ଭାରତୀୟ ହକି ଲାଗି ଅବିସ୍ମରଣୀୟ ଦିନ। ପଞ୍ଜାବରୁ ସାମିଲ ହୋଇଥିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ନଗଦ ୧ କୋଟି ଲେଖାଏଁ ଅର୍ଥରାଶି ପୁରସ୍କାର ଘୋଷଣା କରି ମୁଁ ଆନନ୍ଦିତ ହୋଇଛି । ଏହାସହ ସେ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଆସିବା ବାଟକୁ ପୂରା ଦେଶ ଚାହିଁବସିଛି ବୋଲି ସେ କହିଛନ୍ତି। ଭାରତୀୟ ହକି ଟିମ୍ରେ ସ୍କିପର୍ ମନପ୍ରୀତ୍ ସିଂହଙ୍କ ସମେତ ପଞ୍ଜାବର ୮ଜଣ ଖେଳାଳି ଅଛନ୍ତି।
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଏଥିପାଇଁ ସାରା ଭାରତରେ ଉତ୍ସବର ମାହୋଲ । ଭାରତୀୟ ପୁରୁଷ ହକି ଟିମ୍ର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।
ଆଫଗାନିସ୍ତାନରେ ତାଲିବାନ ଏବଂ ଆଫଗାନିସ୍ତାନ ସେନା ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆମେରିକାର ସେନା ପ୍ରତ୍ୟାହାର ପରଠାରୁ ତାଲିବାନୀ ଆତଙ୍କୀ ଦେଶକୁ କବଜା କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି ।
କରୋନାରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ମୋଦି ସରକାରଙ୍କର ବଡ଼ ଘୋଷଣା । ଅନାଥ ପିଲାଙ୍କ ପାଇଁ କରିବେ ୫ଲକ୍ଷ ଟଙ୍କାର ହେଲ୍ଥ ଇନସ୍ୟୁରାନ୍ସ। ଏନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏସମ୍ପର୍କରେ ସିବିଶେଷ ତଥ୍ୟ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ୧୮ ବର୍ଷ ମଧ୍ୟରେ ଥିବା ଅନାଥ ଶିଶୁଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଏହା ବୀମା ଅନାଥ ଶିଶୁଙ୍କର ସ୍ୱାସ୍ଥ୍ୟ ବୀମାରେ ଲାଗୁ ହେବ। ଏହା ପିଏମ- କେୟାର୍ସ ଫଣ୍ଡରୁ ଏହି ଅର୍ଥ ଯୋଗାଇ ଦିଆଯିବ।
ବଲିଉଡ ଗୀତର ଫ୍ୟାନ ସମସ୍ତ ବିଶ୍ୱରେ ଅଛନ୍ତି । ବଲିଉଡ ଗୀତର କ୍ରେଜ୍ ସବୁଆଡେ ରହିଛି । ବିଭିନ୍ନ ଦେଶରେ ବଲିଉଡ ଗୀତକୁ ନେଇ ଅନେକ ପ୍ରଶଂସକ ଅଛନ୍ତି । ବଲିଉଡ ଭାରତୀୟଙ୍କ ବ୍ୟତୀତ, ଆମେ ପ୍ରାୟତ ବାହାର ଲୋକ ହିନ୍ଦୀ ଗୀତର ବିଟ୍ ଉପରେ ନାଚୁଥିବାର ଦେଖିଥାଉ କିନ୍ତୁ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ବଲିଉଡ ଗୀତର ଧୁନ୍ ଶୁଣିବାକୁ ମିଳିଛି ଟୋକିଓ ଅଲିମ୍ପିକ୍ସ ୨୦୨୦ରେ । ଇସ୍ରାଏଲର ଖେଳାଳି ଧକ୍ ଧକ୍ ଗାର୍ଲ ମାଧୁରୀଙ୍କ ହିଟ୍ ଗୀତରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ।
