Advertisment

ତାଲିବାନକୁ ସହଯୋଗ ଲାଗି ଯାଉଛନ୍ତି ପାକିସ୍ତାନୀ ଯୁବକ

ମାତ୍ର ଇସଲାମାବାଦର ମୁଖା ଖୋଲିଦେଇଛି ସଦ୍ୟତମ ହସ୍ତଗତ ରିପୋର୍ଟ। ତାଲିବାନକୁ ଆଫଗାନିସ୍ତାନ ସରକାର ବିରୋଧୀ ଲଢେଇରେ ସହଯୋଗ ଲାଗି ପାକିସ୍ତାନ ମଦ୍ରାସା ଗୁଡ଼ିକରୁ ଶହ ଶହ ଯୁବକ ଯାଉଥିବା ଖବର ମିଳିଛି। ସେହିପରି ସେଠାରେ ଚାଲିଥିବା ଘମାଘୋଟ ସଂଘର୍ଷରେ ଅନେକ ପାକିସ୍ତାନ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଚମନ୍-ସ୍ପିନ୍ ବୋଲ୍ଡକ୍ ଏବଂ ତରଖୁମ୍ ପ୍ରବେଶ ପଥରେ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଅନେକ ମୃତଦେହ ହସ୍ତାନ୍ତର କରାଯାଇଛି। ବେଲୋଚିସ୍ତାନରୁ ଯାଇଥିବା ଏହି ଯୁବକମାନେ ଆଫଗାନିସ୍ତାନର ସରକାରୀ ଫୋର୍ସ ସହ ସଂଘର୍ଷରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି।

author-image
Sarbeswar
ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା

terrorists

ନୂଆଦିଲ୍ଲୀ: ଜିହାଦୀ ହୋଇ ଯାଉଛନ୍ତି, ଶବ ହୋଇ ଫେରୁଛନ୍ତି। ଆଫଗାନିସ୍ତାନରେ ତାଲିବାନକୁ ସହଯୋଗ ଲାଗି ଯାଉଥିବା ବହୁସଂଖ୍ୟାରେ ପାକିସ୍ତାନୀ ଯୁବକଙ୍କ ମୃତ୍ୟୁକୁ ନେଇ ସୂଚନା ମିଳିଛି। ଆମେରିକା ଓ ନାଟୋ ସୈନ୍ୟ ଫେରିଯିବାର ସୁଯୋଗ ନେଇ ଆଫଗାନିସ୍ତାନ ଉପରେ କବଜା କରିବା ଚକ୍କରରେ ରହିଛନ୍ତି ତାଲିବାନ ଆତଙ୍କବାଦୀ। ଆଉ ସେମାନଙ୍କୁ ସହାୟତା କରିବାକୁ ପାକିସ୍ତାନ ମଦ୍ରାସାରୁ ବହୁସଂଖ୍ୟା ଯୁବକ ଆଫଗାନିସ୍ତାନ ଯାଉଥିବା ଜଣାପଡିଛି। ସେହିପରି ପାକିସ୍ତାନ ସରକାର ମଧ୍ୟ ତାଲିବାନକୁ ସହାୟତା କରୁଥିବା ଅଭିଯୋଗ ହୋଇ ଆସୁଛି। ମାତ୍ର ଇମ୍ରାନ ଖାନ୍ ପ୍ରଶାସନ ଏହାକୁ ଖଣ୍ଡନ କରିଆସୁଛି।

Advertisment

ଆଫଗାନିସ୍ତାନରେ ତାଲିବାନକୁ ପାକିସ୍ତାନର ପ୍ରତ୍ୟେକ୍ଷ ସହଯୋଗ ନେଇ ମିଳିବାରେ ଲାଗିଛି ଗୋଟିକ ପରେ ଗୋଟିଏ ଦୃଢ଼ ପ୍ରମାଣ। ପାକିସ୍ତାନ ସରକାର ତାଲିବାନକୁ ଆର୍ଥିକ ଓ ସାମରିକ ସହାୟତା କରୁଥିବା ଅଭିଯୋଗ ହୋଇଆସୁଛି। ସେଠାରେ ତାଲିବାନ ଶାସନ ପ୍ରତିଷ୍ଠିତ ହେଲେ ନିଜ ଏଜେଣ୍ଡା ଚଳାଇବାକୁ ପାକିସ୍ତାନକୁ ସହଜ ହେବ ବୋଲି ଇମ୍ରାନ ଖାନ୍ ସରକାର ଭାବୁଛି। ତେବେ ଆଫଗାନିସ୍ତାନ ବ୍ୟାପାରରେ ପାକିସ୍ତାନ ଆଦୌ ହସ୍ତକ୍ଷେପ କରୁନଥିବା ଇମ୍ରାନ ଖାନ୍ ପ୍ରଶାସନ ସଫେଇ ଦେଇଆସୁଛି।

