ଲହରୀ : କେରଳରେ ୧.୧୨ ଗୁଣ, ମଧ୍ୟପ୍ରଦେଶରେ ୨.୮୬ ଗୁଣ ମୃତ୍ୟୁ ସଂଖ୍ୟା

ଦୁଇ ମାସ ମଧ୍ୟରେ କରୋନା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଲେ । ଘରେ ଘରେ ଲୋକଙ୍କ ମୃତ୍ୟୁ ଘଟିଥିଲା । କେତେ ପିଲା ଅନାଥ ହୋଇଗଲେ, ତ କେତେ ପରିବାର ଉଜାଡ଼ିଦେଲା ମହମାରୀ । ତେବେ ଏହାରୀ ଭିତରେ ଦୀର୍ଘ ଦିନ ହେଲା ପ୍ରଶ୍ନ ଉଠିଠୁଛି, କରୋନା କାରଣରୁ ଏପର୍ଯ୍ୟନ୍ତ କେତେ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ପ୍ରଶ୍ନ ବେଶ୍ ଗୁରୁତ୍ୱପୂର୍ଣ୍ଣ କାରଣ ।

Lovlina Wins Bronze Medal
ଟୋକିଓ ଅଲମ୍ପିକ୍ସ: ବ୍ରୋଞ୍ଜ ପଦକ ଜିତିଲେ ଲଭଲିନା

ଲଭଲିନା ବୋରଗୋହେନ ସେମିଫାଇନାଲରେ ତୁର୍କୀର ବକ୍ସର ବୁସେନାଜ ସୁର୍ମେନେଲୀଙ୍କଠାରୁ ୦-୫ ପଏଣ୍ଟରେ ହାରି ଯାଇଛନ୍ତି। ଆଜି ମୁକାବିଲାରେ ହାରିବା ସତ୍ତ୍ୱେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ହାତେଇ ପାରିଛନ୍ତି।

heart-attack
’କରୋନାରୁ ସୁସ୍ଥ ହେବାର ୨ସପ୍ତାହ ମଧ୍ୟରେ ହୃଦଘାତର ଆଶଙ୍କା ଅଧିକ’ : ଲାନସେଟର ଦାବି

COVID-19କୁ ସୁସ୍ଥ ହେବା ପରେ ପ୍ରଥମ ଦୁଇ ସପ୍ତାହରେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ତିନି ଗୁଣ ବଢ଼ିଯାଏ । ପ୍ରତିଷ୍ଠିତ ମେଡିକାଲ ଜର୍ଣ୍ଣାଲ ଲାନସେଟ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏପରି ଦାବି କରାଯାଇଛି । ସ୍ୱିଡେନରେ ଫେବୃଆରୀ ୧ରୁ ସେପ୍ଟେମ୍ବର ୧୪, ୨୦୨୦ ମଧ୍ୟରେ ୮୭,୭୪୨ କରୋନା ରୋଗୀ ଏବଂ ୩,୪୮,୪୮୧ ଜଣ ସାଧାରଣ ଲୋକଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା

Lara Dutta
ଲାରା ଦତ୍ତଙ୍କ ପରିବର୍ତ୍ତନ : ଚିହ୍ନି ହେଉନି

ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ବେଲ୍‌ ବଟମ୍‌'ର ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛି। ଏହି ଫିଲ୍ମକୁ ନେଇ ଖିଲାଡି କୁମାରଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ତେବେ ବର୍ତ୍ତମାନ ଲୋକମାନେ ଅଗଷ୍ଟ ୧୯କୁ ଅପେକ୍ଷା କରିଛନ୍ତି ଯେତେବେଳେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିବ। ଟ୍ରେଲର ଆସିବା ପରେ ଲୋକମାନେ ଏହାର ପ୍ରତ୍ୟେକ ଚରିତ୍ର ବିଷୟରେ ଆଲୋଚନା କରୁଛନ୍ତି।

Athlet Neeraj Chopra
ପ୍ରଥମ ପ୍ରୟାସରେ ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

ପୁଣି ଉଜ୍ଜୀବିତ ହେଲା ଭାରତର ପଦକ ଆଶା। ଏହି ଆଶା ଦେଇଛନ୍ତି ଆଥଲେଟ୍ ନୀରଜ ଚୋପ୍ରା । ନୀରଜ ନିଜର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

MURDER
ଝିଅ ମଥାର ସିନ୍ଦୂର ପୋଛିଦେଲା ମା’ : ୫ ଲକ୍ଷର ସୁପାରୀ ଦେଇ ଜ୍ୱାଇଁକୁ ହତ୍ୟା କରାଇଲା ଶାଶୁ