ସ୍କୁଲ,କଲେଜ ହେଉ, ୟୁନିଭର୍ସିଟି, ଅଫିସ ହେଉ.. ଫର ଫର ଉଡ଼ିଥିବା ତ୍ରିରଙ୍ଗାକୁ ଦେଖିଲେ ମନେପଡ଼ିଯାଏ ଆଜି ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ। ତିନି ରଙ୍ଗର ସମାହାର ତ୍ରିରଙ୍ଗା। କୋଟି ଭାରତୀୟଙ୍କ ସ୍ୱାଭିମାନ, ଗର୍ବ, ସମ୍ମାନର ପ୍ରତୀକ ।
ମଧ୍ୟପ୍ରଦେଶର ଇନ୍ଦୋରରେ ଦ୍ୱାଦଶ ଶ୍ରେଣୀର ଛାତ୍ର ନିଜକୁ ଅପହରଣ କରିବାର ଯୋଜନା ପ୍ରସ୍ତୁତ କରିଥିଲେ। ପରିବାର ସଦସ୍ୟଙ୍କଠାରୁ ଟଙ୍କା ଆଦାୟ ପାଇଁ ସେ ଇଣ୍ଟରନେଟରୁ କଟିଯାଇଥିବା ହାତର ଫଟୋ ବାହାର କରି ହ୍ୱାସଆପ୍ରେ ଘରକୁ ପଠାଇଥିଲେ।। କେବଳ ଏତିକି ନୁହେଁ, ଯଦି ଟଙ୍କା ନ ପାଆନ୍ତି ତେବେ ହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ। ଆଉ ଏପରି ଖବର ପାଇବା ପରେ ପରିବାର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ହେଲେ ପୋଲିସ ଛାତ୍ରଙ୍କ ପାଖରେ ପହଞ୍ଚିବା ପରେ ସବୁ କଥା ସାମ୍ନାକୁ ଆସିଥିଲା।
ଏହାସହ ସିଦ୍ଧୁ କହିଛନ୍ତି ଯେ ଜନତାଙ୍କ କଥା ଶୁଣିବା ଏବଂ ତାହାକୁ କାର୍ଯ୍ୟକାରୀ କରିବା ଆମର ପ୍ରାଥମିକତା। ଏଥିପାଇଁ ସିଏମ ଅମରିନ୍ଦରଙ୍କ ସହ ବୈଠକ ହେଉଛି। ଯେତେ ବଡ଼ ସମସ୍ୟା ହେଲେ ବି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ତାହାର ସମାଧାନ ହେବ।
ଆଉ ମାତାଲ ଯୁବତୀ ଜଣକ ରାସ୍ତା ଉପରେ ଯେଉଁ ହରକତ୍ କରିବା ଆରମ୍ଭ କଲେ ତାହା ଆହୁରି ଚିନ୍ତା ଜନକ ଥିଲା। କେତେବେଳେ ରାସ୍ତା ଉପରେ ବସିପଡ଼ୁଥିଲେ ପୁଣି କେତେବେଳେ ଶୋଇ ପଡ଼ୁଥିଲେ। କେବଳ ଏତିକି ନୁହେଁ ବରଂ ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକୁ ଅଟକାଇବା ଲାଗି ଚେଷ୍ଟା ମଧ୍ୟ କରୁଥିଲେ। ଆଉ ଏହାରି ମଧ୍ୟରେ ଯୁବତୀଙ୍କର ଏପରି କାର୍ଯ୍ୟର କେହି ଜଣେ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଲା। ଆଉ ଏହି ଭିଡ଼ିଓ ବର୍ତ୍ତମାନ ସମୟରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।
ଗତ ସପ୍ତାହରେ ସୁନା ଓ ରୂପା ଦର ହ୍ରାସ ପାଇଥିବା ବେଳେ ଚଳିତ ସପ୍ତାହରେ ଉଭୟ ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ହେଲେ ଆଜି Multi Commodity Exchange(MCX)ରେ ସୁନା ଦର ହ୍ରାସ ପାଇଛି।
