Advertisment

୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ; କ’ଣ ରହିଛି କଟକଣା ଜାଣନ୍ତୁ

ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବଡ ଘୋଷଣା କଲେ ସରକାର।  କୋଭିଡ ମହାମାରୀ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ।

author-image
Minati Mishra
ଅଦ୍ୟତନ ହୋଇଛି
୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ; କ’ଣ ରହିଛି କଟକଣା ଜାଣନ୍ତୁ

technical institutions will reopen

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବଡ ଘୋଷଣା କଲେ ସରକାର।  କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ବୈଷୟିକ ଶିକ୍ଷାନୁଷ୍ଠାନସବୁ ବନ୍ଦ ରହିବା ପରେ ଏବେ ଖୋଲିବାକୁ ମିଳିଛି ଅନୁମତି ।  ଅଗଷ୍ଟ ୯ରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ତେବେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏହାଖୋଲିବ ବୋଲି କୁହାଯାଇଛି। କୋଭିଡ୍ ଗାଇଡ୍ଲାଇନ୍‌ ମଧ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନ  ଖୋଲିବ ବୋଲି ଘୋଷଣା କରିଛନ୍ତି ସରକାର।

Advertisment

ବୈଷୟିକ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଛାତ୍ରଛାତ୍ରୀଙ୍କୁ କୋଭିଡ କଟକଣା ମାନିବାକୁ ପଡ଼ିବ । ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେବାକୁ ପଡ଼ିବ। 

ସୂଚନାଥାଉ କି, ଅଗଷ୍ଟ ଅନଲକରେ ସରକାର  ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି ଦେଇଥିଲେ । ଏଥିସହିତ ତାଲିମ ଓ ପରୀକ୍ଷା କାର୍ଯ୍ୟ କରିବାକୁ ଅନୁମତି ମିଳିଥିଲା ।  ମ୍ୟୁଜିୟମ, ପର୍ଯ୍ୟଟନ ସ୍ଥାନ ସମେତ ନନ୍ଦନକାନନ, ୱାର୍ଟର ପାର୍କ ଆଦି ଖୋଲା ଯାଇ ପାରିବ ବୋଲି ସୂଚନା ଦେଇଥିଲେ ଏସଆରସି । ତେବେ ଭୁବନେଶ୍ୱର, କଟକ ଓ ପୁରୀରେ ସଂକ୍ରମଣ ହାର ଅଧିକ ଥିବାରୁ ଏହି ୩ ସହରରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ ବୋଲି କହିଥିଲେ।  

Advertisment

ସେହିପରି ନୂଆ ଗାଇଡଲାଇନ୍ ଅନୁଯାୟୀ ଅଗଷ୍ଟ୨ରୁ   ସିନେମା ହଲ୍ ଓ ମଲ ଖୋଲିବା ପାଇଁ ଅନୁମତି ମିଳିଥିଲା । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲିପାରିବ ମଲ୍ । ସିନେମା ହଲ୍ ୫୦ପ୍ରତିଶତ ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ ।  ସମୁଦ୍ର କୂଳ, ପାର୍କ ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ କରୋନା ଗାଇଡଲାଇନକୁ ମାନିବେ ପର୍ଯ୍ୟଟକ । ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ରେଷ୍ଟୁରାଣ୍ଟ, ବାର୍, ଢାବା ୫୦ପ୍ରତିଶତ କ୍ଷମତାକୁ ନେଇ ଖୋଲିବ । ଏଣିକି ରାସ୍ତା କଡ଼ ଦୋକାନରେ ଖାଇ ପାରିବେ ଲୋକେ ।

ରାଜ୍ୟରେ ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି ।ରାଜ୍ୟ ଭିତରେ ବସ୍ ଚାଲୁ ରହିବ, ସିଟିଂ କାପାସିଟିରେ ଯାତ୍ରୀ ଯାଇପାରିବେ । ଉଭୟ ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ବସ୍ ଚଳାଚଳକୁ ଅନୁମତି ମିଳିଛି । ଯାତ୍ରା, ଅପେରା ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ । ଅଫିସିଆଲ ମିଟିଂରେ ଶହେ ଏବଂ ଉଦଘାଟନ ଓ ଶିଳାନ୍ୟାସରେ ୩୦ ଜଣଙ୍କୁ ଅନୁମତି ଦେବାକୁ ଗାଇଡଲାଇନରେ ରହିଛି ।

Unlock Guidelines Odisha Unlock Process
Advertisment
Advertisment