Advertisment

ଅନନ୍ୟା ପାଣ୍ଡେଙ୍କ ନୂଆ ଫଟୋସୁଟ୍ : ଇଣ୍ଟର୍‌ନେଟ୍‌ରେ ହେଉଛି ଭାଇରାଲ୍‌

ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବେଳେବେଳେ ନିଜ ସୁନ୍ଦର ଓ ଆକର୍ଷଣୀୟ ଫଟୋ ଦ୍ୱାରା ଦର୍ଶକଙ୍କ ହୃଦୟ ଚୋରିକରି ନିଅନ୍ତି। ଏହି ଅଭିନେତ୍ରୀ ଜଣେ ଫେସନ୍‌ ଆଇକନ୍‌ ହୋଇଥିବା ବେଳେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ମଧ୍ୟ। ନିକଟରେ ଏକ ଅଗ୍ରଣୀ ପତ୍ରିକାର ପ୍ରକାଶିତ ଗ୍ଲାମରସ୍ ଫଟୋରେ ସେ ପୁଣି ଥରେ ଦର୍ଶକଙ୍କୁ ନିଜର ଅବିସ୍ମରଣୀୟ ଚେହେରା ଦ୍ୱାରା କବଳିତ କରି ନେଇଛନ୍ତି।

author-image
Pramod Behera
ଅନନ୍ୟା ପାଣ୍ଡେଙ୍କ ନୂଆ ଫଟୋସୁଟ୍ : ଇଣ୍ଟର୍‌ନେଟ୍‌ରେ ହେଉଛି ଭାଇରାଲ୍‌

Ananya Pandey

ନୂଆଦିଲ୍ଲୀ : ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବେଳେବେଳେ ନିଜ ସୁନ୍ଦର ଓ ଆକର୍ଷଣୀୟ ଫଟୋ ଦ୍ୱାରା ଦର୍ଶକଙ୍କ ହୃଦୟ ଚୋରିକରି ନିଅନ୍ତି। ଏହି ଅଭିନେତ୍ରୀ ଜଣେ ଫେସନ୍‌ ଆଇକନ୍‌ ହୋଇଥିବା ବେଳେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ମଧ୍ୟ। ନିକଟରେ ଏକ ଅଗ୍ରଣୀ ପତ୍ରିକାର ପ୍ରକାଶିତ ଗ୍ଲାମରସ୍ ଫଟୋରେ ସେ ପୁଣି ଥରେ ଦର୍ଶକଙ୍କୁ ନିଜର ଅବିସ୍ମରଣୀୟ ଚେହେରା ଦ୍ୱାରା କବଳିତ କରି ନେଇଛନ୍ତି। ଅଭିନେତ୍ରୀ ପ୍ରଥମ ଫଟୋରେ ଏକ କୋଲ୍ଡ ବୋଲ୍ଡ ପୋଜ୍ ଦେଉଥିବାର ନଜର ଆସିଛନ୍ତି। ଏଠାରେ ସେ ନିଜ କୁଞ୍ଚିତ କେଶ ସହିତ ପୋଜ୍ ଦେଉଥିବା ଦେଖାଯାଆନ୍ତି। ସେ ତାଙ୍କର ଏହି ଲୁକ୍‌କୁ ବିକିନି ଟପ୍, ମେରୁନ୍ ଟ୍ରାଉଜର ସହିତ ପେୟାର କରିଛନ୍ତି। ଏହା ବ୍ୟତୀତ ଅନନ୍ୟା ସୁନା ଚେନ୍, ମୁଦି ଏବଂ କାନଫୁଲ ପିନ୍ଧିଥିବା ନଜର ଆସିଛନ୍ତି।

Advertisment
ଅନନ୍ୟା ପାଣ୍ଡେ

ଅନ୍ୟ ଏକ ଲୁକ୍‌ରେ, ଅନନ୍ୟା ଏକ ରେଟ୍ରୋ କାର ଭିତରେ ଏକ ଗୋଲ୍ଡେନ୍ ଟ୍ରେଞ୍ଚ କୋଟ୍ ପିନ୍ଧିଥିବା ଏକ ଭିଣ୍ଟେଜ୍ ସେଟ୍‌ଅପ୍‌ରେ ଦେଖିବାକୁ ମିଳେ। ତାଙ୍କର ଏହି ବିରଳ ଫଟୋ ପ୍ରଶଂସକଙ୍କ ପାଇଁ ଏକ ଟ୍ରିଟ୍‌ଠାରୁ କମ୍ ନୁହେଁ। ଏହି ଫଟୋରେ ସେ ନିଜ କେଶକୁ ଖୋଲା ଛାଡିଥିବା ବେଳେ ତାଙ୍କର ମେକ୍‌ଅପ୍‌କୁ ବହୁତ କମ ରଖାଯାଇଛି। ଏହି ଲୁକ୍‌ରେ ତାଙ୍କ ଚେହେରାରୁ ଏକ ଚମକ ଝରି ଆସୁଛି।

ଅନନ୍ୟା ପାଣ୍ଡେ

ଏହି ଫଟୋରେ ସେ ବହୁତ ଉଜ୍ଜ୍ୱଳ ଦେଖାଯାଉଛନ୍ତି। ଏଥିରେ ଅଭିନେତ୍ରୀ ଏକ ଇନ୍‌ଫିଲପ୍ ବ୍ରାଲେଟ୍ ସହିତ ଏକ ମେଟାଲିକ୍ କର୍ଡେଡ୍ ସ୍କର୍ଟ ଓ କାନ୍ଧ ପର୍ଯ୍ୟନ୍ତ ଝୁଲୁଥିବା ଲମ୍ୱା କାନଫୁଲ ମଧ୍ୟ ପିନ୍ଧିଛନ୍ତି। ଅନନ୍ୟା ତାଙ୍କର ସୁନ୍ଦର ହସ ସହିତ ଆକର୍ଷଣୀୟ ଦେଖାଯାଉଛନ୍ତି।

Advertisment

ସବୁ ଫଟୋଗୁଡିକ ମଧ୍ୟରେ ଅନନ୍ୟାଙ୍କର ତୃତୀୟ ଫଟୋଟି ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ଲୁକ୍‌ରେ ସେ କଳା ଭେଲ୍‌ଭେଟ୍‌ ଭି-ନେକ୍ ଡ୍ରେସ୍ ପିନ୍ଧିଥିବାର ନଜର ଆସିଛନ୍ତି। ଏଥିରେ, ତାଙ୍କ ଚୁଟି ଏକ ପୋନିରେ ବନ୍ଧା ହୋଇଛି ଏବଂ ଶରୀରରେ ବହୁତ୍ କମ ଅଳଙ୍କାର ଅଛି।

ଅନନ୍ୟାଙ୍କ କାମର କଥା ଉଠିଲେ ସେ ଖୁବ୍ ଶୀଘ୍ର ବିଜୟ ଦେବରାକୋଣ୍ଡାଙ୍କ ବିପକ୍ଷରେ ଫିଲ୍ମ 'ଲିଗର୍'ରେ ନଜର ଆସିବେ। ପାଇପ୍‌ଲାଇନ୍‌ରେ ତାଙ୍କ ପାଖରେ ଶକୁନ୍ ବତ୍ରାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ମଧ୍ୟ ରହିଛି।

Bollywood Ananya Panday
Advertisment
Advertisment