ଏପଟେ, ଗତ ୨୪ ଘଂଟାରେ ରାଜ୍ୟରେ ୧୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୭୭୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫୬୭ରହିଛି। ତେବେ କଟକରେ ଧୀରେ ଧୀରେ ସଂକ୍ରମଣ କମୁଥିବା ବେଳେ ଖୋର୍ଦ୍ଧାରେ ସଂକ୍ରମଣ କମୁନାହିଁ। ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ହିଁ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୭୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇଥିଲେ, ନିଜେ ଫସିଗଲେ ମନ୍ତ୍ରୀ । ବନ୍ୟାର କରାଳରୂପରୁ ଲୋକଙ୍କୁ ରକ୍ଷା କରିବେ କ’ଣ ତାଙ୍କୁ ଉଦ୍ଧାର କରିବା ପାଇଁ ଏୟାରଲିପ୍ଟ କରାଗଲା ।
ରାସ୍ତାରେ ଆଉ କାର୍ ଅଟକାଇବନି ଟ୍ରାଫିକ୍ ପୋଲିସ୍ । ବିନାକାରଣରେ ଚେକିଂ ମଧ୍ୟ କରାଯିବ ନାହିଁ । ଫଳରେ ବିନା ବାଧାରେ ଯିବାଆସିବା କରିହେବ । ବର୍ତ୍ତମାନ ଟ୍ରାଫିକ୍ ପୋଲିସ୍ ଅନାବଶ୍ୟକ ଭାବରେ ଆପଣଙ୍କୁ ଆଉ ହଇରାଣ କରିବେ ନାହିଁ । ନୂଆ ନିର୍ଦ୍ଦେଶ ଅନୁସାରେ ପୋଲିସ କମିଶନର ହେମନ୍ତ ନାଗରାଲ ଟ୍ରାଫିକ ବିଭାଗକୁ ଏ ସମ୍ପର୍କରେ ଏକ ସର୍କୁଲାର ଜାରି କରିଛନ୍ତି
ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରିଥିବା ତାଲିବାନ ତାର ମନୋଭାବରେ ପରିବର୍ତ୍ତନ ଆଣିବା ପରି ମନେ ହେଉଛି। ଭାରତ ପ୍ରତି ବନ୍ଧୁତାର ସଙ୍କେତ ଦେଇଛି ତାଲିବାନ।
ଦେଢବର୍ଷ ଧରି କରୋନା ମହାମାରୀ ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ବିପର୍ଯ୍ୟସ୍ତ କରି ଦେଇଛି। ଅନେକ ଦୁଃଖ ଦେଇଛି, ଅନେକ ଯନ୍ତ୍ରଣା ଦେଇଛି। କାହାର ଆର୍ଥିକ ସ୍ଥିତି ଉଜାଡି ଦେଇଛି ତ କାହାର ପରିବାର ଶୂନ୍ୟ କରି ଦେଇଛି। ହେଲେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କୁ କରୋନା ଅନେକ ଖୁସି ଆଣି ଦେଇଛି।
ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL)ରେ ଚାକିରି କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଖାଲି ପଡ଼ିଥିବା ଅନେକ ପଦବୀ ପାଇଁ BEL ଦରଖାସ୍ତ ଆହ୍ୱାନ କରୁଛି।
ପ୍ରଶାନ୍ତ କିଶୋର ପଞ୍ଜାବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଏନେଇ ପ୍ରଶାନ୍ତ କିଶୋର ଅମରିନ୍ଦରଙ୍କୁ ଏକ ଚିଠି ଲେଖି କିଛି ସମୟ ବ୍ରେକ୍ ନେବାକୁ ଚାହୁଁଥିବା ଲେଖିଛନ୍ତି । ଏଥିପାଇଁ ମୁଖ୍ୟ ପରାମର୍ଶଦାତା ପଦର ଦାୟିତ୍ୱ ଉଠାଇ ପାରିବେ ନାହିଁ ।