ମାତ୍ର ଇସଲାମାବାଦର ମୁଖା ଖୋଲିଦେଇଛି ସଦ୍ୟତମ ହସ୍ତଗତ ରିପୋର୍ଟ। ତାଲିବାନକୁ ଆଫଗାନିସ୍ତାନ ସରକାର ବିରୋଧୀ ଲଢେଇରେ ସହଯୋଗ ଲାଗି ପାକିସ୍ତାନ ମଦ୍ରାସା ଗୁଡ଼ିକରୁ ଶହ ଶହ ଯୁବକ ଯାଉଥିବା ଖବର ମିଳିଛି। ସେହିପରି ସେଠାରେ ଚାଲିଥିବା ଘମାଘୋଟ ସଂଘର୍ଷରେ ଅନେକ ପାକିସ୍ତାନ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଚମନ୍-ସ୍ପିନ୍ ବୋଲ୍ଡକ୍ ଏବଂ ତରଖୁମ୍ ପ୍ରବେଶ ପଥରେ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଅନେକ ମୃତଦେହ ହସ୍ତାନ୍ତର କରାଯାଇଛି। ବେଲୋଚିସ୍ତାନରୁ ଯାଇଥିବା ଏହି ଯୁବକମାନେ ଆଫଗାନିସ୍ତାନର ସରକାରୀ ଫୋର୍ସ ସହ ସଂଘର୍ଷରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି।

Advertisment

ଜିହାଦରେ ଯୋଗ ଦେବା ଲାଗି ମେ ମାସରେ କାବୁଲ ଯାଇଥିବା ପେଶାଓ୍ୱରର ଅବଦ୍ଦୁଲ ରସିଦ୍ ହେଉ, କି ବେଲୁଚିସ୍ତାନ ଆଦିବାସୀ ନେତାଙ୍କ ପୁଅ ନିଜ ନିଜ ଅଞ୍ଚଳକୁ ଏମାନଙ୍କ ମୃତଦେହ ଆସିବା ପରେ ଶତାଧିକ ଲୋକଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେହିପରି କ୍ୱେଟା ସମେତ ପାକିସ୍ତାନର ଅନ୍ୟାନ୍ୟ ସହରରେ ବି ତାଲିବାନ ସମର୍ଥନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ରାଲି ଓ ଶୋଭାଯାତ୍ରା ସାଙ୍ଗକୁ ଡୋନେସନ୍ ବି ଆଦାୟ ହେଉଛି। ଅନ୍ୟପକ୍ଷରେ ପାକିସ୍ତାନ କର୍ତ୍ତୃପକ୍ଷ ମୃତଦେହ ଗ୍ରହଣ କରିଥିବା କଥାକୁ ସ୍ୱୀକାର କରିଛନ୍ତି ଇମ୍ରାନ ଖାନ୍ ପ୍ରଶାସନରେ ଗୃହମନ୍ତ୍ରୀ ଥିବା ଶେଖ୍ ରସିଦ୍ ମହମ୍ମଦ ।ତେବେ ଏହି ମୃତଦେହଗୁଡିକ ଆଫଗାନ୍ ଯୁବକଙ୍କର ବୋଲି ସେ ସଫେଇ ଦେଇଛନ୍ତି। ବହୁ ସଂଖ୍ୟାରେ ଆଫଗାନ୍ ଶରଣାର୍ଥୀ ପାକିସ୍ତାନରେ ରହୁଥିବାରୁ ମୃତଦେହ ପାକିସ୍ତାନ ଆସୁଥିବା ସେ କହିଛନ୍ତି। ସେହିପରି ଯୁଦ୍ଧରେ ଆହତ ହେଉଥିବା ଅନେକ ଯୁବକ ବି ଚିକିତ୍ସା ଲାଗି ପାକିସ୍ତାନ ଆସୁଥିବା ସେ କହିବା ସହ କିସ୍ତାନର ଭୂମିକା ଉପରେ ଚଦର ଢାଙ୍କିବାକୁ ବୃଥ୍ୟ ଉଦ୍ୟମ କରିଛନ୍ତି।

କ୍ରମଶଃ ଉଗ୍ର ହେଉଛି ଆଫଗାନିସ୍ତାନ ସଂଘର୍ଷ ସ୍ଥିତି ନିୟନ୍ତ୍ରଣକୁ ନଆସିଲେ ଆଫଗାନିସ୍ତାନରେ ଗୃହଯୁଦ୍ଧ ଲାଗି ଯିବା ଆଶଙ୍କା ରହିଛି ବୋଲି କହିଛି ଆମେରିକା। ଏପଟେ ସରକାର ଓ ତାଲିବାନ ମଧ୍ୟରେ ଚାଲିଥିବା ସଂଘର୍ଷରେ ବଳି ପଡୁଛନ୍ତି ସାଧାରଣ ଲୋକ। ଗତ ୬ ମାସ ମଧ୍ୟରେ ରେକର୍ଡ ସଂଖ୍ୟକ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ତାସହିତ ଆତଙ୍କ ସୃଷ୍ଟି ଲାଗି ତାଲିବାନ, ଲୋକଙ୍କୁ ଦିନ ଦିପ୍ରହରରେ ରାସ୍ତାରେ ଟାଙ୍ଗି ଦେଉଥିବା ନଜରକୁ ଆସିଛି। ତାଲିବାନ କଠୋର ଇସଲାମୀୟ ଆଇନ ବା ସରିଆ ଲାଗୁ କରିଥିବା ବେଳେ ନିର୍ଯାତନା ଭୟରେ ଅନେକ ଆଫଗାନ ନାଗରିକ ଦେଶ ଛାଡି ପଳାଇ ଗଲେଣି।

Afghanistan Pakistan Taliban
Advertisment
Advertisment