ଦୁଇ ଦିନ ପୂର୍ବରୁ ଯୋଧପୁରର ସୁରପୁରା ଡ୍ୟାମ ନିକଟରେ ପଡ଼ିଥିବା ପ୍ଲାଷ୍ଟିକ ବ୍ୟାଗରୁ ଏକ ମୃତଦେହ ମିଳିଥିଲା । ପୋଲିସ ଏବଂ FSL ଟିମ୍ ଦ୍ୱାରା ଯାଂଚ ମୃତକ ଜଣକ ମାଗାଜୀ ଘାଟି ନିବାସୀ ବିନୋଦ ବୋଲି ଚିହ୍ନଟ କରାଯାଇଥିଲା । ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ସୂତ୍ରରୁ ଯାଂଚ ଆରମ୍ଭ କରିଥିଲା

Rahul Gandhi
୯ ବର୍ଷର ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା : ପୀଡ଼ିତାଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ

ଦିଲ୍ଲୀର କେଣ୍ଟ ଅଞ୍ଚଳର ନାଙ୍ଗାଲ ଗ୍ରାମରେ ଜଣେ୯ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଶବ ଦାହ କରିବା ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବୁଧବାର ସକାଳେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି । ଭେଟିବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେପର୍ଯ୍ୟନ୍ତ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିନି, ସେତେବେଳ ପର୍ଯ୍ୟନ୍ତ ଆମେ ସାଙ୍ଗରେ ଅଛୁ ।

CBSE 10th off line Exam
CBSE ଦଶମ ରେଜଲ୍ଟ: ଅଫ ଲାଇନ ପରୀକ୍ଷା ପାଇ ତାରିଖ ଘୋଷଣା କଲା ବୋର୍ଡ

ଗତକାଲି ପ୍ରକାଶ ପାଇଛି CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏଥର ଦଶମ ଫଳାଫଳ ରେକର୍ଡ କରିଛି।  ତଥାପି କିଛି ପିଲା ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏଇ ଖୁସି ଖବର। ବୋର୍ଡ ଘୋଷଣା କରିଛି ଅଫ୍ ଲାଇନ ପରୀକ୍ଷା ତାରିଖ।

bridge swept away
ମଧ୍ୟପ୍ରଦେଶରେ ପ୍ରବଳ ବନ୍ୟା; ଆଖି ସାମ୍ନାରେ ଭାସିଗଲା ପୋଲ, ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ଓ ବନ୍ୟା ଘେରରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ନିଆଯାଇଛି।

Triranga
୧୦୦ ଫୁଟ୍ ଉପରକୁ ବଢିବ ଅଟାରି ବର୍ଡରରେ ଥିବା ତ୍ରିରଙ୍ଗା ପତାକାର ଉଚ୍ଚତା

ତ୍ରିରଙ୍ଗା ଉଚ୍ଚତା ବୃଦ୍ଧି ପାଇଁ ଏକ ପ୍ରସ୍ତାବ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି। ତ୍ରିରଙ୍ଗାର ଉଚ୍ଚତାକୁ ୧୦୦ ଫୁଟ୍ ବଢାଯିବା ପରେ ଏହାର ଉଚ୍ଚତା ୪୬୦ ଫୁଟ୍ ହେବ ଏବଂ ଏହାକୁ ଏସିଆର ସବୁଠୁ ଉଚ୍ଚତମ ପତାକା କୁହାଯିବ । ବର୍ତ୍ତମାନ ପୋଲର ଉଚ୍ଚତା ୩୬୦ ଫୁଟ ଏବଂ ଓଜନ ୫୫ ଟନ୍ ରହିଛି । ତ୍ରିରଙ୍ଗାକୁ ପାକିସ୍ତାନ ସୀମା ନିକଟକୁ ସ୍ଥାନାନ୍ତର କରିବାର ଯୋଜନା ମଧ୍ୟ ରହିଛି । ଯାହା ଫଳରେ ଏହି ତ୍ରିରଙ୍ଗାକୁ ପାକିସ୍ତାନର ଜନ ସାଧାରଣ ମଧ୍ୟ ଦେଖିପାରିବେ ।

flight
କଟକଣା କୋହଳ କଲା ୟୁଏଇ, ସାର୍ଟିଫିକେଟ୍‌ ଦେଖାଇ ଯାଇପାରିବେ ଭାରତୀୟ

ପର୍ଯ୍ୟଟକଙ୍କ ପାଇଁ କଟକଣା କୋହଳ କଲା ୟୁଏଇ । ଆସନ୍ତା ୫ ତାରିଖରୁ ଟିକାର ଦୁଇଟି ଡୋଜ୍ ନେଇଥିବା ଭାରତୀୟ ୟୁଏଇ ଯାଇପାରିବେ । ତେବେ ଏଥିପାଇଁ ଭାରତୀୟ ନାଗରିକଙ୍କ ପାଖରେ ବୈଧ ପ୍ରମାଣପତ୍ର ସହ ଟିକାର ଡବଲ୍ ଡୋଜ୍ ସାର୍ଟିଫିକେଟ୍ ଜରୁରୀ ।