ମହାମାରୀ ଯୋଗୁଁ ଶୁଣାଣି ସମୟରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଅନଲାଇନରେ ହାଜର ରହିବାକୁ କୁହାଯାଇଥିଲା । ତେବେ ଶୁଣାଣି ପରେ ପୁନର୍ବାର ଏକାଠି ରହିବାକୁ କୋର୍ଟ ସେମାନଙ୍କୁ କହିଛନ୍ତି । ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ହେଁ ସାଥୀ ହୋଇ ରହିବାକୁ ରାଜି ହୋଇଛନ୍ତି ଆବେଦନକାରୀ ।
ବେଳେବେଳେ ଲାଗେ ‘ଭାଗ୍ୟରେ ଯାହା ଥିବ ହେବ, ତାହାକୁ କେହି ବଦଳାଇ ପାରିବେନି।’ ହେଲେ ଏମିତି ଭାବନା ମଧ୍ୟପ୍ରଦେଶର ଦୁଇଜଣ ଯୁବକଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ସତ ହୋଇଛି।
୪୧ ବର୍ଷ ପରେ ହକିରେ ଇତିହାସ ରଚିଲା ଭାରତ। ଟୋକିଓ ଅଲମ୍ପିକରେ ପୁରୁଷ ହକିର ଐତିହାସିକ ବିଜୟ। ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍।
ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଶା । ଫ୍ରି-ଷ୍ଟାଇଲ୍ କୁସ୍ତି ଫାଇନାଲରେ ରବି ଦହିୟା ଫାଇନାଲରେ ପହଂଚି ରୌପ୍ୟ ପଦକ ପକ୍କା କରିବା ସହ ଏହି ଆଶା ଦେଖାଇଛନ୍ତି । ମହିଳା ବକ୍ସିଂରେ ଲଭଲିନା ଆଜି ବ୍ରୋଞ୍ଜ ପଦକ ପାଇଛନ୍ତି ।
ସେମିରେ ହାରିଥିଲେ ମଧ୍ୟ ମହିଳା ହକି ଟିମ୍ ସଦସ୍ୟାଙ୍କ ଖେଳୁଆଡ଼ ମନୋଭାବକୁ ନେଇ ଚାରିଆଡୁ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମ୍ୟାଚ୍ ସରୁ ସରୁ ଟ୍ୱିଟ୍ କରି ଟିମ୍ ଇଣ୍ଡିଆ ସଦସ୍ୟାଙ୍କୁ ପ୍ରଶଂସା କରିଛନ୍ତି ।
ଜମ୍ମୁ ଓ କାଶ୍ମୀରର କଠୁଆରେ ସେନା ହେଲିକପ୍ଟର ଦୁର୍ଘଟଣା ପରେ ଚାଲିଛି ସର୍ଚ୍ଚ ଅପରେସନ । ଦୁଇ ଜଣ ପାଇଲଟ୍ ନିଖୋଜ ଥିବା ଜଣାପଡ଼ିଛି । ଗତକାଲି କଠୁଆ ଜିଲ୍ଲାର ରଣଜିତ ସାଗର ଡ୍ୟାମ ନିକଟରେ ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହୋଇ ଖସିପଡ଼ିଥିଲା ।
ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଶା ଦେଖାଇଛନ୍ତି ଭାରତୀୟ ରେସଲର ରବି ଦହିୟା । ରେସଲିଂ ଫାଇନାଲରେ ପ୍ରବେଶ କରିଛନ୍ତି ରେସଲର ରବି ଦହିଆ । ସେମି ଫାଇନାଲରେ କାଜାଖସ୍ତାନର ନୁରିସ୍ଲାମକୁ ହରାଇଛନ୍ତି ରବି ।
ସମ୍ପ୍ରତି, ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏକ ଆକର୍ଷଣୀୟ ଅନୁସନ୍ଧାନ କରିଥିଲେ ଯେ ସେହି ଜିନିଷ କ’ଣ ଯାହା ଜଣେ ମହିଳାଙ୍କୁ ପୁରୁଷଙ୍କ ପ୍ରତି ଆକର୍ଷିତ କରିଥାଏ ? ଏହି ଜଟିଳ ପଜଲ୍କୁ ବୁଝିବା ପାଇଁ ପ୍ରୟାଶ ଚାଲିଛି। ଯଦିଓ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ବୁଝା ପଡିନି କିନ୍ତୁ ବୈଜ୍ଞାନିକ ଅନୁସନ୍ଧାନରେ କେତେକ ବିଷୟ ପ୍ରକାଶ ପାଇଛି ଯାହା ଅଧିକାଂଶ ମହିଳାଙ୍କଠାରେ ସାଧାରଣ ଅଟେ।