Advertisment

୧୦୦ ଫୁଟ୍ ଉପରକୁ ବଢିବ ଅଟାରି ବର୍ଡରରେ ଥିବା ତ୍ରିରଙ୍ଗା ପତାକାର ଉଚ୍ଚତା

ତ୍ରିରଙ୍ଗା ଉଚ୍ଚତା ବୃଦ୍ଧି ପାଇଁ ଏକ ପ୍ରସ୍ତାବ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି। ତ୍ରିରଙ୍ଗାର ଉଚ୍ଚତାକୁ ୧୦୦ ଫୁଟ୍ ବଢାଯିବା ପରେ ଏହାର ଉଚ୍ଚତା ୪୬୦ ଫୁଟ୍ ହେବ ଏବଂ ଏହାକୁ ଏସିଆର ସବୁଠୁ ଉଚ୍ଚତମ ପତାକା କୁହାଯିବ । ବର୍ତ୍ତମାନ ପୋଲର ଉଚ୍ଚତା ୩୬୦ ଫୁଟ ଏବଂ ଓଜନ ୫୫ ଟନ୍ ରହିଛି । ତ୍ରିରଙ୍ଗାକୁ ପାକିସ୍ତାନ ସୀମା ନିକଟକୁ ସ୍ଥାନାନ୍ତର କରିବାର ଯୋଜନା ମଧ୍ୟ ରହିଛି । ଯାହା ଫଳରେ ଏହି ତ୍ରିରଙ୍ଗାକୁ ପାକିସ୍ତାନର ଜନ ସାଧାରଣ ମଧ୍ୟ ଦେଖିପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
୧୦୦ ଫୁଟ୍ ଉପରକୁ ବଢିବ ଅଟାରି ବର୍ଡରରେ ଥିବା ତ୍ରିରଙ୍ଗା ପତାକାର ଉଚ୍ଚତା

Triranga

ଚଣ୍ଡୀଗଡ଼: ୨୦୧୭ରେ ପାକିସ୍ତାନ ସହିତ ଅଟାରୀ ସୀମାରେ ୩୬୦ ଫୁଟ୍ ଉଚ୍ଚତାରେ ସ୍ଥାପିତ ହୋଇଥିବା ତ୍ରିରଙ୍ଗା ପତାକା ୧୦୦ ଫୁଟ୍ ଉଚ୍ଚତାକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । ଏହାର କାରଣ ହେଉଛି ପାକିସ୍ତାନର ପତାକା ଆମ ତ୍ରିରଙ୍ଗାଠାରୁ ଅଧିକ ଉଚ୍ଚ ଦେଖାଯାଉଛି । ସୂଚନା ଅନୁସାରେ ବିଏସଏଫ୍‌ଙ୍କ ପରାମର୍ଶରେ ତ୍ରିରଙ୍ଗାକୁ ବଦଳାଇବା ଏବଂ ଏହାର ଉଚ୍ଚତା ବୃଦ୍ଧି ପାଇଁ ଭାରତର ଜତୀୟ ରାଜପଥ ପ୍ରାଧିକରଣ ଉଦ୍ୟମ ଆରମ୍ଭ କରିଛି।

Advertisment

ତ୍ରିରଙ୍ଗା ଉଚ୍ଚତା ବୃଦ୍ଧି ପାଇଁ ଏକ ପ୍ରସ୍ତାବ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି। ତ୍ରିରଙ୍ଗାର ଉଚ୍ଚତାକୁ ୧୦୦ ଫୁଟ୍ ବଢାଯିବା ପରେ ଏହାର ଉଚ୍ଚତା ୪୬୦ ଫୁଟ୍ ହେବ ଏବଂ ଏହାକୁ ଏସିଆର ସବୁଠୁ ଉଚ୍ଚତମ ପତାକା କୁହାଯିବ । ବର୍ତ୍ତମାନ ପୋଲର ଉଚ୍ଚତା ୩୬୦ ଫୁଟ ଏବଂ ଓଜନ ୫୫ ଟନ୍ ରହିଛି । ତ୍ରିରଙ୍ଗାକୁ ପାକିସ୍ତାନ ସୀମା ନିକଟକୁ ସ୍ଥାନାନ୍ତର କରିବାର ଯୋଜନା ମଧ୍ୟ ରହିଛି । ଯାହା ଫଳରେ ଏହି ତ୍ରିରଙ୍ଗାକୁ ପାକିସ୍ତାନର ଜନ ସାଧାରଣ ମଧ୍ୟ ଦେଖିପାରିବେ ।

ତେବେ ଏହାକୁ ସ୍ଥାନାନ୍ତର କରିବା ପାଇଁ ଏକ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇଛି ଏବଂ ଏଥିପାଇଁ ଏକ ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତ କରାଯାଇଛି । କରୋନା କାରଣରୁ ଅଟ୍ଟାରୀ ସୀମାରେ ଥିବା ରିଟ୍ରେଟ୍‌ ସେରିମନି ସାଧାରଣ ଲୋକଙ୍କ ପାଇଁ ପ୍ରାୟ ୧୭ ମାସ ହେବ ବନ୍ଦ ରହିଥିଲା । କରୋନା ଅବଧି ପୂର୍ବରୁ, ପ୍ରାୟ ୩୦ ହଜାର ଲୋକ ପ୍ରତିଦିନ ଏହି ସ୍ୱତନ୍ତ୍ର ଉତ୍ସବକୁ ଦେଖିବା ପାଇଁ ଆସୁଥିଲେ । କିନ୍ତୁ ଏବେ କରୋନା ପାଇଁ ସେହି ସ୍ଥାନ ବିନା ଦର୍ଶକଙ୍କରେ ଖାଲି ଖାଲି ଲାଗୁଛି। ଏହା ଛଡା ତ୍ରିରଙ୍ଗା ନିକଟରେ ଲୋକଙ୍କ ପାଇଁ ସେଲଫି ପଏଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଉଛି । ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ ଏଲଇଡି ସ୍କ୍ରିନ ମଧ୍ୟ ଲଗାଯାଉଛି ଯାହା ଦ୍ୱାରା ସମସ୍ତ ଦର୍ଶକ ସହଜରେ ସମାରୋହ ଦେଖିପାରିବେ । ତ୍ରିରଙ୍ଗାର ଉଚ୍ଚତା ବୃଦ୍ଧି ପାଇଁ ହୋଇଥିବା ଦାବି ଏଠାକୁ ଆସିଥିବା ପରିଦର୍ଶକମାନଙ୍କ ଦ୍ୱାରା କରାଯାଇଥିଲା । ସେମାନେ ଆପତ୍ତି କରୁଥିଲେ ଯେ ପାକିସ୍ତାନର ପତାକା ତ୍ରିରଙ୍ଗାଠାରୁ ଅଧିକ ଉଚ୍ଚରେ ଦେଖାଯାଉଥିଲା । ସେଥିପାଇଁ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ତେବେ ଏହାକୁ ଦେଶରେ ସ୍ୱାଗତ କରାଯାଇଛି।

Advertisment
India National News Chandigarh
Advertisment
Advertisment