• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଟୋକିଓ ଅଲିମ୍ପିକ୍ସରେ ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ ମ୍ୟାଚ୍‌ ।

  • ୨-୧ରେ ପରାଜୟ ବରଣ କଲା ଭାରତ ।

  • ଟୋକିଓ ଅଲିମ୍ପିକ୍ସ, ମହିଳା ହକି ମୁକାବିଲାରେ ଭାରତର ସ୍ୱର୍ଣ୍ଣିମ ଆଶା ମଉଳିଲା ।

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ ମ୍ୟାଚ୍‌ । ୨-୧ରେ ପରାଜୟ ବରଣ କଲା ଭାରତ । ଟୋକିଓ ଅଲିମ୍ପିକ୍ସ, ମହିଳା ହକି ମୁକାବିଲାରେ ଭାରତର ସ୍ୱର୍ଣ୍ଣିମ ଆଶା ମଉଳିଲା । ଭାରତ-ଆଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତକୁ ୨-୧ରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିଥିଲେ ମଧ୍ୟ ଭାରତକୁ ନିରାଶ ହେବାକୁ ପଡ଼ିଛି । ଆର୍ଜେଣ୍ଟିନା ପ୍ରଥମ କ୍ୱାର୍ଟର ପରେ ଆକ୍ରମଣାତ୍ମକ ହୋଇପଡ଼ିଥିଲା । ବାରମ୍ବାର ଗୋଲପୋଷ୍ଟକୁ ଆଟାକ୍‌ କରିଥିଲା ।

ତେବେ ଏହି ମ୍ୟାଚ୍‌ ଆରମ୍ଭର ପ୍ରଥମ ଦୁଇ ମିନିଟରେ ଭାରତୀୟ ଖେଳାଳିମାନେ ଆର୍ଜେଣ୍ଟିନାକୁ ପ୍ରଥମ ଗୋଲ ଦେଇଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ପକ୍ଷରୁ ଭାରତକୁ ଗୋଲ ଦେଇଥିଲେ ନୋଏଲ ମାରିଆ । ଏହାର କିଛି ସମୟ ପରେ ଆଜେଣ୍ଟିନା ଆଉ ଏକ ଗୋଲ କରି ଭାରତକୁ ଚାପରେ ପକାଇଥିଲା । ଆର୍ଜେଣ୍ଟିନା ପକ୍ଷରୁ ଦ୍ୱିତୀୟ ଗୋଲ ମଧ୍ୟ ନୋଏଲ ଦେଇଥିଲେ ।

ଏବେ ଭାରତ ପାଖରେ ପଦକ ପାଇଁ ଆଉ ଗୋଟିଏ ସୁଯୋଗ ରହିଛି । ଆଗାମୀ ୬ ତାରିଖରେ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନ୍‌ ସହ ହେବାକୁ ଥିବା ଲଢ଼େଇରେ ଭାରତକୁ ବିଜୟ ହାସଲ କରିବାକୁ ପଡ଼ିବ । 

ତେବେ ଫାଇନାଲରେ ନେଦରଲ୍ୟାଣ୍ଡକୁ ଭେଟିବ ଆର୍ଜେଣ୍ଟିନା । ପୂର୍ବରୁ ସେମିଫାଇନାଲରେ ଗ୍ରେଟ୍ ବ୍ରିଟେନ୍‌କୁ ୫-୧ ଗୋଲରେ ହରାଇ ନେଦରଲ୍ୟାଣ୍ଡ ଫାଇନାଲରେ ପହଞ୍ଚି ସାରିଛି ।