Advertisment

ବାପାଙ୍କ ସହ ବିଲରେ କାମ କରୁଥିଲେ, ଆଜି ଅଲିମ୍ପିକ୍ସରେ ମେଡ଼ାଲ ଜିତିଲେ

କଚା ରାସ୍ତାରେ ଏବେ ବି ନିଜ ଘରକୁ ଯାଉଛନ୍ତି ଶହଶହ ଲୋକ। କିନ୍ତୁ ଖୁସିର କଥା ହେଲା, ଲଭଲିନା ଗାଁକୁ ଫେରିବାର କଥା ଶୁଣିବା ପରେ ମାଟିକାଦୁଅ କଚ୍ଚାରାସ୍ତା ଏବେ ଯୁଦ୍ଧକାଳୀନ ଭିତିରେ ନିର୍ମାଣ ହେବାରେ ଲାଗିଛି। PWD ବିଭାଗର ପ୍ରତ୍ୟକ୍ଷତତ୍ୱାବଧାନରେ ରାସ୍ତା ନିର୍ମାଣ କରୁଛି ପ୍ରଶାସନ। ତେବେ ସ୍ଥାନୀୟ ବିଧାୟକ କହିଛନ୍ତି, ରାସ୍ତା ନିର୍ମାଣ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲି, ପରେ ସାଙ୍ଗେ ସାଙ୍ଗେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ପାଖାପାଖି ୩ କିମିର ରାସ୍ତାକୁ ନିର୍ମାଣ କରାଯାଉଥିବା ନେଇ ସୂଚନା ମିଳିଛି।

author-image
Sarbeswar
ଅଦ୍ୟତନ ହୋଇଛି
ବାପାଙ୍କ ସହ ବିଲରେ କାମ କରୁଥିଲେ, ଆଜି ଅଲିମ୍ପିକ୍ସରେ ମେଡ଼ାଲ ଜିତିଲେ

Lovlina Borgohain

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରୁ ଦେଶବାସୀଙ୍କୁ ପୁଣି ଏକ ମେଡ଼ାଲ ଭେଟି ଦେଇଛନ୍ତି ଲଭଲିନା । ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ବକ୍ସର ଲଭଲିନା ବୋର୍ଗୋହେଁ । ୬୯ କିଲୋଗ୍ରାମ୍ ବର୍ଗରେ ମେଡାଲ ଜିତିବାରେ ଲଭଲିନା ହେଉଛନ୍ତି ପ୍ରଥମ ମହିଳା ବକ୍ସର । ସାରା ଦେଶର ନଜର ରହିଥିଲା ଲଭଲିନାଙ୍କ ଇଭେଂଟ ଉପରେ । ଆଉ ଆଶାୟୀଙ୍କୁ ନିରାଶ କରିନଥିଲେ ଲଭଲିନା।

Advertisment

ତେବେ ଅଲମ୍ପିକ୍‌ରେ ମେଡ଼ାଲ ଜିତିଥିବା ଲଭଲିନାଙ୍କ ଗାଁର ଚିତ୍ର ଦେଖିଲେ ଆପଣ କିନ୍ତୁ ଆଶ୍ଚର୍ଯ୍ୟ ହୋଇଯିବେ ଓ କହିବେ ସ୍ୱାଧୀନତାର ୭୫ ବର୍ଷ ପରେ ବି ଦେଶର ସବୁ ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ। କଚ୍ଚା ରାସ୍ତାରେ ଏବେ ବି ନିଜ ଘରକୁ ଯାଉଛନ୍ତି ଶହଶହ ଲୋକ। କିନ୍ତୁ ଖୁସିର କଥା ହେଲା, ଲଭଲିନା ଗାଁକୁ ଫେରିବାର କଥା ଶୁଣିବା ପରେ ମାଟିକାଦୁଅ କଚ୍ଚାରାସ୍ତା ଏବେ ଯୁଦ୍ଧକାଳୀନ ଭିତିରେ ନିର୍ମାଣ ହେବାରେ ଲାଗିଛି। PWD ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ରାସ୍ତା ନିର୍ମାଣ କରୁଛି ପ୍ରଶାସନ। ତେବେ ସ୍ଥାନୀୟ ବିଧାୟକ କହିଛନ୍ତି, ରାସ୍ତା ନିର୍ମାଣ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲି, ପରେ ସାଙ୍ଗେ ସାଙ୍ଗେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ପାଖାପାଖି ୩ କିମିର ରାସ୍ତାକୁ ନିର୍ମାଣ କରାଯାଉଥିବା ନେଇ ସୂଚନା ମିଳିଛି।

Advertisment

ତେବେ କେବଳ ଏତିକି ନୁହେଁ ବରଂ ଲଭଲିନା ଅତି ସାଧାସିଧା ଜୀବନ ଯାପନ କରିନ୍ତି। ପୂରା ପରିବାର ଚାଷ କାମ କରନ୍ତି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କି ଲଭଲିନା ମଧ୍ୟ ବାପାଙ୍କ ସାଙ୍ଗରେ ବିଲକୁ ଯାଇ ଚାଷ କାମ କରନ୍ତି। କେବଳ ଏତିକି ନୁହେଁ ବରଂ ବିଲରେ ରୁଆ, ପୋତା, ବଛା କାମ କରିବା ସହ ହଳ ମଧ୍ୟ କରନ୍ତି ଲଭଲିନା। ତେବେ ଏବେ ଅଲମ୍ପିକ୍‌ରେ ମେଡ଼ାଲ ଜିତିଥିବାରୁ ଖୁସିରେ ବିଭୋର ଅଛନ୍ତି ଗ୍ରାମବାସୀ ଓ ପରିବାର ଲୋକ। ଆଉ ଲଭଲିନାଙ୍କୁ ସ୍ୱାଗତ କରିବା ପାଇଁ ଗାଁ ଲୋକ ପୂରା ଜୋରଦାର ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ଏପଟେ, ଆଉ ଆସାମର ଝିଅ ଲଭଲିନାଙ୍କ ଇଭେଂଟ ଦେଖିବା ପାଇଁ ଆସାମରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସେମିଫାଇନାଲ ଦେଖିବା ପାଇଁ ଗୌହାଟୀ ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ବିଧାନସଭାରେ ସମସ୍ତ ବିଧାୟକ ଏକାଠି ହୋଇ ଲଭଲିନାଙ୍କ ଇଭେଂଟ ଦେଖିଥିଲେ । ଲଭଲିନା ବ୍ରୋଞ୍ଜ ପଦକ ଜିତିବା ସହ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଂଚିଛି । ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିବା ବେଳେ ପି.ଭି ସିନ୍ଧୁ ଓ ଲଭଲିନା ପାଇଛନ୍ତି ବ୍ରୋଞ୍ଜ ପଦକ। ଏହାସହ ରେସଲିଂ ଫାଇନାଲରେ ରେସଲର ରବି ଦାହିଆ ପହଞ୍ଚିଛନ୍ତି।

India News Lovlina-borgohain
Advertisment
Advertisment