Advertisment

ଭାଲେଣ୍ଟାଇନ୍‌ସ୍‌ ଡେ’ରେ ଶିଳ୍ପାଙ୍କୁ ୧୦୦ କୋଟି ଟଙ୍କାର ଗିଫ୍ଟ ଦେଇଥିଲେ ରାଜ୍‌ କୁନ୍ଦ୍ରା !

ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ଜୁଲାଇ ୧୯ରେ ଗିରଫ କରିଥିଲା। ଏହାପରେ ରାଜ୍‌ କୁନ୍ଦ୍ରାଙ୍କୁ ନେଇ ଅନେକ ଖୁଲାସା ହେବାରେ ଲାଗିଛି।

author-image
Rajalaxmi Sahoo
ଭାଲେଣ୍ଟାଇନ୍‌ସ୍‌ ଡେ’ରେ ଶିଳ୍ପାଙ୍କୁ ୧୦୦ କୋଟି ଟଙ୍କାର ଗିଫ୍ଟ ଦେଇଥିଲେ ରାଜ୍‌ କୁନ୍ଦ୍ରା !

shilpa shetty and raj kundra

ମୁମ୍ବାଇ(ସୁରେଶ ଦାସ): ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ଜୁଲାଇ ୧୯ରେ ଗିରଫ କରିଥିଲା। ଏହାପରେ ରାଜ୍‌ କୁନ୍ଦ୍ରାଙ୍କୁ ନେଇ ଅନେକ ଖୁଲାସା ହେବାରେ ଲାଗିଛି। ହେଲେ ଏବେ ରାଜ୍‌ କୁନ୍ଦ୍ରାଙ୍କୁ ନେଇ ଏକ ନୂଆ ଖୁଲାସା ହୋଇଛି। ଭାଲେଣ୍ଟାଇନ୍‌ ଡେ’ରେ ରାଜ୍‌, ଶିଳ୍ପାଙ୍କୁ ୧୦୦ କୋଟି ଟଙ୍କା ଗିଫ୍ଟ ଦେଇଥିଲେ ବୋଲି ସୂଚନା ମିଳିଛି। ୨୦୦୯ରେ ରାଜ୍‌, ଶିଳ୍ପାଙ୍କୁ ଏହି ଗିଫ୍ଟ ଦେଇଥିଲେ ବୋଲି ଜଣାପଡ଼ିଛି।

Advertisment

ରିପୋର୍ଟ ଅନୁସାରେ, ୨୦୦୯ରେ ଭାଲେଣ୍ଟାଇନ୍‌ସ୍‌ ଡେ’ରେ ରାଜ୍‌ ଶିଳ୍ପାଙ୍କୁ ଏକ ବିଶେଷ ଉପହାର ଦେଇଥିଲେ। ରାଜ୍‌ ୧୦୦ କୋଟି ଟଙ୍କାର ଏକ ଆଇପିଏଲ୍‌ ଟିମ୍‌ କିଣି ଶିଳ୍ପାଙ୍କୁ ଗିଫ୍ଟ କରିଥିଲେ। ୨୦୦୯ରେ ରାଜ୍‌ ଓ ଶିଳ୍ପା ରାଜସ୍ଥାନ ରୟାଲ୍ସର କୋ-ଫାଉଣ୍ଡର ହୋଇଥିଲେ। ରାଜ୍‌ଙ୍କ ଏହି ମହଙ୍ଗା ଗିଫ୍ଟକୁ ନେଇ ଶିଳ୍ପା କହିଥିଲେ, ଏହି ଗିଫ୍ଟ ବହୁତ ମହଙ୍ଗା। ଏଥିପାଇଁ ମୁଁ ବହୁତ ଖୁସି।’

Advertisment

ସେହିପରି ଶିଳ୍ପାଙ୍କୁ ଏତେ ଟଙ୍କାର ମହଙ୍ଗା ଗିଫ୍ଟ ଦେବା ନେଇ ରାଜ୍‌ କୁନ୍ଦ୍ରା କହିଥିଲେ, ‘ଏହି ଗିଫ୍ଟ କେବଳ ମୋ ତରଫରୁ ନଥିଲା। ଏହା ଶିଳ୍ପାଙ୍କ ତରଫରୁ ମଧ୍ୟ ଥିଲା। ତେଣୁ ଏହା ଆମ ୨ ଜଣଙ୍କ ପାଇଁ ଏକ ଉପହାର। ଆଉ ମୁଁ ଭାବୁଛି ଯେ, ଉଭୟଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଏହା ହେଉଛି ସବୁଠାରୁ ମହଙ୍ଗା ଗିଫ୍ଟ । 

ଏମିତିରେ ବି ଶିଳ୍ପାଙ୍କୁ ଖୁସି କରିବାରେ ରାଜ୍‌ କୁନ୍ଦ୍ରାଙ୍କ ଏହା ପ୍ରଥମ ଗିଫ୍ଟ ନଥିଲା। ଏହା ପୂର୍ବରୁ ମଧ୍ୟ ସେ ଅନେକ ମହଙ୍ଗା ଗିଫ୍ଟ ଶିଳ୍ପାଙ୍କୁ ଦେଇଥିଲେ। ରାଜ୍‌ଙ୍କ ଏହି ଗିଫ୍ଟ ମଧ୍ୟରେ ୩ କୋଟି ଟଙ୍କାର ମୁଦି ଓ ବୁର୍ଜ ଖଲିଫାରେ ଏକ ଘର ମଧ୍ୟ ରହିଛି। ୨୦୦୯ରେ ରାଜ୍‌-ଶିଳ୍ପାଙ୍କ ବିବାହ ହୋଇଥିଲା। ସେମାନଙ୍କର ୨ଟି ସନ୍ତାନ ଅଛି। 

Shilpa Shetty Raj Kundra
Advertisment
Advertisment